ସୁସ୍ଥ ଓ ମଜଭୁତ କେଶ ( Hair ) ପାଇଁ ଡାଏଟ୍‌ | Dr Nisha Sharma

ତେବେ କୁହାଯାଏ କି ମଣିଷ ଶରୀରରେ ଦେଖା ଯାଉଥିବା ବିଭିନ୍ନ ସମସ୍ୟା ଗୁଡିକ ଭିତରେ କେଶ ଜନିତ ସମସ୍ୟା ମଧ୍ୟ ଆମେ ମୁଖ୍ୟ ସମସ୍ୟା ବୋଲି ନେଇଥାଉ | ଆଉ ଯାହାକୁ ନେଇକି ଆଜି କାଲି ର ଯୁବ ପିଢ଼ି ମାନେ ଅନେକ ସମୟରେ ଚିନ୍ତା ରେ ରହିଥାନ୍ତି, ଆଉ ସେଥିରୁ ମୁକ୍ତି ପାଇବା ପାଇଁ ଅନେକ ସମୟରେ ଡକ୍ଟର ଙ୍କ ପାଖରୁ ପରାମର୍ଶ ମଧ୍ୟ ଲୋଡିଥାନ୍ତି | ତେବେ ଆଜି ଆମେ କହିବାକୁ ଯାଉଛୁ ସେହି କେଶ ଜନିତ ସମସ୍ୟା ବିଷୟରେ |ସୁସ୍ଥ କେଶ ଵା ମଜଭୁତ କେଶ ପାଇବା ପାଇଁ ଆମେ କେଉଁ କେଉଁ ଉପାୟ ଗୁଡିକୁ ଅବଲମ୍ବନ କରିବା ଆସନ୍ତୁ ସେ ବିଷୟରେ ଜାଣିବା |

କୁହାଯାଏ କି ଆଜି କାଲି କେଶ ଜନିତ ସମସ୍ୟା ବିଶେଷ କରିକି ଆମର ପରିବେଶ ଉପରେ ପ୍ରଭାବ ପକାଇଥାଏ ଓ ଅନେକ ସମୟରେ ଆମର ଖାଦ୍ୟ ପେୟ ର ଅସମାନତା | ଆମ ଶରୀରରେ ପ୍ରୋଟିନ ର ଅଭାବ ଆଦି କାରଣ ଯୋଗୁଁ ହୋଇଥାଏ ବୋଲି ମଧ୍ୟ କୁହାଯାଇଥାଏ | ଏହା ଛଡା କୁହାଯାଉଛି କି ଯଦି ଆମେ ସବୁ ପରିମାଣରେ ପନିପରିବା ନ ଖାଇବା ଵା ଫାଷ୍ଟ ଫୁଡ ର ସେବନ ଅଧିକ କରିବା ତାହା ସହିତ ଅଧିକ ପରିମାଣ ରେ ଷ୍ଟ୍ରେସ ଭଳି ସମସ୍ୟା ଯୋଗୁଁ କେଶ ସମସ୍ୟା ଦେଖା ଯାଇଥାଏ ବୋଲି କୁହାଯାଉଛି |

ସୁସ୍ଥ କେଶ ପାଇଁ ଡାଏଟ :-

କୁହାଯାଉଛି କି ଆମର କେଶ ର ଗ୍ରୋଥ ସାଧାରଣତଃ ଆମର ସ୍କାଲ୍ଫ ରେ ହୋଇଥାଏ |ଆଉ ସେଥିପାଇଁ ଜିଙ୍କ ଓ ଆଇରନ ସହିତ ଭିଟାମିନ ଏ, ଭିଟାମିନ ଡି, ଭିଟାମିନ ଇ, ଭିଟାମିନ B12,ତାହା ସହିତ ପ୍ରୋଟିନ, ଫଲିକ ଏସିଡ ଓ ବାୟଟିନ ଭଳି ଜିନିଷ ଆମର ହେୟାର ଜନିତ ସମସ୍ୟା ର ସାନଧାନ ପାଇଁ ଆବଶ୍ୟକ ହୋଇଥାଏ | ଆଉ ସେଥିପାଇଁ ଆପଣଙ୍କୁ ସମସ୍ତ ନନ ଭେଜ ଜାତୀୟ ଖାଦ୍ୟ ଉପରେ ଗୁରୁତ୍ୱ ଦେବାକୁ ପଡିଥାଏ | ତାହା ସହିତ ବିଭିନ୍ନ ପ୍ରକାରର ପନିପରିବା, ନୋଡ଼ସ ଆଦି ଖାଇବା ଯୋଗୁଁ ଏହି ଭଳି ସମସ୍ୟା ରୁ ମୁକ୍ତି ପାଇପାରିବା |

ଶାକାହାରୀ ମାନଙ୍କର ଡାଏଟ କେମିତି ହେବା ଆବଶ୍ୟକ :-

ତେବେ କୁହାଯାଉଛି କି ପ୍ରୋଟିନ ଓ ବୟଟିନ ପାଇଁ ଶାକାହାରୀ ମାନେ ସୋୟାବିନ ନେଇ ପାରିବେ ତାହା ସହିତ ସିଡଶ ଓ ବିଭିନ୍ନ ଡାଲି ଜାତୀୟ ଖାଦ୍ୟ ବ୍ୟବହାର କରି ପାରିବେ |ଏହା ସହିତ ଡ୍ରାଇ ଫୁଡ ଯଥା କାଜୁ, କିସମିସ, ଅଲମଣ୍ଡ ସହିତ ଦହି ମଧ୍ୟ ନେଇ ପାରିବେ ଓ କ୍ଷୀର ମଧ୍ୟ ବ୍ୟବହାର କରି ପାରିବେ |

କେଉଁ ଭଳି ଡାଏଟ ରୁ ନିବୃତ ରହିବେ :-

କୁହାଯାଉଛି କି ଯଦି ହେୟାର ଷ୍ଟ୍ରେଟ ଲିଙ୍ଗ ଵା ହେୟାର ସ୍ମୁଦିଙ୍ଗ କରିଥାନ୍ତି ସେତେବେଳେ ଏହି ଭଳି ସମସ୍ୟା ଦେଖା ଯାଇଥାଏ | ଆଉ ଏଥିପାଇଁ ଡାକ୍ତର ମାନେ ଭିଟାମିନ A ଦେଇଥାନ୍ତି ହେୟାର ଗ୍ରୋଥ ପାଇଁ ଆଉ ତାହା ଅଧିକ ହେଲେ ମଧ୍ୟ ହେୟାର ଉପରେ ଖରାପ ପ୍ରଭାବ ପଡିଥାଏ | ତାହା ସହିତ କୁହାଯାଉଛି କି ଭିଟାମିନ A ଠିକ ପରିମାଣରେ ବ୍ୟବହାର କରିବା ଓ ପ୍ରୋଟିନ ଠିକ ପରିମାଣରେ ନେଇ ଆମେ ହେୟାର ଜନିତ ସମସ୍ୟା ରୁ ମୁକ୍ତି ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment