ମୃତ୍ୟୁ ପରେ ଶବକୁ କଣ ପାଇଁ ଏକୁଟିଆ ଛଡାଯାଏନି – ଗରୁଡ ପୁରାଣ

ବନ୍ଧୁଗଣ ଆପଣ ଜାଣିଛନ୍ତି ଯେ ଯେପରି ଦିନ ପରେ ରାତି ହେବା ନିଶ୍ଚିତ ଅଟେ ସେହିପରି ଜନ୍ମ ପରେ ମୃତ୍ୟୁ ହେବା ସୁନିଶ୍ଚିତ ଅଟେ |ଏହି ପୃଥିବୀରେ ଏମିତି କିଛି ଲୋକ ରହିଛନ୍ତି ଯେଉଁମାନେ ଏହି ସତ୍ୟକୁ ସ୍ୱୀକାର କରନ୍ତି ନାହିଁ |ହିନ୍ଦୁଧର୍ମ ଅନୁସାରେ ପ୍ରାଣୀର ମୃତ୍ୟୁ ପରେ ତାହାକୁ ପୁଡା ଯାଏ, ଯଦି ମନ୍ୟୁଷର ମୃତ୍ୟୁ ଯଦି ସୂର୍ଯ୍ୟାସ୍ତ ପରେ ହୋଇଥାଏ ତେବେ ସେହି ଶବକୁ କେତେବେଳେ ଏକୁଟିଆ ଛାଡ଼ଯାଏ ନାହିଁ |ଆପଣ ଜାଣିଛନ୍ତି କି ଶବକୁ କଣ ପାଇଁ ଏକୁଟିଆ ଛଡାଯାଏ ନାହିଁ, ମୁଁ ଆଜି ଆପଣଂକୁ ଏହି ବିଷୟରେ ଜଣାଇବି ଯେ ସନ୍ଧ୍ୟା ପରେ ମୃତ୍ୟୁ ହେଲେ ଶବକୁ କଣ ପାଇଁ ଏକୁଟିଆ ଛଡାଯାଏ ନାହିଁ |ତେବେ ଆସନ୍ତୁ ଜାଣିବା ଏହି ଘଟଣାର ସମ୍ପୂର୍ଣ କଥା ବିଷୟରେ |

ଯଦି ପରିବାରରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ସନ୍ଧ୍ୟାରେ ହୋଇଥାଏ ତେବେ ସେ ବ୍ୟକ୍ତିଙ୍କ ଶବକୁ ଆପଣ ରାତିରେ ସତ୍କାର କରନ୍ତୁ ନାହିଁ, କାରଣ ଆପଣ ଯଦି ରାତିରେ ଶବ ସତ୍କାର କରନ୍ତି ତେବେ ଏହି ବ୍ୟକ୍ତିଙ୍କ ଆତ୍ମା ମୋକ୍ଷ ପ୍ରାପ୍ତି ପାଇ ନଥାଏ |ତେଣୁ ରାତ୍ରି ସମୟରେ ଶବ ସତ୍କାର କରିବା ଉଚିତ ନୁହଁ |ଶବକୁ ଏକୁଟିଆ ନ ଛାଡିବାର ମୁଖ୍ୟ କାରଣ ଏହି ଯେ ଯଦି କୁକୁର ବିଲୁଆ ଶବକୁ ଏକୁଟିଆ ଛାଡ଼ିବା ପରେ ଟାଣି ଖାଇ ଯାଆନ୍ତି ତେବେ ମୃତ ବ୍ୟକ୍ତିଙ୍କୁ ଯମ ଲୋକରେ ବହୁତ କଷ୍ଟ ଭୋଗ କରିବାକୁ ପଡେ |ସେ ଶାନ୍ତି ପାଏ ନାହିଁ ତେଣୁ ଆପଣ ଭୁଲରେ ବି ଶବ ସତ୍କାର ନହେବା ଯାଏ ତାହାକୁ ଏକୁଟିଆ ଛାଡ଼ନ୍ତୁ ନାହିଁ |

ଶବ ଯେତେ ପ୍ରଯ୍ୟନ୍ତ ସତ୍କାର ହୋଇନଥାଏ ସେତେ ପ୍ରଯ୍ୟନ୍ତ ଶବ ଚାରି ପାଖରେ ଧୂପ ଜଳାଯାଏ, କାରଣ ଶବ କିଛି ସମୟ ରହିଗଲେ ଏଥିରୁ ଦୁର୍ଗନ୍ଧ ବାହାରେ ତେଣୁ ଆପଣ ଏହାର ଚାରି ପାଖରେ ଧୂପ ଲଗାଇ ରଖନ୍ତୁ |ଏମିତି କେହି ବ୍ୟକ୍ତି ଯଦି ମରିଯାଏ ଓ ତାଙ୍କର କେହି ସନ୍ତାନ ନଥାନ୍ତି ତେବେ ସେ ବ୍ୟକ୍ତିର ଶବକୁ ତାଙ୍କର ସନ୍ତାନ ମାନେ ଆସିବା ଯାଏ ରଖାଯାଏ |କାରଣ ତାର ସନ୍ତାନ ଯଦି ତାକୁ ମୁଖାଗ୍ନି ଦେଇନଥାଏ ତେବେ ତାର ଆତ୍ମା ମୋକ୍ଷ ପ୍ରାପ୍ତି ପାଇ ନଥାଏ, ତାକୁ ଏହି ମୃତ୍ୟୁ ଲୋକରେ କେତେ ବର୍ଷ ପ୍ରଯ୍ୟନ୍ତ ଘଣ୍ଟି ହେବାକୁ ପଡିଥାଏ |

ଯଦି କୌଣସି ବ୍ୟକ୍ତିଙ୍କ ଶବକୁ ରାତ୍ରି ସମୟରେ ପୁଡାଯାଏ ତେବେ ଏହି ବ୍ୟକ୍ତିଙ୍କୁ ଦାନଵ କିମ୍ବା ଅସୁର ଯୋନିରେ ଜନ୍ମ ନେବାକୁ ପଡିଥାଏ |ଯାହା ଦ୍ଵାରା କି ତାହାକୁ ଏହି ଯୋନିରେ ବହୁତ କଷ୍ଟ ଭୋଗ କରିବାକୁ ପଡିଥାଏ |ରାତ୍ରି ସମୟରେ ମୃତବ୍ୟକ୍ତିଙ୍କ ଶରୀରକୁ ଏକୁଟିଆ ଛାଡିଦେଲେ ରାତ୍ରିରେ ଭ୍ରମଣ କରୁଥିବା ଦୂରତ୍ମାବି ପ୍ରବେଶ କରିଥାଏ ଯାହାଦ୍ଵାରା ମୃତ ବ୍ୟକ୍ତି ତାର ପର ଜନ୍ମରେ କେତେ କଷ୍ଟ ଭୋଗ କରିବାକୁ ପଡିଥାଏ |ତେଣୁ ଆପଣ ଶବକୁ ଏକୁଟିଆ ଛାଡ଼ନ୍ତୁ ନାହିଁ କେହି ଜଣେ ଶବ ପାଖରେ ନିଶ୍ଚିତ ବସନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment