ବନ୍ଧୁଗଣ ଆପଣ ଅପରାଜିତା ଫୁଲକୁ ତ ଜାଣିଥିବେ, ହେଲେ ଏହି ଫୁଲ ବହୁତ ଦେବା ଦେବୀଙ୍କ ଅତି ପ୍ରିୟ ମଧ୍ୟ ହୋଇଥାଏ |ଏହି ଫୁଲର ଅନ୍ୟ ନାମ ନୀଳକଣ୍ଠ ମଧ୍ୟ ଅଟେ,ଏହି ଅପରାଜିତା ଭାରତର ପ୍ରାୟ ସ୍ଥାନରେ ଦେଖିବାକୁ ମିଳିଥାଏ |ଏହି ସବୁ ଋତୁରେ ଦେଖିବାକୁ ମିଳିଥାଏ,ଏହି ଫୁଲର କିଛି ଚମତ୍କାରୀ ଗୁଣ ରହିଛି, ଏହି ଫୁଲ ଲୋକଙ୍କ ଦୁଃଖ ଦୁର୍ଦଶା ମଧ୍ୟ ଦୂର କରିଥାଏ |ମୁଁ ଆଜି ଆପଣଙ୍କୁ ଅପରାଜିତା ଫୁଲ ପ୍ରୟୋଗ କିପରି କରାଯାଏ ଏହା ଦ୍ଵାରା କି ଫଳ ମିଳିଥାଏ ସେ ବିଷୟରେ କହିବି |ଯଦି ଆପଣ ଧନର ସମସ୍ୟାରେ ସର୍ବଦା ପୀଡିତ ଅଛନ୍ତି ତେବେ ଏହି ଫୁଲର ପ୍ରୟୋଗ ଦ୍ଵାରା ଆପଣଂକ ଧନର ସମସ୍ୟା ଦୂର ହେବା ସହିତ ଦୁଃଖ ଦୁର୍ଦଶା ମଧ୍ୟ ଦୂର ହୋଇଯିବ |ତେବେ ଆସନ୍ତୁ ଏହି ଉପାୟ ଗୁଡିକ କଣ ସେ ବିଷୟରେ ଜାଣିବା |
-ଶନିବାର ଦିନ ରାତ୍ରିରେ ଅପରାଜିତା ଫୁଲର ମାଳଟିଏ କରି ଆପଣଙ୍କ ଘରର ମୁଖ୍ୟ ଦ୍ଵାରରେ ଟାଙ୍ଗୀ ଦିଅନ୍ତୁ, ଏହାଦ୍ଵାରା ଆପଣଙ୍କ ଘରର ନକାରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ |ସକାରାତ୍ମକ ଭାବନା ବୃଦ୍ଧି ପାଏ, ଆପଣ ଯଦି ଏହି ମାଳକୁ ହନୁମାନଙ୍କ ଅର୍ପଣ କରି ତାହାକୁ ଆଣି ଘରେ ରଖାଓ ତେବେ ଏହା ଦ୍ଵାରା ଘରର ନଜର ଦୋଷ କାଟିବ ସହିତ ତନ୍ତ୍ର ମନ୍ତ୍ର କିଛି କାମ କରିନଥାଏ |ଏହା ଦ୍ଵାରା ଘରେ ଧନର ବୃଦ୍ଧି ହେବା ସହିତ ଘରର ସମସ୍ତ ସମସ୍ୟା ଦୂର ହୋଇଯାଏ |-ଆପଣ ଯଦି ଶନିବାର କିମ୍ବା ସୋମବାର ଦିନ ରାତ୍ରିରେ ପାଞ୍ଚଟି ଅପରାଜିତା ଫୁଲ ଆଣି ତାହାକୁ ନଦୀ କିମ୍ବା ଜଳ ସ୍ରୋତରେ ଭସାଇ ଦିଅନ୍ତି ତେବେ ଆପଣଙ୍କ ଘରେ ଧନ ବୃଦ୍ଧି ହେବାର ସମ୍ଭାବନା ରହିଛି |ଆପଣ ଏହି କାର୍ଯ୍ୟ କରିବା ସମୟରେ ଯେପରି ଆପଣଂକୁ କେହି ନଦେଖାନ୍ତି କିମ୍ବା ଆପଣ କୌଣସି କଥା ମଧ୍ୟ୍ୟ ହେବେନାହିଁ |ଏହି କାର୍ଯ୍ୟ ଆପଣ ନିଜର ଇଷ୍ଟଦେବାକୁ ସ୍ମରଣ କରି କରନ୍ତୁ ଦେଖିବେ ଆପଣଙ୍କ ସବୁ କରଜ ସୁଝିଯିବା ସହିତ ଧନ ଜନିତ ସମସ୍ୟା ଦେଖାଯିବ ନାହିଁ |ଏହିପରି ଆପଣ ପାଞ୍ଚସପ୍ତାହ କରନ୍ତୁ ଏହାର ଫଳାଫଳ ଆପଣକୁ ମିଳିଯିବ |
-ନିଜ ମନ ପସନ୍ଦର ଚାକିରୀ କରିବା ପାଇଁ ଚାହୁଁଥିଲେ ଆପଣ ପ୍ରତ୍ୟେକ ଦିନ ମା ଦୁର୍ଗା କିମ୍ବା କାଳୀଙ୍କୁ ନଅଟି ଫୁଲ ନେଇ ଅର୍ପଣ କରନ୍ତୁ, ଆପଣଙ୍କ ମନସ୍କାମନା ପୂରଣ ନହେବା ପ୍ରଯ୍ୟନ୍ତ ଆପଣ ଏହିପରି କରନ୍ତୁ |ଦେଖିବେ ମା ଦୁର୍ଗା ଆପଣକୁ ନିଶ୍ଚିତ ସହାୟକ ହେବେ |
-ପ୍ରତ୍ୟକ ଦିନ ଆପଣ କିଛି ଅପରାଜିତା ଫୁଲ ନେଇ ହନୁମାନଙ୍କୁ ଅର୍ପଣ କରନ୍ତୁ ଏବଂ ସେଥିରୁ ଆପଣ ଗୋଟିଏ ଫୁଲ ଆଣି ନିଜପାଖରେ ରଖନ୍ତୁ, ଦେଖିବେ ଆପଣଙ୍କ ଧନ ଜନିତ ସମସ୍ୟା ଆଦୁ ରହିବ ନାହିଁ |
-ଆପଣ ସୋମବାର ଦିନ ଧଳା ବସ୍ତ୍ର ପରିଧାନ କରି ଯଦି ଅପରାଜିତା ଫୁଲ ଭଗବାନ ଶିବଙ୍କ ଉପରେ ଚଢ଼ନ୍ତୁ ଦେଖିବେ ଆପଣ ଧନ ଜନିତ ସମସ୍ୟା ଦୂର ହେବାସହିତ, ଆପଣଙ୍କ ବ୍ୟବସାୟରେ ଉନ୍ନତି ହେବାର ମଧ୍ୟ ସମ୍ଭାବନା ରହିଛି |ଅପରାଜିତା ଫୁଲ ମୂଳରେ ଧୂପ ଦୀପ କ୍ଷୀର ଦେଇ ସେହି ଚେରକୁ ଆଣି ଗୋଟିଏ ନୀଳରଙ୍ଗର କପଡ଼ାରେ ବାନ୍ଧି ତାହାକୁ ଦୋକାନ କିମ୍ବା ଅଫିସର ମୁଖ୍ୟ ଦ୍ଵାରରେ ଟାଙ୍ଗିଦେଲେ ବହୁତ ଶୁଭଫଳ ମିଳିଥାଏ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।