ମୂଷା ( Rat ) ଘରୁ ବାହାର କରିବାର ଉପାୟ | Home Remedies

ହଁ ବନ୍ଧୁଗଣ ଆମେ ସମସ୍ତେ ଜାଣିଛୁ କି ଆମ ଘରେ ଓ ଘରେ ବାହାରେ ଏଭଳି କିଛି ଯିବ ଅଟନ୍ତି ଯେଉଁ ମାନେ କି ଆମର ଅନେକ କ୍ଷତି କରିଥାନ୍ତି |ଆଉ ସେମାନଙ୍କର ଦାୟୁ ରୁ ମୁକ୍ତି ପାଇବା ପାଇଁକି ଆମେ ବିଭିନ୍ନ ପ୍ରକାରର ଉପାୟ ମାନ କରିଥାଉ | ତେବେ ସେହି ଭଳି ଗୋଟିଏ ଜୀବ ହେଉଛି ମୂଷା | ଯିଏକି ଆମ ଘର ବାହାରେ ରହିବା ସହିତ ଆମ ଘରେ ମଧ୍ୟ ରହିଥାଏ ଓ ଆମର ଘରର ଅନେକ ପ୍ରକାରର ଧନ ଜୀବନ ମଧ୍ୟ ନଷ୍ଟ କରିଥାଏ | ତେବେ ଆଜି ମୁ ଆପଣ ମାନ ଙ୍କୁ କହିବାକୁ ଯାଉଛି ସେହି ମୂଷା ଙ୍କ ବିଷୟରେ | ଆଉ ମୂଷା କୁ ତଡିବାର ସହଜ ଘରେଇ ଉପାୟ ଗୁଡିକ ବିଷୟରେ ଆସନ୍ତୁ ଆଲୋଚନା କରିବା |

 

ତେବେ ଆମେ ଜାଣିଛୁ କି ମୂଷା ଯୋଗୁ ପ୍ଲେଗ ରୋଗ ହୋଇଥାଏ | ତେବେ ଏହା ବ୍ୟତୀତ ମୂଷା ଆମ ଘରେ ରହି ମଇଳା ଓ ଅପରିଷ୍କାର ଜିନିଷ କୁ ଆମ ଘର ଭିତରକୁ ଆଣିଥାଏ ଯାହା ଯୋଗୁ ଆମକୁ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ |ଏହା ବ୍ୟତୀତ ଦେଖା ଯାଏ କି ଏହି ମୂଷା ଯୋଗୁ ଆମର ଅନେକ ଧନ ଜୀବନ ମଧ୍ୟ ନଷ୍ଟ ହୋଇଥାଏ | କାରଣ ମୂଷା ସେ ଗୁଡିକୁ କାଟି ଦେଇଥାଏ | ତେବେ ସେଥିରୁ ମୁକ୍ତି ପାଇବା ପାଇଁ କଣ କରିବା ଆସନ୍ତୁ ଜାଣିବା |

ମୁଷକୁ ଘରୁ ତଡିବାର ସହଜ ଉପାୟ ଗୁଡିକ ହେଲା :-

1-ପ୍ରଥମେ ଆମେ ମୂଷା କୁ ଘରୁ ତଡିବା ପାଇଁ ପେପର ମିନ୍ଟ ଓଏଲ ନେଇ ପାରିବା | ତେବେ ଏହି ତେଲ କୁ ବ୍ୟବହାର କରିବା ପାଇଁ ହେଲେ ଆମକୁ ପ୍ରଥମେ ସେହି ତେଲ କୁ ନେବାକୁ ପଡିବ ଓ ତୁଳା ସାହାଯ୍ୟରେ ଏହି ତେଲ କୁ ନେଇକି ଛୋଟ ଛୋଟ ତୁଳା ଗୋଟି କାଟିବା ପାଇଁ ପଡିବ, ଆଉ ଯେଉଁ ସବୁ ଜାଗାରେ ମୂଷା ରହିଛି ସେହି ସ୍ଥାନ ମାନଙ୍କରେ ଏହି ତୁଳା କୁ ରଖିଦେବା ଆବଶ୍ୟକ ହୋଇଥାଏ | ଯାହା ଯୋଗୁ ମୂଷା ସେଠାରୁ ପଳେଇଯିବ |

2-ଦ୍ଵିତୀୟ ଉପଚାର ପାଇଁ ଆମକୁ ଆବଶ୍ୟକ ପଡିବ ତାହା ହେଉଛି ନାଲି ମରିଚ ଗୁଣ୍ଡ| ତେବେ ଆମେ ନାଲି ମରିଚ ଗୁଣ୍ଡ ସାଙ୍ଗକୁ କିଛି ଅଟା ନେବା | ଆଉ ତାହାକୁ ଗଲି କରିକି ଛୋଟ ଛୋଟ ଗୋଲି କରିନେବା ଓ ମୂଷା ରହୁଥିବା ସ୍ଥାନରେ ରଖିଦେବା | ଆଉ ଯାହା ଫଳରେ ମୂଷା ତାହାର ବାସ୍ନା ଶୁଙ୍ଘିକି ଆସିବ ଓ ଘରୁ ଦୂରେଇଯିବା |

3- ତୃତୀୟ ଘରେଇ ଉପାୟଟି ହେଉଛି ତେଜ ପତ୍ର, ତେବେ ଆମେ କିଛି ତେଜ ପତ୍ର ନେବା ଓ ତାହାକୁ ଜାଳି ସେହି ଧୂଆଁ କୁ ମୂଷା ରହୁଥିବା ସ୍ଥାନରେ ଦେଲେ ମୂଷା ଜୀବ ସହିତ ମଶା ଓ ମାଛି ମଧ୍ୟ ଦୁରେଇ ଯିବ |

ତେବେ ଏହା ଥିଲା ମୁଷକୁ ଘରୁ ତଡିବାର ସହଜ ଘରେଇ ଉପାୟ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment