ପୁଅ କିମ୍ବା ଝିଅ ଜନ୍ମ ପାଇଁ କିଏ ଦାୟୀ ?

ତେବେ ଦର୍ଶକ ବନ୍ଧୁ ଆମେ ମାନେ ଜାଣିଛୁ କି ମହିଳା ମାନେ ଯେତେବେଳେ ଗର୍ଭବତୀ ହୋଇଥାନ୍ତି ସେତେବେଳେ ଜଣେ ମହିଳା ର ନାରୀ ଜୀବନ ର ସାର୍ଥକ ଟା ପାଇଥାଏ | ଆଉ ଯାହାକୁ ନେଇକି ସେ ଖୁସି ମଧ୍ୟ ଥାଏ | ଆଉ ନାରୀଟି ଗର୍ଭବତୀ ହେବା ସମୟରେ ଜାଣି ନ ଥାଏ କି ପ୍ରକୃତରେ ତାର ଗର୍ଭ ଭିତରେ କେଉଁ ଛୁଆ ଟି ବଢୁଛି | ତାହା ପୁଅ ହୋଇପାରେ ବା ଝିଅ ବି ହୋଇପାରେ | ତେଣୁ ଆସନ୍ତୁ ଆଜି ଆମେ ଜାଣିବା କି ମହିଳା ମାନଙ୍କର ପୁଅ କିମ୍ବା ଝିଅ ଜନ୍ମ ଦେବାର ପ୍ରକୃତ କାରଣ ଟି କଣ, କାହା ଉପରେ ନିର୍ଭର କରିଥାଏ ପୁଅ କିମ୍ଭା ଝିଅ ଟି ଜନ୍ମନେବା |

ତେବେ ଆମେ ମାନେ ଜାଣିଛୁ କି ଆମ ସମାଜରେ ଏମିତି ବି କିଛି ଅନ୍ଧ ବିଶ୍ୱାସ ରହିଛି ଯେଉଁ ଅନ୍ଧବିଶ୍ୱାସ କୁ ବ୍ୟବହାର କରିକି ମଣିଷ ଆଜି ଚାଲିଛି | ଆଉ କନ୍ୟା ଭୃଣ ହତ୍ୟା ଭଳି ବିଭିନ୍ନ ସମସ୍ୟା ମାନ ଦେଖା ଦେଉଛି ଆଜିର ସମାଜରେ | ଆଉ ଯେଉଁଠି ପୁଅ ଆଉ ଝିଅ ମଧ୍ୟରେ ପାର୍ଥକ୍ୟ ଦେଖା ଯାଉଛି | ତେବେ ଆମେ ମାନେ ପ୍ରଥମେ ବୁଝିବା କଥା କି ଆମେ ଯାହା ପାଖରୁ ଜନ୍ମ ହୋଇଛି ସେ ଗୋଟିଏ ନାରୀ ଓ ଯାହା କୁ ବିବାହ କରିକି ସଂସାର କୁ ଆଗକୁ ନେଉଛି ସିଏ ବି ଜଣେ ନାରୀ | ତେଣୁ ଆଜି ମୁଁ କିଛି ସାଇଣ୍ଟିଫିକ କଥା ଆପଣ ମାନଙ୍କୁ ଜଣାଇବି ଯାହା ଯୋଗୁଁ ଆପଣ ମାନେ ଜାଣି ପାରିବେ ପୁଅ କିମ୍ବା ଝିଅ ହେବା କାହା ଉପରେ ନିର୍ଭର କରେ |

ତେବେ ଆମେ ଜାଣିଛୁ କି ସେ ପୁରୁଷ ହେଉ ବା ନାରୀ ଆମର ଶରୀରରେ 23 ଯୋଡ଼ା କ୍ରମଜମ ବା ଗୁଣସୂତ୍ର ଥାଏ | ଆଉ ଯାହାକୁ ଆମେ ଜିନ ବୋଲି କହିଥାଉ ଆଉ ଏହି ଜିନ ଯୋଗୁଁ ବାପା ମାଆ ଙ୍କର ଗୁଣ ଗୁଡିକ ପିଲାଙ୍କ ପାଖରେ ଦେଖା ଦେଇଥାଏ | ଆଉ ଯାହା ଯୋଗୁଁ ଛୁଆ ଟି କଳା, ଗୋରା ତାର ଆଖି ନାକ ଆଦି ଅଙ୍ଗ ର ଗଠନ ହୋଇଥାଏ | ତେବେ ସାଧାରଣତଃ ପୁରୁଷ ମାନଙ୍କ ପାଖରେ XY କ୍ରମଜମ ଥିବା ବେଳେ, ନାରୀ ମାନଙ୍କ ପାଖରେ ସସସ କ୍ରମଜମ ଥାଏ |

ଆଉ ଯେତେବେଳେ ଦୁହି ଙ୍କ ମଧ୍ୟ ରେ ମିଳନ ଘଟିଥାଏ, ସେତେବେଳେ ପୁରୁଷ କ୍ରମଜମ ରୁ ଗୋଟିଏ ଗୁଣସୂତ୍ର ଓ ମହିଳା କ୍ରମଜମ ରୁ ଗୋଟିଏ ଗୁଣସୂତ୍ର ଆସିଥାଏ ଆଉ ସେହି ଗୁଡିକ ମିଶିଲେ ଝିଅ ଆଉ ପୁଅ ହୋଇଥାଏ | ତେବେ ମହିଳା ମାନଙ୍କ ର XX ଥିବାରୁ ତାହା ସମାନ ଥାଏ, କିନ୍ତୁ ପୁରୁଷ ମାନଙ୍କ ପାଖରେ ଦୁଇଟି ଅଲଗା X ଆଉ Y ଥାଏ | ତେଣୁ X ଆଉ Y ମିଶିଲେ ପୁଅ ଓ X ଆଉ X ମିଶିଲେ ଝିଅ ହୋଇଥାଏ |ତେଣୁ ପୁଅ ବା ଝିଅ ହେବା ସମ୍ପୂର୍ଣ୍ଣ ଭାବରେ ପୁରୁଷ ଉପରେ ନିର୍ଭର କରିଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment