ବାପାଙ୍କ ଆଖିରେ କେତେବେଳେ ଲୁହ ଆସିଯାଏ ? ନିଜ ବାପା ଙ୍କୁ ଭଲ ପାଉଥିଲେ ଥରୁଟିଏ ନିଶ୍ଚୟ ଦେଖନ୍ତୁ Video

ତେବେ ବନ୍ଧୁଗଣ ଆମେ ଜାଣିଚୁ କି ମଣିଷ ପରି ଯିଏ ମଣିଷ ଟିଏ ଗଢି ତଳି ଥାଏ ଓ ସମାଜରେ ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ ସେ ହେଉଛି ବାପା | ଆଉ ଯିଏ ପିଲା ମାନଙ୍କର ଦୁଃଖ ଆଉ କଷ୍ଟ ରେ ସମ ଭାଗି ହେଇକି ଅର୍ଥାତ ନିଜ ବିଷୟରେ ତିଳେ ହେଲେ ବି ଚିନ୍ତା ନ କରିକି ଅନ୍ୟ ପାଇଁ ସବୁବେଳେ ଲାଗି ପଡିଥାଏ ତାଙ୍କୁ ଆମେ ବାପା ସ୍ଥାନ ରେ ରଖିଥାଉ | ତେବେ ମଣିଷ ସବୁବେଳେ ଚେଷ୍ଟା କରିବା ଆଉ ଜାଣିବା ଆବଶ୍ୟକ ହୋଇଥାଏ କି ନିଜକୁ ଷ୍ଟ୍ରଙ୍ଗ କହୁଥିବା ବାପା ଜଣଙ୍କ କେତେବେଳେ ହାରି ଯାଇଥାନ୍ତି | ଆଉ କେତେବେଳେ ତାଙ୍କର ଆଖିରୁ ଲୁହ ଝରି ଆସିଥାଏ ଆସନ୍ତୁ ସେ ବିଷୟରେ ଜାଣିବା |

ତେବେ ଆମେ ଜାଣିଛୁ କି ପିଲା ଟି ଜନ୍ମ ସିନା ମା କରିଥାଏ, କିନ୍ତୁ ପିଲା ଟିକୁ ନିଜର ପରିଚୟ ଗଢିବାରେ ସାହାଯ୍ୟ କରିଥାଏ ତାର ବାପା | ପିଲା କୁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସହିତ ବଢ଼ିବାରେ ସାହାଯ୍ୟ କରିଥାଏ ତାହାର ବାପା | ଆଉ ପିଲା କଥା ଭାବି ଭାବି ନିଜେ ନ ଖାଇ ସବୁବେଳେ ପିଲା ଙ୍କର ଖାଇବା ବିଷୟରେ ଚିନ୍ତା କରିଥାଏ ସେ ହେଉଛନ୍ତି ବାପା | ତେବେ ଆଜି କାଲି ପିଲା ମାନେ ବାପା ଙ୍କ ଉପରେ ଥିବା ଭକ୍ତି ଆଉ ସଂମାନ କୁ ଭୁଲି ଗଲେଣି | ଆଉ ବାପା ଶବ୍ଦ ରେ ଯେ କେତେ ମଧୁରତା ରହିଛି ତାହା କୁ ଆଜି କାଲି ଭୁଲି ହଲେଣି ଆଜିକାର ପିଲା ମାନେ |

ତେବେ କହିବା ଅନୁସାରେ ବାପା 2 ଟି ପରିସ୍ଥିତି ରେ ନିଜକୁ ସମ୍ଭାଳି ପାରନ୍ତି ନାହିଁ ତାହା ହେଉଛି ଯେତେବେଳେ ବାପା ଜଣଙ୍କ ଝିଅ ଟିକୁ ବିବାହ କରେଇ ଥାଆନ୍ତି ଓ ନିଜ ପାଖରୁ ଅଲଗା କରିଥାନ୍ତି ଝିଅକୁ | ସେତେବେଳେ ବାପା ଜଣଙ୍କ ଦୁଃଖରେ ଭାଙ୍ଗି ପଡିଥାଆନ୍ତି | ତାହା ବ୍ୟତୀତ ଆଜିର ପିଲା ମାନେ ଯେଉଁ ଭଳି ଭାବରେ ବାପା ମା ଙ୍କୁ ନିଜର ବ୍ୟବହାର ଦେଖାଉଛନ୍ତି | ଅର୍ଥାତ ପରିଣତ ବୟସରେ ଯଦି ବାପା ଙ୍କ ଉପରେ ପୁଅ ଝିଅ ମାନଙ୍କର ବ୍ୟବହାର ରେ ବ୍ୟତିକ୍ରମ ଦେଖା ଯିବ | ଯଦି ପିଲା ମାନେ ବାପା ଙ୍କୁ ଭଲ ପାଇବେ ନାହିଁ | ତାହେଲେ ମଧ୍ୟ ସେହି ସମୟରେ ବାପା ଙ୍କ ଆଖିରୁ ପାଣି ଆସି ଯାଇଥାଏ |

ତେବେ ପିଲା ମାନେ ସବୁବେଳେ ମନେ ରଖିବା କଥା କି ବାପା ମା ହେଉଛନ୍ତି ଚଳନ୍ତି ଦେବତା | ତେବେ ସେମାନଙ୍କ ର ମନରେ କେବେ ହେଲେ ଦୁଃଖ ଦେବା କଥା ନୁହଁ | ଯେପରି ସେମାନେ ଆମକୁ ଛୋଟ ଥିବା ବେଳେ ଯତ୍ନ ନେଉଥିଲେ ସେହିଭଳି ପିଲା ମାନେ ମଧ୍ୟ ଛୋଟ ଛୁଆଁ ଭଳି ବାପା ମା ଙ୍କର ଯତ୍ନ ନେବା ଆବଶ୍ୟକ ହୋଇଥାଏ ବୋଲି କୁହାଯାଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment