Swastik Tv News Odisha

Dr. Kumar Abhishek – ମୁଖରେ ବ୍ରଣ ହେଉଥିଲେ ଜାଣନ୍ତୁ ଏହାକୁ ଭଲ କରିବାର ସବୁଠାରୁ ସହଜ ଉପାୟ

0

ଆଜିର ଦୂଷିତମୟ ପରିବେଶରେ ପ୍ରତ୍ୟେକ ଝିଅ ବା ପୁଅ ମାନଙ୍କ ଫେସ୍ ରେ ବ୍ରଣର ସମସ୍ୟା ମାନ ଦେଖିବାକୁ ମିଳୁଛି । ତାହା ସେମାନଙ୍କ ଫେସକୁ ଅସୁନ୍ଦର କରାଉଛି , ତେହେ ଏହା ହୋର୍ମ ନାଲ୍ ଇଫେକ୍ଟ ଯୋଗୁଁ ହୋଇଥାଏ । ଯେତେବେଳେ ଝିଅ ମାନେ କିଶୋରରୁ ଯୌବନବସ୍ଥା କୁ ଆସିଥାନ୍ତି , ସେହି ସମୟରେ ବିଭିନ୍ନ ହୋର୍ମନ ଗୁଡିକ ଆମ ଶରୀରରେ ଇଫେକ୍ଟ ହୋଇଥାଏ ।

ସେହି ହୋର୍ମନ ଯେତେବେଳେ ଆମ ମୁହଁର ଚର୍ମ ରେ ଥାଏ , ତାହା ଉପରେ ଅଧିକ ପ୍ରଭାବ ପଡିଥାଏ , ସେତେବେେଳେ ଫେସ ରେ ବ୍ରଣ ସୃଷ୍ଟି ହୋଇଥାଏ । ଏହାର ନିରାକରଣ ପାଇଁ ଝିଅ ମାନେ ବିଭିନ୍ନ ପ୍ରକାର କସମେଟିକ ବ୍ୟବହାର କରିଥାନ୍ତି । କିନ୍ତୁ ତାହା ଭଲ ହେବା ପରିବର୍ତ୍ତେ ଅଧିକ ମାତ୍ରାରେ ହୋଇଥାଏ ।

ବ୍ରଣ ହେବାର କାରଣ :-

ଆମ ଶରୀରରେ ଆଉ ଏକ ବ୍ୟକ୍ଟେରିଆ ରହିଛି , ଯାହାର ନା ହେଉଛି ପ୍ରୋପିୟନି ବ୍ୟାକ୍ଟେରିଆମ୍ ଏକନି । ତୋ ସେହି ବ୍ୟାକ୍ଟେରିଆ ଫେସରେ ଇନଫେକ୍ସନ ହେଲେ ବ୍ରଣ ସୃଷ୍ଟି ହୋଇଥାଏ । ବ୍ରଣ ବହୁତ ପ୍ରକାର ହୋଇଥାଏ , ତାହା ସହ ମୁଁହରେ ଲାଲ ରଙ୍ଗ ର ଦାନା ଭଳି ବାହାରିଥାଏ । ଏହା ମଧ୍ୟ ଗୋଟିଏ ପ୍ରକାର ବ୍ରଣ ହୋଇଥାଏ , ଏହାଛଡା ଅଧିକାଂଶ ଝିଅ ମାନଙ୍କ ଠାରେ ହ୍ୱାଇଟ ହେଡ , ବ୍ଲାକ ହେଡ୍ର ସମସ୍ୟା ଥାଏ । ସେମାନେ ଭାବିଥାନ୍ତି କି ଏହାକୁ ଚିପି ବାହର କରିଦେଲେ ସବୁଦିନ ପାଇଁ ବ୍ରଣ ଦୂର ହୋଇଯିବ , କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ ।

କୁହାଯାଏ କି ବ୍ରଣ ହେବା ଦ୍ୱାରା ପିଲା ମାନଙ୍କର ମାନସିକ ସ୍ଥିତି ଠିକ୍ ରହି ନଥାଏ । ଯେଉଁ ମାନେ ଅଧିକ ମାତ୍ରାରେ ଜଙ୍ଗ ଫୁଡ୍ ଖାଇଥାନ୍ତି ଓ ଅଏଲି ଜିନିଷ ଅଧିକ ଖାଇଥାନ୍ତି , ସେମାନଙ୍କ ଠାରେ ଅଧିକ ମାତ୍ରାରେ ବ୍ରଣ ସମସ୍ୟା ସୃଷ୍ଟି ହୋଇଥାଏ । ଏହାଛଡା ଯେଉଁମାନେ ଅଧିକ କ୍ଷୀର ସେବନ କରିଥାନ୍ତି , ମୁହଁରେ ସାବୁନର ବ୍ୟବହାର କରିଥାନ୍ତି , ସେମାନଙ୍କ ଠାରେ ମଧ୍ୟ ବ୍ରଣ ସମସ୍ୟା ଦେଖାଯାଇଥାଏ । କାରଣ ଫେସରେ ସାବୁନ ବ୍ୟବହାର କରିବା ଦ୍ୱାରା ମୁହଁର ପି ଏଚ୍ ବଦଳି ଯାଇଥାଏ , ଏଥିପାଇଁ ମୁହଁରେ ବ୍ରଣ ହେବାର ସମ୍ଭାବନା ଥାଏ ଏବଂ ଇନଫେକ୍ସନ ମଧ୍ୟ ହୋଇଥାଏ ।

ପ୍ରତିକାର :-

ଅନେକ ଲୋକମାନେ ଏହି ବ୍ରଣ ସମସ୍ୟାକୁ ଦୂର କରିବା ପାଇଁ ଅନେକ ପ୍ରକାର ପ୍ରାକୃତିକ ଜିନିଷର ବ୍ୟବହାର କରିଥାନ୍ତି । ଯେପରି କି ହଳଦୀ , ଚନ୍ଦନ , ଏଲୋବିରା ଆଦି ର ମିଶ୍ରଣ ଫେସ ରେ ବ୍ୟବାହର କରିଥାନ୍ତି । କିନ୍ତୁ ସେଥିରେ କୌଣସି ବିଶେଷ ପ୍ରଭାବ ପକାଇ ନଥାଏ , ସେତିପାଇଁ ଆପଣ ମାନେ ଚର୍ମ ବିଶେଷଜ୍ଞ ଙ୍କ ସହ ପରାମର୍ଶ କରନ୍ତୁ ।

ଏଥି ସହ ଭିଟାମିନ ଏ ଓ ଭିଟାମିନ ସି ଖାଦ୍ୟ ଖାଇବା ଉଚିତ୍ । ସର୍ବଦା ଚିନ୍ତା ମୁକ୍ତ ରୁହନ୍ତୁ , ଅଧିକ ପାଣି ସେବନ କରନ୍ତୁ ଏବଂ ମୁହଁକୁ ଅଧିକ ଓଏଲି ଛାଡନ୍ତୁ ନାହିଁ । ଖରାକୁ ବାହାରିଲେ ସନ୍ କ୍ରିମ ଲଗେଇ ବାହାରନ୍ତୁ , ଏହା କରିବା ଦ୍ୱାରା କିଛି ମାତ୍ରାରେ ଆପଣଙ୍କ ଫେସ୍ ରେ ବ୍ରଣ ସମସ୍ୟା ଦୂର ହୋଇ ପାରିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.