Swastik Tv News Odisha

Dr. Shalini Tiwari – ଯୋନିରେ ସଂକ୍ରମଣ କାହିଁକି ହୁଏ ? ଏହାକୁ କିପରି ରୋକା ଯାଇ ପାରିବ

0

ଯୋନି ସଂକ୍ରମଣ ମୁଖ୍ୟତଃ ମହିଳା ମାନଙ୍କ ଠାରେ ଅଧିକ ଦେଖା ଯାଇଥାଏ । ଏହା ବହୁତ କଷ୍ଟ ଦାୟକ ମଧ୍ୟ ହୋଇଥାଏ , ଏଥିରୁ ସୁରକ୍ଷା ପାଇବା ପାଇଁ ଆମକୁ ବହୁତ ସମୟ ଲାଗିଥାଏ । ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ବିବରଣୀ ବିଷୟରେ ।

ଯୋନି ସଂକ୍ରମଣ କଣ :-

ଏହି ସଂକ୍ରମଣ ମେଚିଅର ମହିଳା ମାନଙ୍କ ଠାରେ ଦେଖିବାକୁ ମିଳିଥାଏ , ଯୋନିରେ ଏକ ନର୍ମାଲ pH ରହିଛି ,ତାହା ଏସିଡ ଓ ଆଲକାଲାଇନ ମଧ୍ୟରେ ଏକ ବାଲାନ୍ସକୁ ଦର୍ଶାଇଥାଏ । ଯେମିତିକି ଯଦି pH7 ରୁ ଅଧିକ ତେବେ ଏହା ଆଲକାଲାଇନ ଓ ଯଦି 7 ରୁ କମ ତାହା ଏସିଡ । ଯୋନିର pH କୁ ଠିକ୍ ରଖିବା ପାଇଁ ଲାକ୍ଟୋବାସିଲାଇ ନାମକ ବ୍ୟାକ୍ଟେରିଆ ସାହାର୍ଯ୍ୟ କରିଥାଏ । କିନ୍ତୁ କୌଣସି କାରଣ ପାଇଁ ଯଦି ଏହି ବ୍ୟାକ୍ଟେରିଆ କମିଯାଏ ବା ନଷ୍ଟ ହୋଇଯାଏ , ତେବେ ଯୋନିର pH ବାଲାନ୍ସ ଠିକ୍ ରହେ ନାହିଁ ଏବଂ ଇନଫେକ୍ସନ ହୋଇଥାଏ

ଇନଫେକ୍ସନ ହୁଏ କାହିଁକି ? :-

ଯଦି ଆପଣ ବହୁତ ଦିନ ଧରି କିଛି ଡ୍ରକ୍ସ ବା ଆଣ୍ଟିବାୟୋଟିକ ବ୍ୟବହାର କରୁଥିଲେ , HIV ରୋଗ ବା କିଡିନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିବ ସେ ସମୟରେ ମଧ୍ୟ ଇଂନଫେକ୍ସନ ହେବାର ସମ୍ଭାବନା ଥାଏ । ପ୍ରଗନେନ୍ସି ସମୟରେ ମଧ୍ୟ ଇଂନଫେକ୍ସନ ହେବାର ସମ୍ଭାବନା ହୋଇଥାଏ ।

ଇନଫେକ୍ସନର ଲକ୍ଷଣ :-

ଇନଫେକ୍ସନ ବହୁତ ପ୍ରକାର ହୋଇଥାଏ , ପ୍ରକାରଭେଦ ଅନୁସାରେ ଲକ୍ଷଣ ଭିନ୍ନ ଭିନ୍ନ ହୋଇଥାଏ ।
a. ବ୍ୟାକ୍ଟେରିଆଲ ଭଯାଇନୋସିସ :-
1. ଏହି ଇନଫେକ୍ସନ ରେ ହ୍ୱାଇଟ ଡିସଚାର୍ଜ ହୋଇଥାଏ ।

2. କୌଣସି କୁଣ୍ଡେଇ ହୁଏ ନାହିଁ ।

3. ବହୁତ ଫିସିସ୍ମେଲ ହୋଇଥାଏ ।

b. ଭାଯାଇନାଲ ଇଷ୍ଟ ଇଂଫେକ୍ସନ :-

1. ଦହି ଭଳି ବହଳିଆ ହ୍ୱାଇଟ ଡିସଚାର୍ଜ ହୁଏ ।

2. ଏଥିରେ ବେଶି କିଛି ଖରାପ ସ୍ମେଲ ହୋଇ ନଥାଏ ।

3. ପରିସ୍ରା କରିବା ସମୟରେ ଜଳାପୋଡା କରିପାରେ ।

4. ଯୋନି କୁଣ୍ଡେଇ ହୋଇଥାଏ ।

ଚିକିତ୍ସା :-

ଯଦି ଆପଣ ମାନଙ୍କ ଠାରେ ଉପରୋକ୍ତ ଲକ୍ଷଣ ଗୁଡିକ ଦେଖାଯାଏ , ତେବେ କୌଣସି ପ୍ରକାର ଘରୋଇ ଉପଚାର ନକରି ତୁରନ୍ତ ଡକ୍ଟରଙ୍କ ପରାମର୍ଶ ନେବା ଉଚିତ୍ । ଡକ୍ଟରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଇବା ଆବଶ୍ୟକ ଅଟେ ।

ସାବଧାନତା :-

1. ପିନ୍ଧୁଥିବା ଅଣ୍ଡର ଗାର୍ମେଣ୍ଟ ଗୁଡିକୁ 10 ମିନିଟ ଯାଏ ଗରମ ପାଣିରେ ବୁଡାଇ ରଖନ୍ତୁ ଏବଂ ଏହାକୁ ଭଲ ଭାବରେ ସଫା କରି ଶୁଖିଲା ପରେ ବ୍ୟବହାର କରନ୍ତୁ ।

2. ସେହି ସ୍ଥାନରେ ସାବୁନ କିମ୍ୱା ଅନ୍ୟ କିଛି କେମିକାଲ ପ୍ରଡକ୍ଟ ବ୍ୟବହାର କରନ୍ତୁ ନାହିଁ , ନର୍ମାଲ ପାଣିରେ ଧୋଇ ନିଅନ୍ତୁ ।

3. ସେହି ସ୍ଥାନକୁ ସର୍ବଦା ସଫା ଓ ଶୁଖିଲା ରଖିବା ପାଇଁ ଚେଷ୍ଟା କରନ୍ତୁ ।

4. ଆବଶ୍ୟକ ପରିମାଣରେ ପାଣି ପିଅନ୍ତୁ ଏବଂ ଦହି ଓ ବଟରମିଲ୍କ ଖାଆନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.