ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମେ ଦେଖିବାକୁ ପାଇଥାଉ ଯାହା ଆମ ମାନଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ | ତେବେ ଏଠାରେ ସେହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି |ଆଉ ଯେଉଁଠି ବିଷଧର ନାଗ ସାପ ଟି ଗାଁ ରେ ବାହାରିବ ପରେ ସାପ ଧରାଳି ଜଣଙ୍କ ଯେତେବେଳେ ସାପ କୁ ଧରିବା ପାଇଁ ଆସିଛନ୍ତି ସେତେବେଳେ ମହିଳା ଜଣଙ୍କ ସାପ ଟିକୁ ଧରିବା କୁ ମନା କରିବା ସହିତ କାନ୍ଦିବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ଆଉ ଯେଉଁଠି ଦେଖିବାକୁ ମିଳିଛି କି ଭଦ୍ରକ ଜିଲ୍ଲାରେ ଦେଖୁବାକୁ ମିଳିଛି ଏଭଳି ଏକ ଘଟଣା ଆଉ ଯେଉଁଠି ଲୋକ ଙ୍କ ଗାଁ ରୁ ସାପ ଧରାଳି ଜଣଙ୍କ ଆସିଥିଲେ ସାପ ଧରିବା ପାଇଁ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ବିଷଧର ନାଗ ସାପ କୁ ଧରିକି ସାପ ଧରାଳି ଜଣକ ପାଖ ଜଙ୍ଗଲରେ ଛାଡ଼ିବା ପାଇଁ ଯେତେବେଳେ ନେଇ ଯାଉଥିଲେ ସେତେବେଳେ ସେହି ଗାଁ ରେ ମହିଳା ଜଣଙ୍କ କାନ୍ଦିବାକୁ ଲାଗିଥିଲେ | ଆଉ ସେହି କାନ୍ଦ କୁ ଦେଖିକି ଲୋକ ଜଣଙ୍କ ମହିଳା ଙ୍କୁ ପଚାରିବା ପରେ ମହିଳା ଜଣଙ୍କ ସାପ ଟିକୁ ଧରି ନେଇଯିବ କାରଣ ରୁ କାନ୍ଦିବାକୁ ଲାଗିଥିଲେ |
ନାଗ ଦେବତା ବୋଲି କହି ତାଙ୍କୁ ଘରେ ରଖିବେ ବୋଲି ମଧ୍ୟ କହିଥିଲେ ମହିଳା ଜଣ ଙ୍କ | ତେବେ ମହିଳା ଙ୍କର ଏହି କଥା କୁ ବୁଝେଇଛନ୍ତି ସାପ ଧରାଳି ଜଣଙ୍କ | ଆଉ ସେ କହିଥିଲେ କି ଏହିଭଳି ସାପ ବିଷଧର ହୋଇଥାଏ ଆଉ ଯାହାକୁ ଘରେ ରଖିଲେ ତାହାର ଦଂସନ ଫଳରେ ଆମର କ୍ଷତି ଘଟିଥାଏ ବୋଲି | ଆଉ ଏଭଳି ସାପ କାମୁଡ଼ିଲେ ଗୁଣିଆ ପାଖକୁ ନ ଯାଇ ତୁରନ୍ତ ଡାକ୍ତର ଙ୍କ ପାଖକୁ ଯିବାକୁ ମଧ୍ୟ କହିବା ପରେ ମହିଳା ଜଣଙ୍କ ବୁଝିଥିଲେ | ଆଉ ତାହା ପରେ ସେହି ସାପ ଙ୍କୁ ପୂଜା କରି ଜଙ୍ଗଲରେ ଛାଡ଼ିବେ ବୋଲି କହିଥିଲେ |
ଆଉ ଯାହା ଦେଖିବାକୁ ମିଳିଥିଲା କି ମହିଳା ଜଣ ଙ୍କ ସାପ ଟିକୁ କ୍ଷୀର ଖାଇବାକୁ ଦେବା ସହିତ ଶଙ୍ଖ, ଘଣ୍ଟା ଆଉ ହୁଳହୁଳି ପକାଇ ପୂଜା କରିବା ପାଇଁ ଲାଗିଥିଲେ ସାପ ଟିର, ଆଉ ଧୂପ ଦୀପ ଦେଇ ଆରତୀ ମଧ୍ୟ କରିଥିଲେ ମହିଳା ଜଣକ | ତାହା ପରେ ସାପ ଧରାଳି ଜଣଙ୍କ ସାପ ଟିକୁ ଧରିକି ଜଙ୍ଗଲରେ ତାଙ୍କୁ ଛାଡି ଦେଇଥିଲେ | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।