ଦ୍ୱିତୀୟା ଘାଣ୍ଟ ଏମିତି ବନାନ୍ତୁ, ସ୍ଵାଦ ଏମିତି ଜବରଦସ୍ତ କି ଘରଲୋକ କହିବେ ପୁଣି ଘାଣ୍ଟବନାଅ… ପ୍ରତ୍ୟେକ ମହିଳା ନିଶ୍ଚୟ ଦେଖନ୍ତୁ ଏହି Video

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିଲେ କି ରହିବା ପାଇଁକି ଯେମିତି ଘର ଟିର ଆବଶ୍ୟକତା ରହିଛି, ଠିକ ସେହିଭଳି ଖାଇବା ପାଇଁ ଭଲ ଖାଦ୍ୟର ଆବଶ୍ୟକତା ରହିଥାଏ |ତେବେ ଆମକୁ ଭଲ ଖାଇବା ପାଇଁ ହେଲେ ଆମର ସେହି ସବୁ ଖାଦ୍ୟର ପ୍ରସ୍ତୁତି ବିଷୟରେ ମଧ୍ୟ ଜାଣିବା ର ଆବଶ୍ୟକତା ରହିଛି | ତେବେ ଆମେ ନିଜର ଘରେ ସହଜ ଆଉ ସୁନ୍ଦର ଉପାୟରେ କମ ସମୟରେ ଦ୍ଵିତୀୟ ଘାଣ୍ଟ କୁ ବନେଇ ପାରିବା | ଆଉ ଯାହା ବିନା ପିଆଜ ରସୁଣ ରେ ହୋଇଥାଏ, ଯାହାକୁ ସମସ୍ତେ ମଧ୍ୟ ଖାଇ ପାରିବେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଘାଣ୍ଟ ପାଇଁ କଣ କଣ ଉପକରଣ ର ଆବଶ୍ୟକତା ରହିଛି | ଆଉ କେଉଁ ସବୁ ଉପାୟରେ ଆମେ ଏହି ଦ୍ଵିତୀୟା ଘାଣ୍ଟ କୁ ପ୍ରସ୍ତୁତ କରି ପାରିବା ସେ ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-

ଆଳୁ,ଅମୃତ ଭଣ୍ଡା, ଝୁଡ଼ଙ୍ଗ, କାଙ୍କଡ଼, ଜନ୍ହି, ପୋଟଳ,କୁନ୍ଦୁରି, ଲାଉ,କଖାରୁ , ସାରୁ, ମାଟି ଆଳୁ, ପୋଟଳ,ନଡ଼ିଆ,ଗାଜର, କଦଳୀ, ବାଇଗଣ,କଳା ଚଣା, କାବୁଲି ଚଣା, ୟଲ ଚଣା,ବୁଟ ଡାଲି, ଗଜା ମୁଗ,ଓଉ,ଘିଅ, ଜିରା, ଧଣିଆ, ପାନ ମୌରୀ, ଡାଲଚିନି, ଲବଙ୍ଗ, ଜାଇଫଳ , ଟମାଟୋ, କଞ୍ଚାଲଙ୍କା, ଅଦା, କାଜୁ

ପ୍ରସ୍ତୁତି ପ୍ରଣାଳୀ :-

ତେବେ ଆମେ ପ୍ରଥମେ କଢେଇରେ ଘିଅ ପକାଇବା ତାହା ପରେ ଦର ଛେଞ୍ଛା କରିକି ରଖିଥିବା ଓଉ କୁ ଭାଜିନେବା | ତାହା ପରେ କଢେଇରେ ଘିଅ ପକେଇକି ସେଥିରେ ଅଳ୍ପ ଜିରା ପକାଇବା ଆଉ ତାହା ପରେ ନାଳ ଜାତୀୟ ଯେତେ ବି ପରିବା ଅଛି ଯଥା ମାଟି ଆଳୁ ଅ ସାରୁ କୁ ତେଲ ରେ ଭାଜି ନେବା | ତାହା ପରେ ଆମେ ସେଥିରେ ସମସ୍ତ ପରିବାକୁ ପକାଇବା ଅ ସେଥିରେ ବୁଟ ଡାଲି ମଧ୍ୟ ପକାଇବା ଅ ତାହାକୁ ଭଲ ଭାବରେ ମିକ୍ସ କିରିଦେବା | ତାହା ପରେ ସେଥିରେ ଲୁଣ ଆଉ ହଳଦୀ ଗୁଣ୍ଡା ଦେଇକି ହାୟ ଫ୍ରେମ ରେ ଢାଙ୍କୁଣୀ ମାରିକି ଛାଡ଼ିଦେବା | 5-10 ମିନିଟ ପରେ ଢାଙ୍କୁଣୀ କୁ କାଡିକି ସେଥିରେ ସିଝା କରିକି ରଖିଥିବା ବୁଟ ଅ ଗଜା ମୁଗ କୁ ପକାଇବା ଓ ସେଥିରେ କଟା ଯାଇଥିବା ନଡ଼ିଆ କୁ ମଧ୍ୟ ଆମେ ପକାଇବା |

ତାହା ପରେ ପାରିବାରେ ପାଣି ଢ଼ାଳିବା ଓ ସେଥିରେ ବାଇଗଣ ପକାଇବା ଓ ଢାଙ୍କୁଣୀ ଦ୍ୱାରା ଘୋଡାଇ ଦେବା | ତେବେ ସମସ୍ତ ପ୍ରକାରର ପରିବା ଭଲ ଭାବରେ ସିଝିଗଲା ପରେ ତାହାକୁ ଡେ଼କଚି ରେ ଅଲଗା ରଖିବା | ଏବେ ଆମେ କଢେଇ ଆଣିବା, ଆଉ ଜାଇଫୋଲା, ଲବଙ୍ଗ ଜିରା, ପାନ ମୌରୀ, ଧଣିଆ କୁ ଭଲ ଭାବରେ ଭାଜି ଗ୍ରାଇଣ୍ଡିଂ କରିନେବା |

ଏବେ ଆମେ କଢେଇରେ ତେଲ ଦେଇ ସେଥିରେ ତେଜ ପତ୍ର ଶୁଖିଲା ଲଙ୍କା ଓ ଜିରା ପକାଇବା ଓ ସେଥିରେ ଟମାଟୋ, ଅଦା ଓ କାଜୁ କୁ ପେଷ୍ଟ କରିକି ପକାଇବା ଓ ରଙ୍ଗ ପାଇଁ ଲଙ୍କା ଗୁଣ୍ଡ ଦେଇକି ମସଲା ପ୍ରସ୍ତୁତ କରିକି ପରିବା ସିଝା କୁ ଢ଼ାଳିବା ଓ ଶେଷରେ ଉପରେ ସମସ୍ତ ମସଲା ଗୁଣ୍ଡ ଦେଇକି ତରକାରୀ କୁ ପ୍ରସ୍ତୁତ କରିବା |

ତେବେ ଏହା ଥିଲା ଦ୍ଵିତୀୟ ଘାଣ୍ଟ ର ପ୍ରସ୍ତୁତି ପ୍ରଣାଳୀ , ଯାହା ଖାଇବା ପାଇଁ ବହୁତ ଭଲ ହୋଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment