ଆଜିକାଲି ଦୁନିଆରେ ଛୋଟ ପିଲା ଠାରୁ ବଡ଼ ଯାଏ ସମସ୍ତଙ୍କ ର ଚୁଟି ପାଚି ଧଳା ହେବାରେ ଲାଗିଛି ।ବର୍ତ୍ତମାନ ସମସ୍ତଙ୍କ ଜୀବନ ଖୁବ ବ୍ୟସ୍ତତା ଭିତରେ ବିତୁଛି, ଏହା ବ୍ୟତୀତ ସମସ୍ତେ ଖୁବ ଷ୍ଟ୍ରେସ ଭିତରେ ରହିବାରେ ଲାଗିଛନ୍ତି ।ଆଉ ଏଥିପାଇଁ ଖୁବ କମ ସମୟରେ ଆପଣ ଙ୍କ ଚୁଟି ଧଳା ହେଇ ଯାଉଛି ।ଏସବୁ ବ୍ୟତୀତ ଆଜିକାଲି ଆମେ ଅଧିକ ରୁ ଅଧିକ କେମିକାଲ ଯୁକ୍ତ ସେମ୍ପୁ ଓ ତେଲ ଆଦି ଚୁଟିରେ ବ୍ୟବହାର କରୁଛୁ ।ଆଉ ଯେତେବେଳେ ଚୁଟି ରେ କିଛି ଅସୁବିଧା ଦେଖାଯାଏ ସେତେବେଳେ ପୁଣି ସେହି କେମିକାଲ ଯୁକ୍ତ କ8ଚି ମେଡ଼ିସିନ ଆଦି ଚୁଟିରେ ବ୍ୟବହାର କରୁଛୁ ।ଆଉ ଏମିତି ହେଲେ ଚୁଟି କେମିତି ଠିକ ହେବ ଆପଣ ଚିନ୍ତା କରିବା ଦରକାର ।
ତେବେ ଆମେ ଆଜି ଆପଣଙ୍କୁ ଗୋଟିଏ ସୁନ୍ଦର ଘରୋଇ ଉପାୟ ବିଷୟରେ ବତାଇବୁ ଯାହା ଆପଣଙ୍କ ପାଚିଲା ବାଳ କୁ ପୁରା କଳା କରିଦେବ ।ଏହା ବ୍ୟତୀତ ଆପଣ ଏହି ରିମେଡି ର ବ୍ୟବହାର ଦ୍ୱାରା ଚୁଟି ପୁରା ଠିକ ରହିବ, ତେବେ ଏବେ ଆସନ୍ତୁ ଏହି ରିମେଡି ବିଷୟରେ ଜାଣିବା ।
ରିମେଡି ପାଇଁ ଆବଶ୍ୟକ ସାମଗ୍ରୀ:-
-ଲୁହା କଡେଇ
-ମେଥି ଗୁଣ୍ଡ
-ଅଁଳା ଗୁଣ୍ଡ
-ମେହେନ୍ଦୀ ଗୁଣ୍ଡ
ରିମେଡି ପ୍ରସ୍ତୁତି ପ୍ରଣାଳୀ:-
-ଏହି ରିମେଡି ତିଆରି କରିବା ପାଇଁ ଆପଣଂକୁ ପ୍ରଥମେ ଲୁହା କଡେ଼ଇ ନେବାକୁ କାରଣ ଲୁହା କଡେ଼ଇ ରେ ଆଇରନ ରହିଛି ଯାହା ଆମ କେଶ ପାଇଁ ବହୁତ ଉପକାରୀ ।ତେବେ ସେହି କଡେ଼ଇ ରେ ଏକ କପ ସୋରିଷ ତେଲ ଢାଲନ୍ତୁ ଏହାପରେ ସେହି ତେଲ ରେ ଗୋଟିଏ ଚାମୁଚ ମେଥି ଗୁଣ୍ଡ ପକାନ୍ତୁ, ମେଥି ଚୁଟି ମୂଳ କୁ ମଜବୁତ କରିବାରେ ସାହାଯ୍ୟ କରିଥାଏ ।ଏବେ ସେହି ଗୋଟିଏ ଚାମୁଚ ଅଁଳା ଗୁଣ୍ଡ ଓ ଦୁଇ ଚାମୁଚ ମେହେନ୍ଦୀ ଗୁଣ୍ଡ ସେହି ତେଲ ରେ ପକାନ୍ତୁ ।
-ଏବେ ସେହି ଗୁଣ୍ଡ ଗୁଡିକୁ ତେଲ ରେ ପୁରା ମିଶେଇ ଦିଅନ୍ତୁ ତାପରେ ମାତ୍ର 5 ମିନିଟ ସେହି ତେଲ କୁ ଫୁଟାଇବେ ।ଏହାପରେ ଗ୍ୟାସ ବନ୍ଦ କରିଦେବେ କିନ୍ତୁ ତେଲ କୁ ତିନି ଦିନ ଯାଏ ସେହି କଡେଇ ରେ ରଖିବେ ।ତିନି ଦିନ ପରେ ତେଲକୁ ସେହି ଏକ ସୁତା କପଡ଼ାରେ ସାହାଯ୍ୟ ରେ ଛାଣି ନିଅନ୍ତୁ, ତାପରେ ତେଲ କୁ ଗୋଟିଏ କାଚ ବୋତଲ ରେ ପୁରେଇ ଦିଅନ୍ତୁ ।
ରିମେଡି ର ବ୍ୟବହାର:-
-ତେବେ ଆପଣ ଏହି ତେଲ କୁ ଭଲ ଭାବରେ ଚୁଟି ମୂଳରେ ଲଗାନ୍ତୁ,ଆଉ ତେଲ ଲଗାଇବା ପରେ ମୁଣ୍ଡକୁ 4 ରୁ 5 ଘଂଟା ଯାଏ ସେମିତି ରଖିଦିଅନ୍ତୁ ।ଏହାପରେ ମୁଣ୍ଡ କୁ ଆପଣ ଧୋଇ ଦିଅନ୍ତୁ, ଏମିତି ସପ୍ତାହରେ ଥରେ ସେହି ତେଲ କୁ ମୁଣ୍ଡରେ ଲଗାନ୍ତୁ ।ତେବେ ଗୋଟିଏ ମାସ ଭିତରେ ଦେଖି ପାରିବେ ଆପଣଙ୍କ ସବୁ ଧଳା ଚୁଟି କଳା ହେଇ ଯାଇଥିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।