ଘରେ ରଖିଛନ୍ତି କି ( ଶଙ୍ଖ ) – ପ୍ରତ୍ୟେକ ମହିଳା ଥରୁଟିଏ ନିଶ୍ଚୟ ଦେଖନ୍ତୁ – Sadhu Bani

ବନ୍ଧୁଗଣ ସମସ୍ତଙ୍କ ପୂଜା ଘରେ ଶଙ୍ଖ ନିଶ୍ଚିତ ରହିଥାଏ,ଶଙ୍ଖ ଘରେ ରହିବା ଶୁଭ ବୋଲି ମାନଯାଏ |ଆମେ ପୂଜା କରିବା ସମୟରେ ଯଦି ଶଙ୍ଖ ନ ବଜାଯାଏ ତେବେ ପୂଜା ସମ୍ପୂର୍ଣ ହୋଇ ନଥାଏ |ଭଗବାନ ବିଷ୍ଣୁଙ୍କ ଅତି ପ୍ରିୟ ହେଉଛି ଶଙ୍ଖ, ତେଣୁ ଭଗବାନ ବିଷ୍ଣୁଙ୍କ ହାତରେ ଶଙ୍ଖ ସର୍ବଦା ଶୋଭା ପାଇଥାଏ |ଆମ ହିନ୍ଦୁ ଘରମାନଙ୍କରେ ଶଙ୍ଖର ବହୁତ ଅଧିକ ମହତ୍ୱ ରହିଛି,ଏହି ଶଙ୍ଖ ଘରେ ରହିଲେ ମଧ୍ୟ୍ୟ ଏହାର କେତେକ ନିୟମ ରହିଛି |ଯଦି ଆପଣ ଏହି ନିୟମ ଗୁଡିକ ମାନୁନଥିବେ ତେବେ ଆପଣଙ୍କ ଘରର କିଛି ଅମଙ୍ଗଳ ହୋଇପାରେ |ମୁଁ ଆଜି ଆପଣଙ୍କୁ ଏହି ଶଙ୍ଖର କିଛି ନିୟମ ବିଷୟରେ କହିବି |

ଯେ କୌଣସି ପୂଜାରେ ଶଙ୍ଖ ନ ବଜାଯାଏ ତେବେ ଆପଣଙ୍କ ପୂଜାରେ ଶୁଭଫଳ ମିଳିନଥାଏ |ଏହା ସହିତ ଶଙ୍ଖ ବଜାଇବା ଦ୍ଵାରା ଘରେ ନକାରାତ୍ମକ ଶକ୍ତିର ଉର୍ଜା ବାହାରକୁ ଚାଲିଯାଏ |ସଂଧ୍ୟାରେ ତୁଳସୀ ଚଉରା ମୂଳରେ ସନ୍ଧ୍ୟା ଦେବା ପରେ ଶଙ୍ଖ ନିଶ୍ଚିତ ବଜାନ୍ତୁ କାରଣ ଏହି ସମୟରେ ନକାରାତ୍ମକ ଶକ୍ତି ଅଧିକ ହୋଇଥାଏ |ଆପଣ ସାନ୍ଧ୍ୟରେ ଶଙ୍ଖ ବଜାଉ ଥିବା ସମୟରେ ଏହାକୁ ସାଢେ ତିନିଥର ବଜାନ୍ତୁ,ଏହିପରି କରିଲେ ଆପଣଙ୍କ ଘରେ ସର୍ବଦା ଶୁଭ ହୋଇଥାଏ |ଭୁଲରେ ବି ତିନିଥର ବଜାଇ ରଖି ଦିଅନ୍ତୁ ନାହିଁ ଏହା ଅଶୁଭ ହୋଇଥାଏ |

ଆପଣ ଯଦି ଶଙ୍ଖ ବଜାଉଛନ୍ତି ତେବେ ଅଧା ଖଣ୍ଡିଆ ଶଙ୍ଖ ବଜାନ୍ତୁ ନାହିଁ କାରଣ ଏହିପରି କରିବା ଦ୍ଵାରା ମାତା ଲଷ୍ମୀ ଆପଣଂକ ଉପରେ ରୋଷ କରନ୍ତି |ଆପଣଂକର ଯାଦି ଶଙ୍ଖ ବଜାଇବା ଅଭ୍ୟାସ ନାହିଁ ତେବେ ଆପଣ ଶଙ୍ଖ ସନ୍ଧ୍ୟା ସମୟରେ ଅଧା ଖଣ୍ଡିଆ ବଜାନ୍ତୁ ନାହିଁ |ଯେଉଁ ଘରେ ଶଙ୍ଖ ନଥାଏ ତେବେ ଘରକୁ ମାତା ଲଷ୍ମୀ ଯାଆନ୍ତି ନାହିଁ, ସେ ଘରେ ସର୍ବଦା ଧନର ଅଭାବ ରହିଥାଏ |ଶଙ୍ଖକୁ ଆପଣ ସର୍ବଦା ଉଚ୍ଚ ସ୍ଥାନରେ ରଖାନ୍ତୁ, ଭୁଲରେ ବି ଏହାକୁ ତଳେ ରଖାନ୍ତୁ ନାହିଁ |ଯଦି ଆପଣ ହାର୍ଟ କିମ୍ବା ପେଟ ରୋଗରେ ପୀଡିତ ଅଛନ୍ତି ତେବେ ଆପଣ ଶଙ୍ଖ ନିଶ୍ଚିତ ବଜାନ୍ତୁ, ଏହାଦ୍ୱାରା ଆପଣଂକ ଏହି ରୋଗ ଭଲ ହୋଇଯାଏ |

ଶଙ୍ଖ ହେଉଛି ପବିତ୍ରତାର ପ୍ରତୀକ ତେଣୁ ଆପଣ ଏହାକୁ ପବିତ୍ର ଥିବା ସମୟରେ ହି ଧରନ୍ତୁ, ଆପଣ ଘରେ ସର୍ବଦା ଦୁଇଟି ଶଙ୍ଖ ରଖାନ୍ତୁ କାରଣ ଏହା ଆପଣଙ୍କ ଘରପାଇଁ ଶୁଭ ହୋଇଥାଏ |ଘରେ ଯଦି ଆପଣ ଗୋଟିଏ ଦକ୍ଷିଣବର୍ତ୍ତୀ ଶଙ୍ଖ ରଖନ୍ତି ତେବେ ଏହାଦ୍ୱାରା ଆପଣଙ୍କ ଘରେ ସର୍ବଦା ମଙ୍ଗଳ ହୋଇଥାଏ, ମାତା ଲଷ୍ମୀ ଆପଣଂକ ଉପରେ ପ୍ରସନ୍ନ ରହନ୍ତି ଏବଂ ଆପଣଙ୍କ ଘର ଧନ ଧନ୍ୟରେ ପୁରି ଉଠିଥାଏ |ଆପଣ ଯଦି ପ୍ରତ୍ୟେକ ଦିନ ପାଦୁକ ପାଇବା ପରି ଶଙ୍ଖରେ ପାଣି ଦେଇ ତାହା ପାଆନ୍ତି ତେବେ ଏହା ଆପଣଂକ ଶରୀରରେ ଅନେକ ରୋଗକୁ ଭଲ କରିଦିଏ |ଶଙ୍ଖ ଘରେ ଥିଲେ ଏଥିରେ ଯେପରି ପାଦ ନବାଜେ ସେଥିପ୍ରତି ଆପଣ ବିଶେଷ ଧ୍ୟାନ ଦେବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment