ତେବେ ଦର୍ଶକ ବନ୍ଧୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆମ ବାସ୍ତୁ ଶାସ୍ତ୍ର ରେ ବିଭିନ୍ନ ପ୍ରକାରର ନିୟମ ମାନ ରହିଛି | ଆଉ ଯେଉଁ ନିୟମ କୁ ଆମେ ମାନିକି ଚଳିଥାଉ | ଆଉ ଯାହା ଆମ ଜୀବନରେ ସୁଖ, ସମୃଦ୍ଧି ଆଉ ଉନ୍ନତି ଆଣି ଦେଇଥାଏ | ତେବେ ସେହି ଭଳି ଏକ ଜୀବ ବିଷୟରେ ଆଜି ଆମେ ଆଲୋଚନା କରିବାକୁ ଯାଉଛୁ ସେ ହେଉଛି ପାରା | ତେବେ ଆମେ ପାରା କୁ ଘରେ ରଖିଲେ ତାହା ଆମ ପାଇଁ ଆଉ ଆମ ଘର ପାଇଁ ଶୁଭ ହୋଇଥାଏ କି ଅଶୁଭ ହୋଇଥାଏ ତାହା ବିଷୟରେ ଜାଣିବା ପାଇଁ ଚାହୁଁଥିଲେ ଆସନ୍ତୁ ଦର୍ଶକ ବନ୍ଧୁ ସେ ସମସ୍ତ କଥା ବିଷୟରେ ଆଲୋଚନା କରିବା |
ପାରା ଆପଣଙ୍କ ପାଇଁ କେତେବେଳେ ଅଶୁଭ ହୋଇଥାଏ :-
ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ କୁହାଯାଇଛି କି ଯଦି ଆପଣଙ୍କ ଘରେ ପାରା ଆସିକି ମନକୁ ମନ ରହିଛି, ଆଉ ଆପଣ ମାନେ ପାରା ରହିବା ପାଇଁକି କିଛି କି ବ୍ୟବସ୍ଥା କରି ନାହାନ୍ତି | କିନ୍ତୁ ପାରା ମାନେ ଆସିକି ରହିଛନ୍ତି ଦଳ ହୋଇକି ତାହେଲେ ଆପଣ ଜାଣି ରଖିବା ଆବଶ୍ୟକ କି ଆପଣଙ୍କ ଘରେ ଧନ ହାନୀ ହେବାକୁ ଯାଉଛି |ତେବେ ଯଦି ପାରା ରହିବ ଯୋଗୁ ଆପଣଙ୍କ ଘରେ ପାରା ଝାଡା ଯାଇ ଅପରିଷ୍କାର କରିଦେଇଛି ଓ ଗୋଟିଏ ଜାଗା ରେ ସମସ୍ତ ଅପରିଷ୍କାର କୁ ଜମା କରିଛି, ତାହେଲେ ତାହା ଆମ ପାଇଁ ଅଶୁଭ ଆଉ ଦୁଃଖରେ କାରଣ ହୋଇଥାଏ ବୋଲି କୁହାଯାଇଥାଏ |ତେବେ ଆପଣ ମାନେ ଯଦି ଏଥିରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତାହେଲେ ପାରା ରହୁଥିବା ସ୍ଥାନ କୁ ବନ୍ଦ କରି ଦିଅନ୍ତୁ ଯେପରି ପାରା ସେଠାରେ ରହି ପାରିବ ନାହିଁ |କାରଣ ଆମେ ଜାଣିଛୁ କି ପାରା ପୁରୁଣା ଆଉ ଭାଙ୍ଗି ଯାଇଥିବା କୋଠା ଘରେ ରହିଥାଏ ଓ ସେ ମନ ଇଚ୍ଛା ଆସିକି ଆପଣଙ୍କ ଘରେ ରହୁଛି ମାନେ ତାହା ଅଶୁଭ ହୋଇଥାଏ |
ପାରା ରହିବା ଆପଣଙ୍କ ପାଇଁ କେତେବେଳେ ଶୁଭ ହୋଇଥାଏ :-
ତେବେ ଯଦି ଆମେ ମାନେ ପାରା ରହୁବାପାଇଁ ଘର ଟିଏ କରିଥିବା ଅର୍ଥାର ଝୁଡି ଆଦି ର ବ୍ୟବସ୍ଥା କରିଥିବା ପାରା ରହିବା ପାଇଁ | ତାହା ବ୍ୟତୀତ ପାରା ମାନଙ୍କ ପାଇଁ ନିୟମିତ ଖାଇବା ଓ ପିଇବା ପାଇଁ ପାଣି ଯୋଗାଇ ଦେବା ସହିତ ସେମାନଙ୍କୁ ମୁଗ, ଗହମ, ମକା ଇତ୍ୟାଦି ଖାଇବା କୁ ଦେବା ଓ ତାହା ସହିତ ସେମାନଙ୍କର ଯଦି ଯତ୍ନ ନେବା ତାହେଲେ ତାହା ଆପଣଙ୍କ ଘରର ମଙ୍ଗଳ କରିଥାଏ ବୋଲି କୁହାଯାଉଛି | ସେଭଳି ଭାବରେ ଯଦି ପାରା ଆପଣଙ୍କ ଘରେ ରହିଥାଏ ତାହେଲେ ଆପଣଙ୍କ ଘରେ ସୁଖ, ଶାନ୍ତି ଆଉ ସମୃଦ୍ଧି ବଢ଼ି ଯାଇଥାଏ |
ତେବେ ଏହିଭଳି ଭାବରେ ପାରା ଯୋଗୁ ଆମ ମାନଙ୍କର ଶୁଭ ଆଉ ଅଶୁଭ ହୋଇଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।