Swastik Tv News Odisha

Dr. Rashmi DSouza ଗର୍ଭାବସ୍ଥା ସମୟରେ ରକ୍ତଶ୍ରାବ ହେବା କେତେ କ୍ଷତିକାରକ ? ଜାଣନ୍ତୁ ଏହା କାହିଁକି ହୋଇଥାଏ ଓ ଏହାର ଉପଚାର

0

ବିବାହ ପରେ ସବୁ ମହିଳାଙ୍କ ମା ହେବା ଏକ ସ୍ୱପ୍ନ ହୋଇଥାଏ। ଗୋଟିଏ ନାରୀର ଜୀବନରେ ପୂର୍ଣ୍ଣତା ଆଣିଥାଏ ଏବଂ ତାର ଜନ୍ମ ହେବାର ସାର୍ଥକତା କୁ ବିଝାଇଥାଏ ତାର ପିଲା। ଗୋଟିଏ ପିଲାକୁ ୯ ମାସ ଗର୍ଭ ରେ ଧରି ଜନ୍ମ ଦେଉଥାଏ ଗୋଟିଏ ମା। ତେବେ ପିଲା ଜନ୍ମ କରିବା ଏତେବି ସହଜ ହୋଇନଥାଏ

ଗର୍ଭବତୀ ଅବସ୍ଥାରେ ଥିବା ସମୟରେ ଜଣେ ମହିଳାଙ୍କ ଉପରେ ଅନେକ ଦାୟିତ୍ୱ ତଥା ନୀତି ନିୟମ ରହିଥାଏ ଯାହାକୁ ତାଙ୍କୁ ମାନିବାକୁ ପଡିଥାଏ ।ତେବେ ସାଧାରଣ ମହିଳା ମାନଙ୍କ ଅପେକ୍ଷା ଗର୍ଭବତୀ ମହିଳା ମାନଙ୍କୁ ବହୁତ ସତର୍କତା ଅବଲମ୍ବନ କରିବାକୁ ହୋଇଥାଏ।

ତେବେ ଆପଣ ମାନେ ଏମିତି ବହୁତ କମ କେସ ରେ ଦେଖିଥିବେ କି, ଗର୍ଭବତୀ ହେବା ପରେ ମଧ୍ୟ ସେମାନଙ୍କ ର ରକ୍ତସ୍ରାବ ହୋଇଥାଏ। ତେବେ ଆମେ ଜାଣିଚୁ ଯେ, ଗର୍ଭବତୀ ହେବା ପରେ ମହିଳା ମାନଙ୍କ ର ରକ୍ତସ୍ରାବ ହୋଇନଥାଏ। କିନ୍ତୁ ଯଦି ଏହା କେଉଁ ଗର୍ଭବତୀ ମହିଳାମାନଙ୍କ ପାଖରେ ଦେଖାଯାଉଛି, ତାହା ମହିଳା ଙ୍କର ପାଇଁ କ୍ଷତିକାରକ କି ନୁହେଁ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ ଏହା ଉପରେ ।

ରକ୍ତସ୍ରାବ କାହିଁକି ହୋଇଥାଏ:-

ଯଦି ଗର୍ଭବତୀ ମହିଳା ମାନଙ୍କ ଠାରେ ରକ୍ତଶ୍ରାବ ହେବାର ଦେଖାଯାଉଛି ତେବେ ଏହାର ୩ ଟି କାରଣ ରହିଛି ଆମ ଡାକ୍ତର ମାନଙ୍କ ର ରିସର୍ଚ୍ଚ ଅନୁସାରେ ।ତେବେ ସେହି ୩ ଟି ମୁଖ୍ୟ କାରଣ ହେଉଛି;
୧.ଗର୍ଭ ନଷ୍ଟ ହୋଇଗଲେ
୨.ମହିଳା ଙ୍କ ଶରୀର ମଧ୍ୟରେ ହରମୋନ କ୍ଷରଣ ରେ ଅନିୟମିତତା ଦେଖାଦେଲେ
୩.ଗର୍ଭାବସ୍ଥା ରେ ଅଧିକ ଚିନ୍ତାଗ୍ରସ୍ତ ହେଲେ କିମ୍ବା ଅଧିକ ଚାପ ରେ କାମ କରିବା ଦ୍ଵାରା ।

ତେବେ ଯଦି ହରମୋନ ର କ୍ଷରଣ ରେ ଅନିୟମିତତା କିମ୍ବା ଚିନ୍ତାଗ୍ରସ୍ତ ଏବଂ ଅଧିକ ଚାପରେ କାର୍ଯ୍ୟ କରିବାରୁ ଆପଣଙ୍କ ର ରକ୍ତସ୍ରାବ ହେଉଛି ତେବେ ଏହା ଏତେବି ହାନିକାରକ ନୁହେଁ କିନ୍ତୁ ରକ୍ତସ୍ରାବ ହେବା ମାତ୍ରେ ଡାକ୍ତର ଙ୍କ ସହ ପରାମର୍ଶ କରିବା ଆବଶ୍ୟକ ଏବଂ ମେଡିସିନ ଗ୍ରହଣ କରିବା ଉଚିତ। ମାତ୍ର ଯଦି ପ୍ରଥମ କାରଣ ବା ଗର୍ଭ ନଷ୍ଟ ହେବା କାରଣରୁ ରକ୍ତସ୍ରାବ ହୋଇଥାଏ। ତେବେ ଏହା ହାନିକାରକ ହୋଇଥାଏ ।ଆସନ୍ତୁ ଜାଣିବା ଏପରି ହେଲେ କଣ କରିବା ଉଚିତ୍ ଅଟେ।

ଗର୍ଭ ନଷ୍ଟ ହେବା ଦ୍ଵାରା ରକ୍ତସ୍ରାବ ହେଲେ କଣ କରିବେ:-

୧.ଡାକ୍ତର ତଥା ବିଶେଷଜ୍ଞ ଙ୍କର କହିବା ଅନୁସାରେ, ଯଦି ଗର୍ଭାବସ୍ଥା ରେ ଜଣେ ମହିଳାଙ୍କ ର ରକ୍ତସ୍ରାବ ହୋଇଥାଏ ତାହା ହାନିକାରକ ଅଟେ। ଏବଂ ତୁରନ୍ତ ଡାକ୍ତର ଙ୍କ ପାଖକୁ ଯାଇ ମେଡ଼ିସିନ ନେବା ଉଚିତ ।

୨.ଯଦି ପିଲା ଟି ନଷ୍ଟ ହୋଇଯାଇଛି ଯେଉଁ କରଣରୁ ଆପଣଙ୍କ ର ବ୍ଳଇଡିଂ ହେଉଛି ତେବେ ଏହା ମହିଳା ଙ୍କର ଜୀଵନ ପ୍ରତି ବିପଦ ଆଣିଥାଏ। ତେବେ ସେହି ସମୟରେ ଡାକ୍ତର ଙ୍କ ପାଖକୁ ଗଲେ ସେମାନେ ଏହାର ପରୀକ୍ଷା କରାଇ ଅଧା ଗଢ଼ା ପିଲା ଟିକୁ ବାହାର କରିଥାନ୍ତି ଏବଂ ମା ର ଜୀଵନ ବଞ୍ଚେଇ ଥାନ୍ତି।

୩.ସେହି ପରି ଗର୍ଭବତୀ ଅବସ୍ଥାରେ ମୁଣ୍ଡ ବୁଲାଇବା , ଅଧିକ ଥକା ଲାଗିବା କିମ୍ବା ବେହସ ହେଲେ ଏହା ମହିଳା ଓ ପିଲା ପାଇଁ କ୍ଷତିକାରକ ହୋଇଥାଏ। ତେଣୁ ନିଜର ଜତ୍ନ ନେବା ଆବଶ୍ୟକ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.