ମଧୁମେହ ( Diabetes ) ରୋଗୀ ପାଇଁ ଏହି ସବୁ ଖାଦ୍ୟ ବିଷ – Health Tips

ବନ୍ଧୁମାନେ ଆମ ଭାରତର ବର୍ତ୍ତମାନ ପ୍ରତି ଘରେ ଘରେ ଜଣେ ଜଣେ ଡାଇବେଟିସ ରୋଗୀ ନିହାତି ବାହାରିବେ ।ଆଉ ଏହି ରୋଗ ଯାହାକୁ ଥରେ ହେଲେ ଭଲ ହୁଏ ନାହିଁ ଆଉ ଜୀବନ ସାରା ମରି ମରି ବଞ୍ଚିବାକୁ ପଡିଥାଏ ।ତେବେ ଡାଇବେଟିସ ରୋଗ କୁ ନିୟନ୍ତ୍ରଣ କରିବା ପାଇଁ ଆପଣଙ୍କ ସବୁବେଳେ ଖାଦ୍ୟପେୟ କୁ ଜଗିବାକୁ ପଡିଥାଏ ।ତେବେ ଭୁଲରେ ଏହି କେତେଟି ଖାଦ୍ୟ ଗୁଡିକ ଡାଇବେଟିସ ରୋଗୀ ଆଦ୍ୟୁ ଖାଆନ୍ତୁ ନାହିଁ ଯାହା ଆପଣଙ୍କ ପାଇଁ ବିଷ ଅଟେ ।

1.ଆଳୁ:-
ତେବେ ଯେଉଁ ବ୍ୟକ୍ତି ମାନେ ଡାଇବେଟିସ ରେ ପୀଡ଼ିତ ଅଛନ୍ତି ସେମାନଙ୍କ ପାଇଁ ଆଳୁ ଗୋଟିଏ ବିଷ କହିଲେ କମ ହେବ ନାହିଁ ।ତେବେ ଆଲୁରେ ଥିବା ଶ୍ୱେତସାର ତୁରନ୍ତ ଶରୀରରେ ଗ୍ଲୁକୋଜ ର ମାତ୍ରକୁ ବଡାଇଥାଏ ।ଏଥିପାଇଁ ଡାଇବେଟିସ ରୋଗୀ ଆଳୁ କିମ୍ବା ଆଲୁରେ ତିଆରି ଖାଦ୍ୟ ଖାଆନ୍ତୁ ନାହିଁ ।

2.ମଇଦାରେ ତିଆରି ଖାଦ୍ୟ:-
ବନ୍ଧୁମାନେ ମଇଦା ରେ ତିଆରି ଖାଦ୍ୟ ଯେପରି ବ୍ରେଡ଼ ଓ ପାସ୍ତା ଆଦି ଖାଦ୍ୟ କୁ ଡାଇବେଟିସ ରୋଗୀ ଖାଇବା ଦ୍ଵାରା ଏହା ଜଲଦି ହଜମ ହେଇ ଗ୍ଲୁକୋଜ କୋଷରେ ନମିଶି ରକ୍ତରେ ମିଶିଯାଏ ।ଏଥିପାଇଁ ଡାଇବେଟିସ ରୋଗୀ ଏହି ସବୁ ଖାଦ୍ୟ ଠାରୁ ଦୂରେଇ ରହିବାସ ଉଚିତ ।

3.ଟ୍ରାନ୍ସଫେଟ ଯୁକ୍ତ ଖାଦ୍ୟ:-
ଏହି ଖାଦ୍ୟ ଗୁଡ଼ିକ ଆପଣ ଖାଇବା ଯୋଗୁଁ ଶରୀର ରେ ଥିବା ଭଲ କଲେଷ୍ଟଲ ନଷ୍ଟ ହେଇଯାଏ ଓ ରକ୍ତରେ ଇନ୍ସୁଲି ମାତ୍ରକୁ କମାଇଥାଏ ।ତେବେ ମାର୍କେଟ ବିକ୍ରି ହେଉଥିବା ତେଲ ଜାତୀୟ ଖାଦ୍ୟ କୁ ଟ୍ରାନ୍ସଫେଟ ଯୁକ୍ତ ଖାଦ୍ୟ କୁହାଯାଏ କାରଣ ମାର୍କେଟ ରେ ଗୋଟିଏ ତେଲକୁ ବାରମ୍ବାର ବ୍ୟବହାର କଲେ ସେହି ତେଲ ଟ୍ରାନ୍ସଫେଟ ହେଇଯାଏ । ଏଥିପାଇଁ ଡାଇବେଟିସ ରୋଗୀ ମାନେ ଏହି ଖାଦ୍ୟ ଗୁଡିକ ଖାଇବା ଉନୁଚିତ ।

4.ପ୍ୟାକେଜ ଖାଦ୍ୟ:-
ପ୍ୟାକେଜ ରେ ରହୁଥିବା ଖାଦ୍ୟ ଯେପରି ଚିପିସ,କୁରକୁରି,ଅନ୍ୟାନ୍ୟ ଚୁଡା ଭଜା ଆଦି ଯେଉଁଥିରେ ମଇଦା ର ଭାଗ ବହୁତ ଥାଏ ।ଆଉ ଏସବୁ ଡାଇବେଟିସ ରୋଗୀ ଙ୍କ ପାଇଁ ଖୁବ କ୍ଷତି କାରକ ଅଟେ ।

5.ସଫ୍ଟ ଡ୍ରିଙ୍କ ଓ ଫଳ ଯୁସ:-
ଏହି ସବୁ ଡ୍ରିଙ୍କ ଗୁଡିକ ଯଦି ଡାଇବେଟିସ ରୋଗୀ ପିଉଛନ୍ତି ତାହେଲେ ତାଙ୍କ ଶରୀର ରେ ଗୁଡ଼ କଲେଷ୍ଟ୍ରଲ ନଷ୍ଟ ହେଇଯାଏ ଓ ଇନସୁଲିନ ର ମାତ୍ରା କମିଯାଏ ।

6.କିସମିଶ:-
ତେବେ କଞ୍ଚା ଅଙ୍ଗୁର ଅପେକ୍ଷା ଶୁଖିଲା କିସମିଶ ରେ ଅଧିକ ସୁଗାର ରହିଥାଏ ଆଉ ଯଦି ଜଣେ ଡାଇବେଟିସ ରୋଗୀ ପ୍ରତ୍ୟେକ ଦିନ କିସମିଶ ଖାଉଛନ୍ତି ତାହେଲେ ଡାଇବେଟିସ ବଡ଼ିବାକୁ ଲାଗିବ ।

7.ଧଳା ଭାତ,ରେଡ଼ ମିଟ ଓ ପ୍ୟାକେଜ ଶସ୍ୟ ଏହି ସବୁ ଖାଦ୍ୟ ଗୁଡିକ ବି ଡାଇବେଟିସ ରୋଗୀ ଖାଇବା ବହୁତ ଖରାପ ଅଟେ ।ଭାତରେ ଖୁବ କମ ଫାଇବର ରହିଥାଏ ଯାହା ଇନ୍ସୁଲି ର ମାତ୍ର କୁ କମାଇଥାଏ, ତେଣୁ ଭୁଲ ରେ ବି ଏହି ଖାଦ୍ୟ ଗୁଡିକୁ ଖାଆନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment