Swastik Tv News Odisha

ଆରମ୍ଭ ହେଲା ତପସ୍ୱିନୀଙ୍କ ଭାତ ଡାଲମା ରୋଷେଇ ; ରୋଷେଇ ଦେଖିବାକୁ ଲାଗିଛି ଅସମ୍ଭାଳ ଲୋକଙ୍କ ଭିଡ…ଏହାକୁ ନେଇ ଏମିତି କାହିଁକି କହିଲେ ତପସ୍ୱିନୀ….ଦେଖନ୍ତୁ ଭିଡ଼ିଓ

0

ଦୀର୍ଘଦିନ ଧରି ଜଣେ ମହିଳା ତାର ନ୍ୟାୟ ପାଇଁ ଲଢେଇ କରିବା ପ୍ରାୟତଃ ସମସ୍ତଙ୍କୁ ଚକିତ କରୁଥିବ। କାରଣ ଏପରି ଘଟଣା ବହୁତ୍ କମ୍ ସମୟରେ ଦେଖିବାକୁ ପାଇଥିବେ ସମସ୍ତେ। ଆମେ କହୁଛୁ ବ୍ରହ୍ମପୁରର ତପସ୍ଵିନୀ ଦାସ୍ ଙ୍କ କଥା।କୌଣସି ମତେ ଡାକ୍ତର ଦମ୍ପତିଙ୍କ କଳି ଛିଡ଼ିବାର ନାଁ ଧରୁନାହିଁ। ଏପଟେ ଉଭୟଙ୍କ ପକ୍ଷରୁ ଦାୟର ମାମଲା କୋର୍ଟରେ ଚାଲିଛି। ତପସ୍ଵିନୀ ସୁମିତ ଙ୍କ ବାଟକୁ ଚାହିଁ ବସିଥିବା ବେଳେ ସୁମିତ କିନ୍ତୁ ଧରା ଛୁଆଁ ଦେଉ ନାହାଁନ୍ତି। ଦେହ ଖରାପ ଅଛି ବୋଲି କହି ସହଯୋଗ ନକରି ଏହି ମାମଲା କୁ ଏଡ଼ାଇ ଚାଲିଛନ୍ତି। ତେବେ ଧିରେ ଧିରେ ଏହା ଅଧିକ ଜଟିଳତା ଭିତରକୁ ଚାଲି ଯାଉଛି।

ନ୍ୟାୟ ପାଇବା ପାଇଁ ତପସ୍ଵିନୀ ଶୀତ କାକରକୁ ଖାତିର ନକରି ବ୍ରହ୍ମା ନଗର ସ୍ଥିତ ଶାଶୁଘର ସମ୍ମୁଖରେ ଅସ୍ଥାୟୀ ତମ୍ବୁ କରି ସେଠାରେ ଧାରଣା ଦେଇଛନ୍ତି। ତାଙ୍କ ଦେହ ମଧ୍ଯ ଖରାପ୍ ଥିବା କଥା ସେ କହିଛନ୍ତି। ତଥାପି ସେ ତାଙ୍କ ମାଆ ଙ୍କ ସହିତ ଏପରି ପରିସ୍ଥିତି ରେ ପଡ଼ି ରହିଛନ୍ତି ନ୍ୟାୟ ପାଇବା ପାଇଁ। ଆଉ ସେଥିପାଇଁ ସେ ଆଜିଠାରୁ ସେଠାରେ ଚୁଲି, ମାଟି ହାଣ୍ଡି, କାଠ ଆଦି ଆଣି ରୋଷେଇ କରିବା ବି ଆରମ୍ଭ କରି ଦେଇଛନ୍ତି। ବାହାରୁ ଖାଇବା ଆଣିବା ସମ୍ଭବ ହୋଇ ପାରୁ ନଥିବା ତାଙ୍କ ମାଆ କହିଛନ୍ତି। ଦିନ ସାରା ନଖାଇ ସେ ଶେଷରେ ରାତିରେ ସେଠାରେ ରୋଷେଇ କରିବା ଆରମ୍ଭ କରିଛନ୍ତି। ଭାତ ଓ ଡାଲମା କରିବେ ବୋଲି ସେ କହିଛନ୍ତି।

ତେବେ ଆପଣ ତ ଜାଣିଥିବେ ଦିନକ ପରେ ଅର୍ଥାତ୍ ସୋମବାର ଦିନ ଡିସେମ୍ବର ୨୦ ତାରିଖରେ ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଛି। ଏହି ଶୁଣାଣି ରେ ଯାହାବି ଫାଇସଲା ହେବ ସେହି ଅନୁସାରେ ଯଦି ତାଙ୍କୁ ଶଶୁର ଘରେ କିମ୍ୱା ସୁମିତ ସହିତ ରହିବାକୁ ନିର୍ଦ୍ଦେଶ ଦିଆଯାଏ ତେବେ ସେ ଧାରଣା ରୁ ଉଠିବ ବୋଲି ତପସ୍ଵିନୀ କହିଛନ୍ତି। ଏହାଛଡା ଆସିକା ଗେଷ୍ଟ ହାଉସ୍‌ ଛାଡ଼ିବା ପରେ ତପସ୍ୱିନୀ ରହିବା ପାଇଁ କୌଣସି ସ୍ଥାନ ନଥିବାରୁ ଶ୍ୱଶୁର ଘର ସମ୍ମୁଖରେ ଧାରଣା ଦେଇଛନ୍ତି ତପସ୍ଵିନୀ। ତେବେ ସୁମିତ ଏବଂ ତାଂକ ପରିବାର ପକ୍ଷରୁ ତାଙ୍କ ପ୍ରତି ହେଉଥିବା ପ୍ରତିବାଦରେ ଅତିଷ୍ଟ ହୋଇ ପଡିଲେଣି ତପସ୍ଵିନୀ।

ତଥାପି ସେ ତାଙ୍କର ନ୍ୟାୟ ପାଇଁ ଲଢେଇରୁ ଓହରି ନାହାଁନ୍ତି। ଏବେ ତପସ୍ଵିନୀ ଦାସ ପୁଣି ସୁମିତ ଙ୍କ ଘର ଆଗରେ ଧାରଣାରେ ବସିବା ସହିତ ସେଠାରେ ଚୁଲି ତିଆରି କରି, ହାଣ୍ଡି, କାଠ ଯୋଗାଡ଼ କରି ରୋଷେଇ କରୁଥିବାର ଦେଖିବାକୁ ମିଳିଛି।ଏହି ଦୃଶ୍ୟ କ୍ୟାମେରା ରେ ରେକର୍ଡ ହୋଇଛି କିପରି ଭାବରେ ତପସ୍ଵିନୀ ରୋଷେଇର ସମସ୍ତ ସରଞ୍ଜାମ ଯୋଗାଡ଼ କରି ରୋଷେଇ କରୁଛନ୍ତି।ତାଙ୍କର ସେହି ଗୋଟିଏ ଜିଦ୍ ଯେ ଏଥର ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେ ଆଦୌ ଉଠିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ବି ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.