ତେବେ ବନ୍ଧୁଗଣ ପର୍ବ ପର୍ବାଣୀ ର ଗନ୍ତାଘର ହେଉଛି ଆମ ହିନ୍ଦୁ ଶାସ୍ତ୍ର , ଆଉ ସେହି ଶାସ୍ତ୍ର ଅନୁସାରେ ଆମେ ବିଭିନ୍ନ ପ୍ରକାରର ପର୍ବ ଆଉ ପର୍ବାଣୀ ମଧ୍ୟ ପାଳନ କରିଥାଉ | ତେବେ ସବୁ ପର୍ବ ଆଉ ପର୍ବାଣୀ ମଧ୍ୟରେ ଧନତେରସ ଗୋଟିଏ ଏଭଳି ପର୍ବ ଯେଉଁଥିଲେ ମାତା ଲକ୍ଷ୍ମୀ ଙ୍କର କୃପା ଦୃଷ୍ଟି ପଡିଥାଏ ଆମ ଉପରେ | ତେବେ କୁହାଯାଏ କି ପାଞ୍ଚ ଦିନ ଧରିକପାଳନ କରାଯାଏ ଏହି ପର୍ବ | ତେବେ ଏହି 5 ଦିନ ଭିତରୁ ଭିତରୁ ଆମେ ଏହି ଧନତେରସ ଦିନ ଟିକୁ ଟିକେ ଅଧିକ ମାନିଥାଉ | କୁହାଯାଏ ଯେ ଏହି ଧନତେରସ ଦିନ କିଛି ଜିନିଷ କିଣିଲେ ଘର ର ମଙ୍ଗଳ ହେବା ସହିତ ଘର ଉପରେ ମା ଲଷ୍ମୀଙ୍କର କୃପା ଦୃଷ୍ଟି ରହିଥାଏ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ କେଉଁ ସବୁ ଜିନିଷ କୁ ଆମେ ଘରକୁ ଆଣିବା ଶୁଭ ହୋଇଥାଏ ସେ ବିଷୟରେ ଜାଣିବା |
ତେବେ ବିଶେଷ କରିକି ଧନତେରସ ରେ ସୁନା,ଚାନ୍ଧି, ଆଦି ଜିନିଷ କିଣିଲେ ଘର ଶୁଭ ହେବା ସହିତ ନିଜର ମଧ୍ୟ ଅଧିକ ଲାଭ ହେଇଥାଏ |ତେବେ ଏହା ବ୍ୟତୀତ ଆହୁରି ଅନେକ ଜିନିଷ ରହିଛି ଯାହାକୁ ମଧ୍ୟ ଘରକୁ ଆଣିବା ଶୁଭ ହୋଇଥାଏ | ଆସନ୍ତୁ ସେଗୁଡିକ କଣ ଜାଣିବା |
1-କଇଛ ର ମୋଦି :-
ଯଦି ଆପଣ ଧନତେରସ ଦିନ କଇଁଛ ର ମୋଦି ଆଣିକି ଆପଣଙ୍କର ତାହାକୁ ଚାନ୍ଦିରେ ତିଆରି କରିକି ଅନାମିକା ଆଙ୍ଗୁଳିରେ ପିନ୍ଧିବେ ତାହେଲେ ଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି ପଡିବ |ଆପଣ ତମ୍ବା ରେ ମଧ୍ୟ ଆଣି ପାରିବେ |
2-ମହାଲକ୍ଷ୍ମୀ ଓ ଗଣେଶ ମୂର୍ତ୍ତି :-
ଧନତେରସ ରେ ଧନର ଦେବୀ ଲକ୍ଷ୍ମୀ ଓ ବୁଦ୍ଧିଦାତା ଗଣେଶ ଙ୍କୁ ଆରାଧନା କରାଯାଏ। ତେଣୁ ଏହି ଦିନ ରେ ଲକ୍ଷ୍ମୀ ଓ ଗଣେଷ ଙ୍କର ମୂର୍ତ୍ତି ଘରକୁ ଆଣିଲେ ବହୁତ ଶୁଭ ହୋଇଥାଏ ଏବଂ ଘରେ ଧନ ର ବର୍ଷା ହୋଇଥାଏ।
3-ଶଙ୍ଖ :-
ଏହି ଦିନରେ ଘର କୁ ଶଙ୍ଖ ଆଣିବା ମଧ୍ୟ ବହୁତ ଶୁଭ ଓ ଲାଭ ଦାୟକ ହୋଇଥାଏ।
4-ମୟୁର ପୁଚ୍ଛ :-
ଧନତେରସ ଦିନ ଯଦି ଆପଣ ମୟୂର ଚନ୍ଦ୍ରିକା କୁ ଘରକୁ ଆଣି, ତାହେଲେ ଆପଣଙ୍କ ଘରର ମୁଖ୍ୟ ଦ୍ୱାର ରେ ଲଗାଇବେ ତାହାଲେ ଆପଣଙ୍କୁ ଅନେକ ଶୁଭ ଫଳ ମିଳିବ |
5-ମା ଲକ୍ଷ୍ମୀ ଙ୍କ ପାଦୁକା :-
ଧନତେରସ ଦିନ ଯଦି ଆପଣ ମା ଲଷ୍ମୀଙ୍କ ଚରଣ ପାଦୁକା ଆଣି ପୂଜା ସ୍ଥାନରେ ରଖିବେ ଦେଖିବେ ଆପଣଙ୍କ ଘରେ କେବେ ଧନର ଅଭାବ କେବେ ହେଲେ ଦେଖା ଯିବ ନାହିଁ |
6-ପଦ୍ମ ଫୁଲ :-
ଧନତେରସ ଦିନ ପଦ୍ମ ଫୁଲ କୁ ଆଣିକି ମା ଙ୍କ ପାଖରେ ପୂଜା କରିବା ଆବଶ୍ୟକ ହୋଇଥାଏ|
7-ଧୋନିଆ :-
ଧୋନିଆ ହେଉଛି ଏଭଳି ଜିନିଷ ଯାହାକୁ ଆମେ ସୁଲଭ ମୂଲ୍ୟରେ ପାଇପାରିବା ଓ ଧନତେରସ ରେ ଆଣିଲେ ଏହା ଶୁଭ ହୋଇଥାଏ |
8-7 ଟି ଘୋଡା ଦୌଡୁ ଥିଲା ଫୋଟ :-
ଧନତେରସ ଦିନ ଯଦି ଆପଣ 7 ଟି ଘୋଡା ଦୌଡୁ ଥିଲା ଫୋଟ ଆଣିବେ ଓ ଘରେ ରଖିବେ ତାହା ଶୁଭ ହୋଇଥାଏ |
9-ଝାଡୁ :-
ଧନତେରସ ପୂଜା ଦିନ ତଥା ଦୀପାବଳୀ ର ଦୁଇ ଦିନ ପୂର୍ବରୁ ନିଜ ଘର କୁ ଏକ ନୂଆ ଝାଡୁ ଆଣିବା ଶୁଭ ହୋଇଥାଏ ମାତ୍ର ମନେ ରଖିବେ କି ଏହାକୁ ଦୀପାବଳୀ ପୂର୍ବରୁ ବ୍ୟବହାର କରିବେ ନାହିଁ ବୋଲି।
10-କଉଡି:-
କଉଡି କୁ ସାଧାରଣ ଭାବରେ ଟଙ୍କା ରୂପେ ପୂର୍ଵ ରୁ ବ୍ୟବହାର କରାଯାଇଥାଏ |ତେଣୁ ଦୀପାବଳୀ ପୂର୍ବରୁ ଏହା କୁ ବଜାର ରୁ ଆଣି ପୂଜା ଘରେ ରଖିବା ଶୁଭ ହୋଇଥାଏ|
ତେବେ ଏହି ସବୁ ଜିନିଷ ଆଣିଲେ ଧନତେରସ ରେ ଶୁଭଫଳ ମିଳିଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।