Teeth Tips – ମାତ୍ର 2 ମିନିଟରେ 2ଟି ରସୁଣ କୋଲା ଦାନ୍ତ ( Teeth ) କୁ ପୁରା ଧଳା କରିଦେବ, ଦେଖି ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଆମ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ହବାର ଆମ ଦାନ୍ତ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ |ଆମର ଦାନ୍ତ ଯଦି ପରିଷ୍କାର ହୋଇନଥଏ କିମ୍ବା ସୋଢା ଲାଗି ଯାଇଥାଏ ତେବେ ଆମକୁ କାହା ସାମ୍ନାରେ କଥା ହେବାପାଇଁ କିମ୍ବା ହସିବା ପାଇଁ ବହୁତ ଖରାପ ଲାଗିଥାଏ |ଏହି ଦାନ୍ତ ଜନିତ ସମସ୍ୟା ଏକ ବହୁତ ବଡ଼ ସମସ୍ୟା ଅଟେ,ଦାନ୍ତ ହଳଦିଆ ପଡିବ କାରଣରୁ ଆମେ କାହା ସହ ଭଲରେ କଥା କହିପାରିନୁ କି ହସି ମଧ୍ୟ ପାରୁନୁ |ମୁ ଆଜି ଆପଣଙ୍କୁ ଦାନ୍ତର ହଳଦିଆ ଓ ସୋଡ଼ା ଦୂର କରିବାରଏକ ଘରୋଇ ଉପାୟ ବିଷୟରେ କହିବି, ଯାହାକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଦାନ୍ତ ମୋତି ପରି ଚମକି ଉଠିବ |ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାରଟି କଣ ଏହାର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ |

ଆବଶ୍ୟକ ସାମଗ୍ରୀ :-

ରସୁଣ, ପେଷ୍ଟ, ହଳଦୀ, ଲେମ୍ବୁ, ଓ ଖାଇବା ସୋଢା

ପ୍ରସ୍ତୁତି :-

ଆପଣ ପ୍ରଥମେ ଦୁଇଟି ରସୁଣ କୋଲା ନିଅନ୍ତୁ, ଏହାର ଚୋପା ଛଡାଇ ଏହାକୁ ବାଟି ନିଅନ୍ତୁ କିମ୍ବା ଭଲରେ ଛେଞ୍ଚି ଦିଅନ୍ତୁ |ଏହାକୁ ଏକ ପାତ୍ରକୁ ବାହାର କରି ସେଥିରେ ଧଳା କୋଲଗେଟ ମିଶାନ୍ତୁ, ଆପଣଙ୍କ ଥରେ ବ୍ରସ କରିବା ପାଇଁ ଯେତିକି ପେଷ୍ଟ ଆବଶ୍ୟକ ଆପଣ ସେତିକି ନିଅନ୍ତୁ |ତାପରେ ଏହାକୁ ଭଲରେ ମିଶାଇ ଦିଅନ୍ତୁ,ଏଥିରେ ଆପଣ ଏକ ଚୁଟକୀ ହଳଦୀ ମିଶାନ୍ତୁ, ଏହା ଆପଣଙ୍କ ଦାନ୍ତକୁ ପରିଷ୍କାର କରିବାରେ ବହୁତ ସାହାଯ୍ୟ କରିଥାଏ |ଏହାପରେ ଆପଣ ଏଥିରେ 8/10ଡ୍ରପ ଲେମ୍ବୁ ରସ ନିଅନ୍ତୁ, ଏହି ଲେମ୍ବୁ ଆପଣଙ୍କ ପାଟିରୁ ଯେକୌଣସି ଦୁର୍ଗନ୍ଧ ଦୂର କରିଥାଏ ତାହା ଦାନ୍ତ ସଫା ରଖିବାରେ ମଧ୍ୟ୍ୟ ସାହାଯ୍ୟ କରିଥାଏ |ଏହା ସହିତ ଆପଣ ଏଥିରେ ଏକ ଚୁଟକୀ ଖାଇବା ସୋଢା ମିଶାନ୍ତୁ |ଏହି ସମସ୍ତ ସାମଗ୍ରୀକୁ ଆପଣ ଭଲରେ ମିଶାଇ ଦିଅନ୍ତୁ ଯେପରି ଏହା ଏକ ଭଲ ପେଷ୍ଟ ପ୍ରସ୍ତୁତ ହୋଇଯିବ |

ବ୍ୟବହାର :-

ଏହି pastକୁ ଆପଣ ଯଉଁ ବ୍ରସରେ ବ୍ରସ କରୁଛନ୍ତି ସେହି ବ୍ରସ ରେ ଏହି ପେଷ୍ଟକୁ ନେଇ ଭଲରେ ବ୍ରସ କରିନିଅନ୍ତୁ |ଏହି ପେଷ୍ଟକୁ ଆପଣ ଲଗାତାର ବ୍ରସ କରନ୍ତୁ ନାହିଁ, ଏହାକୁ ଦିନେ ଦୁଇ ଦିନ ଛାଡି ବ୍ରସ କରନ୍ତୁ |ଏହିପରି କଲେ ଦେଖିବେ ଆପଣଙ୍କ ଦାନ୍ତ ଧୀରେ ଧୀରେ ସଫା ହୋଇଯିବ ସହିତ ଆପଣଙ୍କ ଦାନ୍ତରୁ ସୋଢା ପଣ ଦୂର ହୋଇଯିବ ଏବଂ ଆପଣଙ୍କ ଦାନ୍ତ ମୋତି ପରି ଚମକି ଉଠିବ |ଏହା ଆପଣଙ୍କ ଦାନ୍ତର ସମସ୍ୟା ଦୂର କରିବା ସହିତ ଆପଣଂକ ପାଟିର ଦୁର୍ଗନ୍ଧ ମଧ୍ୟ ଦୂର କରିଥାଏ |ଏହି ରିମିଡି ଏକ ବହୁ ପୁରୁଣା ରିମିଡ଼ି ଅଟେ, ପୁରାତନ କାଳରୁ ଏହି ରିମିଡି ଲୋକେ ବ୍ୟବହାର କରି ଆସୁଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment