ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି ପ୍ରତେକ ଲୋକଙ୍କର କିଛି ଣା କିଛି ସ୍ବପ୍ନ ଥାଏ | ଆଉ ସେହି ସ୍ବପ୍ନ କୁ ପୂରଣ କିରିବା ପାଇଁ ସମସ୍ତେ ବହୁତ କଷ୍ଟ ମଧ୍ୟ କରିଥାନ୍ତି | ତେବେ ଯିଏ ଯେମିତି ଇନକମ କରୁ ନା କାହିଁକି ଜୀବନରେ ପ୍ରଥମ ଥର ପାଇଁକି ଇନକମ କରିଥିବା ଟଙ୍କା କଥା ସମସ୍ତଙ୍କ ମନେ ରହିଥାଏ | ଆଉ ତାହା ଥାଏ ପ୍ରତେକ ଙ୍କ ଜୀବନର ପ୍ରଥମ ପରିଶ୍ରମ ର ସୃତି, ଯାହା ପାଇଁ ସେମାନଙ୍କୁ ଟଙ୍କା ମିଳିଥାଏ ଆଉ ସେହି ଠାରୁ ହି ସେମାନଙ୍କ ଜୀବନ ର ଆରମ୍ଭ ହୋଇଥାଏ | ଆଉ ସେହି ସଫଳତା ସେମାନଙ୍କୁ ଆଗକୁ ଆଗକୁ ନେଇଯାଇଥାଏ | ତେବେ ସେହି ଭଳି ଆଜି ବଡ଼ ବଡ଼ ସଫଳତା ପାଇଥିବା କେତେଜଣ ଓଡ଼ିଆ ସେଲିବ୍ରିଟି ଙ୍କ ବିଷୟରେ ଆସନ୍ତୁ ଆଜି ଆମେ ଆଲୋଚନା କରିବା |
ତେବେ ନିଜର ପ୍ରଥମ ଇନକମ ବିଷୟରେ କହିଥିଲେ ଅଭିନୟ ତଥା ସଂଗୀତ ମାଧ୍ୟମରେ ବେଶ ପ୍ରସଂଶା ସାଉଁଟି ପାରିଥିବା ଜଣେ ଓଡ଼ିଆ କଳାକାର, ଆଉ ଯାହା ଙ୍କର ଗୀତ ରେ ରହିଛି ଅପାର ଯାଦୁ ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ସମସ୍ତଙ୍କର ଅତି ପ୍ରିୟାର ଅଭିଜିତ ମଜୁମଦାର | ତେବେ ତାଙ୍କର ପ୍ରଥମ ଇନକମ ବିଷୟରେ କହିବାକୁ ଯାଇକି ସେ କହିଥିଲେ କି ସେ ଯେତେବେଳେ ପ୍ରଥମେ ଓଡ଼ିଆ ଇଣ୍ଡୋଷ୍ଟ୍ରି ରେ ପାଦ ଦେଇଥିଲେ ତାଙ୍କ ପାଖରେ ଗ୍ୟାସ ଟିଏ ନ ଥିଲା ରୋଷେଇ କରିକି ଖାଇବା ପାଇଁକି | ଆଉ ତାଙ୍କର ପ୍ରଥମ ଇନକମ ଭାବରେ ଗ୍ୟାସ ଟିଏ ପାଇଥିଲେ ଅଭିଜିତ ମଜୁମଦାର |
ତେବେ ସେହି ଭଳି ଆଶା ସିରିଏଲ ରେ କାମ କରୁଥିବା ସ୍ବିଟି କହିଥିଲେ କି ସେ ପ୍ରଥମେ ଆଲବମ ରେ କାମ କରିଥିଲେ, ଆଉ ସେ ସେତେବେଳେ ଜାଣି ନ ଥିଲେ କି ଏହି ଅଭିନୟ କରିକି ଟଙ୍କା ରୋଜକାର କରି ହୁଏ ବୋଲି | ସେ କେବଳ ଟିଭିରେ ବାହାରିବା ପାଇଁ ଯାଇଥିଲେ ତେବେ ପରେ ତାଙ୍କୁ ବିଭିନ୍ନ ଅଫର ମିଳିଥିଲା | ତେବେ ସେହିଭଳି ତାରିଣୀ ଆଖିର ତାରା ରେ କାମ କରୁଥିବା ମିଲି କହିଥିଲେ କି ସେ ବହୁତ ଛୋଟ ବେଳରୁ ତାଙ୍କର ପ୍ରଥମ ଇନକମ ସେ ପାଇଥିଲେ ବୋଲି, ତେବେ ତାଙ୍କର କହିବା କଥା କି ସେ ଯେତେବେଳେ 10 ବର୍ଷ ର ହୋଇଥିଲେ ସେତେବେଳେ ଗୋଟିଏ ଆୱାର୍ଡ ଫାଂକ୍ସନ ରେ ସେ ପାଇଥିଲେ ପ୍ରଥମ ଇନକମ |
ସେହିଭଳି ଆଶା ରେ କାମ କରୁଥିବା ଅନନ୍ୟା କହିଥିଲେ କି ତାଙ୍କର ପିଲା ବେଳରୁ ଆଶା ଥିଲା କି ଜଣେ ଭଲ ଅଭିନେତ୍ରୀ ହେବା ସହିତ ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରେଇବା ପାଇଁକି, ଆଉ ସେ ଏହି ସିରିଏଲ ମାଧ୍ୟମରେ ଚଳଚିତ୍ର ଦୁନିଆକୁ ଆସିକି ପ୍ରଥମେ ଇନକମ କରିଥିଲେ | ତେବେ ତାରିଣୀ ଆଖିର ତାରା ସିରିଏଲ ରେ ଲିଡ଼ କେରେକ୍ଟର କରୁଥିବା ତାରିଣୀ ଅର୍ଥାତ ସୁମନ କହିଥିଲେ କି ତାଙ୍କର ପ୍ରଥମ ରୋଜକାର ଥିଲା ତାଙ୍କୁ ଯେତେବେଳେ ତେଜ୍ୱାସିନୀ ରେ ଅଭିନୟ ପାଇଁ ଅଫର ଆସିଥିଲା 5000 ଟଙ୍କା, ତାହା ପରେ ସେ ରଜ କୁଇନ ରେ 50 ହଜାର ଟଙ୍କା ପାଇଥିଲେ |
ତେବେ ତାରା କହିଥିଲେ କି ସେ ଏହି ଚଳଚିତ୍ର ଦୁନିଆରେ ପାଦ ଦେବା ଆଗରୁ ପେଣ୍ଟିଙ୍ଗ ପ୍ରତି ଭଲ ପାଇବା ଥିଲା, ତେଣୁ ସେ ପେଣ୍ଟିଂ ରୁ 3000 ପ୍ରଥମେ ଇନକମ କରିଥିଲେ |ତେବେ ଏହା ଥିଲା କିଛି ସେଲିବ୍ରିଟି ମାନଙ୍କର ଇନକମ ର କଥା, ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ମଧ୍ୟ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।