Swastik Tv News Odisha

Dr. Shalini Tiwari – ପରିସ୍ରାପୋଡ଼ା କାହିଁକି ହେଉଛି, ଏଥିରୁ କେମିିତି ପାଇବେ ମୁକ୍ତି ? ପ୍ରତ୍ୟେକ ମହିଳା ଏବଂ ପୁରୁଷ ମାନଙ୍କୁ ଜାଣିବା ନିତ୍ୟାନ୍ତ ଆବଶ୍ୟକ..

0

ମନୁଷ୍ୟ ଶୀରରେ ବିଭିନ୍ନ ପ୍ରକାର ରୋଗ ର ସମସ୍ୟା ଦେଖା ଯାଇଥାଏ , ଯାହା ସେମାନଙ୍କୁ ବହୁତ କଷ୍ଚ ମଧ୍ୟ ଦେଇଥାଏ । ସେଥି ମଧ୍ୟରୁ ପରିସ୍ରା ପୋଡା ଏକ ପ୍ରକାର ଯନ୍ତ୍ରଣା ଦାୟକ ହୋଇଥାଏ । ପରିସ୍ରା କରିବା ସମୟରେ ଆମକୁ କଷ୍ଟ ଅନୁଭବ ହୋଇଥାଏ ଏବଂ ପରିସ୍ରା ଯିବାକୁ ମଧ୍ୟ ଡର ଲାଗିଥାଏ । ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ , ପରିସ୍ରା ପୋଡାର କାରଣ ଓ ନରାକରଣ ବିଷୟରେ ଯାହା ଦ୍ୱାରା ଆପଣ ମାନେ ଏପରି ଏକ ସମସ୍ୟାରୁ ମୁକ୍ତି ପାଇ ପାରିବେ ।

ପରିସ୍ରା ପୋଡାର କାରଣ :-

1.ପରିସ୍ରା ପୋଡାର ପ୍ରଥମ କାରଣ ହେଉଛି , ପରିସ୍ରା ଦ୍ୱାରରେ ଇନଫେକ୍ସନ ହେବା , ତେବେ ଏମିତି ଏକ ସମସ୍ୟା ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନଙ୍କ ଠାରେ ଅଧିକ ଦେଖାଯାଏ । ଏହାର କାରଣ ମହିଳା ମାନଙ୍କର ପରିସ୍ରାର ଯେଉଁ ବାଟ ଥାଏ ,ତାହା ବହୁତ ଛୋଟ ହୋଇଥାଏ । ତେଣୁ ମହିଳା ମାନଙ୍କ ଠାରେ ଏହା ଅଧିକ ଦେଖାଯାଏ , ଇନଫେକସନ ହେବା ଫଳରେ ପରିସ୍ରା କଲେ କଷ଼୍ଟ ଅନୁଭବ ହୋଇଥାଏ ।

2. ଅସୁରକ୍ଷିତ ଭାବରେ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ପରିସ୍ରା ପୋଡିଥାଏ ଏବଂ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହା ଉଭୟ ପୁରୁଷ ଓ ମହିଳା ମାନଙ୍କ ଠାରେ ଦେଖିବାକୁ ମିଳିଥାଏ ।

3. ଯଦି ଆପଣଙ୍କ ପରିସ୍ରା ଥଳିରେ ଏକ ପଥପ ବା ଷ୍ଟନ ଆସି ପଡିଯାଏ ବା ପରିସ୍ରା ନଳୀରେ ଆସି ଷ୍ଟନ ରହିଯାଏ , ତେବେ ପରିସ୍ରା ପୋଡିବାକୁ ଲାଗିଥାଏ ।

4. ଅନେକ ଲୋକ ମାନଙ୍କର ପେଟ ର ଯନ୍ତ୍ରଣା ହେଲେ ମଧ୍ୟ , ପରିସ୍ରାରେ ଜଳାପଡା ହୋଇଥାଏ ଏହା ବହୁତ କମ ଲୋକ ମାନଙ୍କ ଠାରେ ଦେଖିବାକୁ ମିଲିଥାଏ ।

5. ପଞ୍ଚମରେ ମହିଳା ମାନଙ୍କର ବୟସ ଅଧିକ ହେଲେ କିମ୍ୱା ପରିସ୍ରା ଦ୍ୱାରରେ ଇନଫେକ୍ସନ ହେଲେ ପରିସ୍ରା ପୋଡିବାର ଏକ କାରଣ ହୋଇଥାଏ । ଏହା ଛଡା ଯେଉଁ ମାନେ କମ ପାଣି ପିଇଥାନ୍ତି , ସେମାନଙ୍କ ଠାରେ ମଧ୍ୟ ପରିସ୍ରା ପୋଡା ଜଳା ହେବାର ଆଶଙ୍କା ରହିଥାଏ ।

କେତେବେଳେ ଡାକ୍ତରଙ୍କ ପାଖକୁ ଯିବେ :-

1. ପ୍ରଥମତଃ ଯଦି ଆପଣଙ୍କୁ ପରିସ୍ରା ଯିବା ବ୍ୟତୀତ ଅର୍ଥାତ୍ ଯଦି ଆପଣ କାମ କରୁଥିବା ସମୟରେ ପରିସ୍ରା ଜଳା ପୋଡା ହେଲା ବା ଆପଣ କିଛି କାମ କରି ନପାରିଲେ । ତେବେ ନିହାତି ଡାକ୍ତରଙ୍କୁ ଦେଖାଇବା ଉଚିତ ।

2. ଯଦି ଆପଣଙ୍କର ପରିସ୍ରା ପୋଡିବାର 24 ଘଣ୍ଟାରୁ ବହୁତ ସମୟ ଧରି ହେଉଛି ତେବେ ଡାକ୍ତରଙ୍କୁ ଦେଖାଇବା ଉଚିତ ଅଟେ ।

3. ତୃତୀୟରେ ଯଦି ଆପଣଙ୍କ ଠାରେ ପରିସ୍ରା ଜଳା ପୋଡା ସହିତ ପରିସ୍ରରେ ରକ୍ତ କିମ୍ୱା ଧଳାସ୍ରାବ ଯାଉଥାଏ , ତେବେ ଡାକ୍ତରଙ୍କୁ ନିହାତି ପରାମର୍ଶ କରି ଔଷଧ ସେବନ କରିବା ଉଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.