ସାପ ଦୁନିଆର ସବୁଠାରୁ ଭୟଙ୍କର ପ୍ରାଣୀ ମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି କୁହା ଯାଇ ପାରେ । ଆଉ ଯଦି କିଙ୍ଗ କୋବ୍ରା ବା ଅହିରାଜ ସାପ କଥା କୁହାଯାଏ ଏହା ପୃଥିବୀର ସବୁ ଠାରୁ ବିଷଧର ସାପ ଭାବରେ ପରିଗଣିତ ହୋଇଥାଏ । ଏବେ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ ହେବା ରେ ଲାଗିଛି, ଯେଉଁଥିରେ ଗୋଟେ ସାପ ମଣିଷର ଉଚ୍ଚତା ବା ୬ ଫୁଟରୁ ଅଧିକ ଉଚ୍ଚାରେ ଠିଆ ହୋଇଛି । ତାହା ପୁଣି ଫଣା ଟେକି । ଏଭଳି ଅଦ୍ଭୁତ ଭିଜୁଆଲ କୁ ବହୁ ଲୋକେ ପସନ୍ଦ କରୁଛନ୍ତି।
ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଏହି ସାପ ଟି ତାର ଲାଞ୍ଜ ସାହାଯ୍ୟ ରେ ପ୍ରାୟ ୬ ଫୁଟ ଉଚ୍ଚତା ରେ ଠିଆ ହୋଇଛି । ଯେମିତି ଲାଗୁଛି ସାପଟି ଜଣେ ମଣିଷର ଆଖି ସହିତ ସିଧାସଳଖ ସାମ୍ନାସାମ୍ନି ହେବା ପାଇଁ ଉଦ୍ୟମ କରୁଛି । ଯେମିତି ଲାଗୁଛି ମାଟି ଉପରୁ ସିଧା ଠିଆ ହୋଇ କୌଣସି ମଣିଷ, ପଶୁ ବା ବସ୍ତୁକୁ ଚୋଟ ବି ମାରି ପାରିବ ।ଜଣେ ଆଇଏଫଏସ୍ ଅଧିକାରୀ ଏହି ଭିଡିଓ ସେୟାର କରିଛନ୍ତି । ୧୦ ରୁ ୧୨ ଫୁଟ ଲମ୍ବର ଏକ ସାପ କିପରି ତାର ଲାଞ୍ଜ ଉପରେ ଠିଆ ହୋଇଛି ଏଥିରେ ଦେଖିବାକୁ ଲାଗୁଛି । ଦେଖାଯାଉଛି ଯେ, ସାପଟି ନିଜ ସାମ୍ନା ରେ କାହାକୁ ସତେଅବା ଟାର୍ଗେଟ କରିଛି । ଏତେ ଉଚ୍ଚତା ରେ ଠିଆ ହୋଇଥିଲେ ମଧ୍ୟ ସାପଟି କୌଣସି ଜିନିଷର ସହାୟତା ନେଇନାହିଁ ।
ଅଧିକାରୀ ଜଣକ କ୍ୟାପସନ ରେ ଲେଖିଛନ୍ତି, କିଙ୍ଗ୍ କୋବ୍ରା ପ୍ରକୃତ ରେ ଏତେ ଉଚ୍ଚତା ରେ ସିଧା ଠିଆ ହୋଇପାରିବ । ଏପରିକି ଜଣେ ବ୍ୟକ୍ତିର ଆଖି ପର୍ଯ୍ୟନ୍ତ । ଯେତେ ବେଳେ ବି ସେମାନେ କାହା ସହିତ ମୁହାଁ ମୁହିଁ ହୁଅନ୍ତି, ସେମାନେ ନିଜ ଶରୀରର ଏକ ତୃତୀୟାଂଶକୁ ମାଟିି ଉପରୁ ଉଠାଇବା ମୁଦ୍ରା ରେ ରୁହନ୍ତି ।କୋବ୍ରା ସାପ କୁ ଲୋକେ ନାଗରାଜ ଭାବେ ଜାଣନ୍ତି । ଏହା ଦୁନିଆର ସବୁଠାରୁ ଲମ୍ବା ଏବଂ ବିଷାକ୍ତ ସାପ ବୋଲି ବିବେଚନା କରାଯାଏ । ଏହାର ଲମ୍ବ ପ୍ରାୟ ୫.୬ ମିଟର ଅର୍ଥାତ୍ ୧୫ ରୁ ୧୮ ଫୁଟ ହୋଇଥାଏ । ଯାହା ୬ ଫୁଟ ପର୍ଯ୍ୟନ୍ତ ସିଧ ଠିଆ ହୋଇପାରନ୍ତି।
ସାପ ଟିକୁ ଜଣେ ମହିଳା ହାତରେ କାମୁଡି ଦେଇଥିଲେ ଏହାପରେ ସାପ ଧରାଳି ଆସି ସାପ କୁ ଉଦ୍ଧାର। ସାପ ଧରିବା ମୁଁ ମୋ ବାପାଙ୍କ ପାଖରୁ ଶିଖିଛି। ଆଣ୍ଟିଭେନମ ତଥା ବିଷ ନିର୍ଗତ ପାଇଁ ମୁଁ ଅନେକ ନାଗ, ରଣା, ତମ୍ପ ଏବଂ ଐହିରାଜ ଆଦି ଭୟଙ୍କର ସାପ ଧରିଥିବା ମଣି ସାଦୟାନ କହିଛନ୍ତି। ମୁଁ ଯେତେବେଳେ ସାପ ଧରେ ସେମାନଙ୍କୁ ଠିକ୍ ପିଲାଙ୍କ ଭଳି ଦେଖିଥାଏ। ଏହି ସାପ ଆମ ପାଇଁ ଭଗବାନଙ୍କ ପରି । ସାପ ଧରିବା ବେଳେ ମୁଁ କୌଣସି ସ୍ୱତନ୍ତ୍ର ଉପକରଣର ସାହାଯ୍ୟ ନିଏ ନାହିଁ ବୋଲି ମଣି ସାଦୟାନ କହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।