ନିଜର ଜୀବନ ଜୀବିକା ନିର୍ବାହ କରିବା ପାଇଁ ଅନେକ ଲୋକ ଅନେକ ପ୍ରକାରର କାର୍ଯ୍ଯ କରିଥାନ୍ତି।ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯେଉଁ ମାନେ ଦୁଃଖ ଯନ୍ତ୍ରଣା ରେ ରହି ନିଜକୁ ବଞ୍ଚାଇ ରଖିବାକୁ ଚେଷ୍ଟା ମଧ୍ୟ କରୁଛନ୍ତି। ଯେମିତି ବି ହେଉ ସେମାନଙ୍କୁ ତାଙ୍କର ଜୀବନକୁ ଆଗକୁ ନେଇ ଯିବାକୁ ପଡିଥାଏ। ଦୁଃଖ ସୁଖ ଜୀବନର ଏକ ପ୍ରକ୍ରିୟା ଅଟେ। ଆଉ ଏହାରି ଭିତରେ ଆମକୁ ଆଗକୁ ବଢ଼ିବାକୁ ପଡ଼ିଥାଏ।ତେବେ ଦୁନିଆର ଏହି ଅଜିବ ବିଧାନ କୁ ତ ଆମ ସମସ୍ତଙ୍କୁ ମାନିବାକୁ ପଡ଼ିବ ଯାହାକୁ ସ୍ଵୟଂ ସୃଷ୍ଟି କର୍ତ୍ତା ତିଆରି କରିଛନ୍ତି।ତେବେ ଦୁନିଆରେ ଧନୀ ହେଉ କି ଗରିବ ସମସ୍ତଙ୍କ ପାଖରେ ଦୁଃଖ ଓ ସମସ୍ୟା ଭରି ରହିଛି।
ତେଣୁ ନିଜକୁ ଠିକ୍ ଭାବରେ ପରିଚାଳନା କରି ଦୁନିଆରେ ତିଷ୍ଠି ରହିବା ପାଇଁ ସମସ୍ତେ ପ୍ରୟାସ କରିବାରେ ଲାଗିଛନ୍ତି। କିନ୍ତୁ ବେଳେବେଳେ ଆମ ଚାରିପଟେ ଏମିତି ପ୍ରକାରର ଅଭାବ ଅନଟନ ଦେଖିବାକୁ ମିଳିଥାଏ ତାହା ସମସ୍ତଙ୍କୁ ଦୁଃଖୀ କରି ଦେଇଥାଏ ଓ ବହୁତ୍ ଗମ୍ଭୀର ଦୁଃଖ ପହଞ୍ଚାଇ ଥାଏ। ଅନେକ ଲୋକ ଏହାରି ଭିତରୁ ବାହାରକୁ ବାହାରିବା ପାଇଁ ଅନେକ କିଛି ଜୀବିକା ନିର୍ବାହ କରିଥାନ୍ତି। ସେହିପରି ଏକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି ଯେଉଁଠି ଜଣେ ସାପୁଆ କେଳା ଲୋକଙ୍କୁ ସାପ ଦେଖାଇ ଲୋକଙ୍କ ପାଖରୁ କିଛି ସାହାଯ୍ୟ ପାଉଛି।ଏହା ହେଉଛି ତାଙ୍କର ଦୈନନ୍ଦିନ କାମ। ଏହିଭଳି କରି ସେମାନେ ତାଙ୍କର ନିଜର ଏବଂ ପରିବାରର ପେଟ ପୋଷିଥାନ୍ତି।
କିନ୍ତୁ ଏହାଦ୍ବାରା ଏହି ଜୀବ ମାନେ ବହୁତ୍ ହଇରାଣ ହୁଅନ୍ତି। ସେମାନେ ତାଙ୍କର ପ୍ରାକୃତିକ ପରିବେଶ ମଧ୍ୟରେ ନିଜ ଇଚ୍ଛାରେ ବଞ୍ଚି ପାରନ୍ତି ନାହିଁ କିମ୍ୱା ଖାଦ୍ୟ ଗ୍ରହଣ କରି ପାରନ୍ତି ନାହିଁ। ତେଣୁ ଏଭଳି ନିରୀହ ପଶୁ ମାନଙ୍କ ସହ କରିବା ଉଚିତ୍ ନୁହେଁ। ସେହିଭଳି ଏକ ଘଟଣା ଏକ ଗାଆଁ ରେ ଘଟୁଥିବାର ଦେଖି ଜଣେ ସଚେତନ ପିଲା ଜଣେ ସାପ ଧରାଳି ଯିଏକି ଏଭଳି ଜୀବଙ୍କୁ ଉଦ୍ଧାର କରିଥାଆନ୍ତି ତାଙ୍କୁ ଜଣାଇଥିଲେ। ଏହାପରେ ଉକ୍ତ ସାପ ଧରାଳି ଜଣଙ୍କ ଯାହାଙ୍କ ନାମ ହେଉଛି ମୁରାଲିୱାଲେ ହୋଶଲା ସେ ଆସି ଏହି ସାପୁଆ କେଳା ସହିତ କଥା ହୋଇଥିଲେ।
ଆଉ ତାଙ୍କୁ ବୁଝାଇଥିଲେ ଯେ ଏପରି ଭାବରେ ଏକ ଜୀବକୁ ରଖିବା ଠିକ୍ ନୁହେଁ। ବିନା ଖାଦ୍ୟରେ ସେ ବହୁତ୍ ଜଲଦି ମରିଯିବ। ଏହାପରେ ସେ ସାପୁଆ କେଳା ଜଣଙ୍କୁ ବୁଝାଇ ତାଙ୍କ ପାଖରୁ ସାପଟିକୁ ନେଇ ଆସିଥିଲେ ଏବଂ ଏହା ବଦଳରେ ସେ ତାଙ୍କୁ ୨ ହଜାର ଟଙ୍କା ଦେଇଥିଲେ। ଆଉ କହିଥିଲେ ଯେ କିଛି ଅଲଗା କାମ କରିବା ପାଇଁ। ଏମିତି ଭାବରେ ଜୀବଙ୍କୁ କଷ୍ଟ ଦେବା ଉଚିତ୍ ନୁହେଁ। ଏହାପରେ ସାପ ଧରାଳି ଜଣଙ୍କ ଉକ୍ତ ସାପକୁ ବ୍ୟାଗ୍ ରେ ପୂରାଇ ସେଠାରୁ ନେଇ ଆସିଥିଲେ ଏବଂ ତାକୁ ତାର ପ୍ରାକୃତିକ ପରିବେଶ ଜଙ୍ଗଲ ମଧ୍ୟରେ ଛାଡି ଦେଇଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।