ହଁ ଦର୍ଶକ ବନ୍ଧୁ ଆଜି କାଲି ଛୋଟ ହେଉ କିମ୍ବା ବଡ଼ ସମସ୍ତ ଙ୍କ ଠାରେ ନିନ୍ଦ ଠିକ ସେ ନ ହେବା ଭଳି ସମସ୍ୟା ଦେଖା ଯାଉଛି | ତେବେ ଏହି ଅନିଦ୍ରା ଭଳି ସମସ୍ୟା ଆମ କାହିଁକି ଦେଖାଯାଏ ତାହା ଅନେକ ଙ୍କ ମନ ରେ ପ୍ରଶ୍ନ ଉଠୁଥିବ | ଦର୍ଶକ ବନ୍ଧୁ ଏହାର କାରଣ ହେଉଛି ଅଧିକ ଚିନ୍ତା କରିବା, ଏହା ବ୍ୟତୀତ ଯଦି ଆପଣଙ୍କ ର ବୟସ 50 ରୁ ଅଧିକ ହେଇଯାଇଛି ତାହାଲେ ଆପଣଙ୍କୁ ଅଧିକ ନିନ୍ଦ୍ରା ଲାଗିବା ର ସମ୍ଭାବନା ଥାଏ | ତେବେ ଛୋଟ ପିଲାମାନଙ୍କ ନିନ୍ଦ ଟିକେ ଅଧିକ ରହିଥାଏ ହେଲେ ବୟସ ବଢିବା ସାଙ୍ଗେ ସାଙ୍ଗେ ଏହା ମାତ୍ରା ଧୀରେ ଧୀରେ କମି ଯାଏ | ପ୍ରଥମେ ଏହା ପିଲାଙ୍କ ଠାରେ 10 ରୁ 12 ଘଣ୍ଟା ଦେଖାଯାଏ ଓ ପରେ ଏହା ବୟସ ବଢିବା ସାଙ୍ଗ କୁ ଧୀରେ ଧୀରେ ଏହା 8 ଘଣ୍ଟା ରୁ 6 ଘଣ୍ଟା କୁ କମି ଆସେ | ତାପରେ ଆମକୁ ଅନିଦ୍ରା ଭଳି ସମସ୍ୟା ଦେଖା ଯାଇ ଥାଏ | ତାହାଲେ ଦର୍ଶକ ବନ୍ଧୁ ଏହି ଅନିଦ୍ରା କୁ ଦୂର କରିବା ପାଇଁ କିଛି ଘରେଇ ଉପଚାର ରହିଛି ଆସନ୍ତୁ ତାହାର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ଜାଣିବା |
ଆବଶ୍ୟକୀୟ ଉପକରଣ :-
ସୋରିଷ ତେଲ,ଅଶ୍ଵଗନ୍ଧା,ସର୍ପଗନ୍ଧା,ଡାଲଚିନି,ଜାଇଫଳ, କେଶର, କ୍ଷୀର, ମହୁ
ପ୍ରସ୍ତୁତି ପ୍ରଣାଳୀ :-
(1) ଦର୍ଶକ ବନ୍ଧୁ ଏହି ଘରେଇ ଉପଚାର ଟିକୁ ପ୍ରସ୍ତୁତି କରିବା ପାଇଁ ଆପଣ ପ୍ରଥମେ ଉଷୁମ ପାଣି ରେ ଆପଣଙ୍କ ପାଦ କୁ ଭଲ ଭାବରେ ଧୋଇଦିୟନ୍ତୁ | ତାପରେ ସୋରିଷ ତେଲ ଦ୍ୱାରା ଶୋଇବା ପୂର୍ବ ରୁ ଆପଣଙ୍କ ପାଦ କୁ ଭଲ ଭାବରେ ମାଲିସ କରନ୍ତୁ | ଏମିତି କରିବା ଦ୍ୱାରା ଆପଣଙ୍କ ଚିନ୍ତା ଦୂର ହେଇଥାଏ ଓ ନିନ୍ଦ ଅଧିକ ମାତ୍ରା ରେ ଲାଗିଥାଏ |
(2) ଏହି ଘରେଇ ଉପଚାର ଟିକୁ ପ୍ରସ୍ତୁତି କରିବା ପାଇଁ ଆପଣଙ୍କୁ ଅଶ୍ୱଗନ୍ଧା ଗୁଣ୍ଡ ଓ ସର୍ପଗନ୍ଧା ଗୁଣ୍ଡ ର ଦୁଇଟି ଚେର ମୂଳିକୁ ସମ ପରିମାଣ ର ଗୁଣ୍ଡ ପ୍ରସ୍ତୁତ କରନ୍ତୁ | ଏବେ ଏହାକୁ ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ ମିଶାଇ ଏହାର ସେବନ କରନ୍ତୁ | ଦେଖିବେ ଆପଣଙ୍କର ନିନ୍ଦ ପୂର୍ବ ଭଳି ନ ହେଇଥିଲେ ଏହିପରି କରିଲେ ଆପଣଙ୍କ ନିନ୍ଦ କୁମ୍ଭକର୍ଣ୍ଣ ଭଳି ହେବ |
(3) ଏକ କପ ଉଷୁମ ପାଣିରେ ବା ଏକ କପ ଉଷୁମ କ୍ଷୀର ରେ ଯଦି ଆପଣ ଏକ ଚାମଚ ଡାଲିଚୀନ ଗୁଣ୍ଡ ମିଶାଇ ପିଇବେ ତାହାଲେ ଆପଣଙ୍କର ବହୁତ ଭଲ ନିନ୍ଦ ହେବ |
(4) ଏହା ବ୍ୟତୀତ 40 ମିନିଟର ଓସ ଡାଇନେମିକ ମେଡିକେସନ ରହିଛି ତାହାକୁ ପ୍ରତିଦିନ କରିବା ଦ୍ୱାରା ଆପଣଙ୍କ ନିନ୍ଦ ବହୁତ ସୁନ୍ଦର ଭାବେ ହେଇଥାଏ | ଏହାର ରେଜଲ୍ଟ ଆପଣଙ୍କୁ ପ୍ରଥମ ଦିନରୁ ଦେଖା ଦେବ |
(5) ଏକ ଗ୍ଲାସ ଉଷୁମ ପାଣିରେ ଏକ ଚାମଚ ଜାଇଫଳ ର ଗୁଣ୍ଡ ଶୋଇବା ପୂର୍ବରୁ ପିଇବା ଦ୍ୱାରା ଆପଣଙ୍କର ନିନ୍ଦ ଭଲ ହେଇଥାଏ |
(6) କ୍ଷୀର ରେ କେଶର ମିଶାଇ ପିଇଲେ ମଧ୍ୟ ଆପଣଙ୍କର ନିନ୍ଦ ବହୁତ ଭଲ ହେଇଥାଏ|
(7) ଏକ ଗ୍ଲାସ ଉଷୁମ କ୍ଷୀର ରେ ଏକ ଚାମଚ ମହୁ ମିଶାଇ ପିଇବା ଦ୍ୱାରା ମଧ୍ୟ ଆପଣଙ୍କର କୁମ୍ଭ କର୍ଣ୍ଣ ପରି ନିନ୍ଦ ହେବ |
ତେବେ ଏହିଭଳି ସହଜ ଉପାୟକୁ ଆପଣଇ ଆମେ ସୁଖ ନିଦ୍ରା ପାଇପାରିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।