ଏ ଗାଈ କାହାର ? ତୁମ ଇଞ୍ଜିନ ରେ ନାହିଁ ବଳ…

“ଆମ ଇଞ୍ଜିନ ଥରେ ଷ୍ଟାର୍ଟ ହେଲେ ହେଇଯିବ ତମେ ହାଲିଆ,ତୋମ ଦେହରୁ ଖାଲି ବୋହିବ ଝାଳ କରିଦେବୁ ଆମେ ହାଲିଆ” ।ବନ୍ଧୁମାନେ ସୋସିଆଲ ମେଡିଆରେ ବହୁତ ପ୍ରକାରର ସର୍ଟ ଭିଡ଼ିଓ ଓ ଛୋଟ କ୍ଲିପ ଗୁଡିକ ଖୁବ ଭାଇରଲ ହେଇଥାଏ ।ଯେମିତି ବର୍ତ୍ତମାନ ଦେଖୁଥିବେ କେମିତି ଯାତ୍ରା ଗୁଡିକର ଛୋଟ ଡାଇଲଗ ଓ କମେଡି ସିନ ଗୁଡିକ ଲୋକଙ୍କ ମନ ଜିତିବାରେ ଲାଗିଛି ।ତେବେ ନିକଟରେ ଯାତ୍ରାର କିଛି ଆଙ୍କରିଂ ସିନ ଓ ଡାଇଲଗ ଗୁଡିକ ଖୁବ ପୁପୁଲର ହେବାରେ ଲାଗିଛି ।ଆଉ ଏହି ଆଙ୍କରିଂ ରେ ଦୁଇ ଜଣ ଆଙ୍କର ଆଜିର ଝିଅ ଓ ପୁଅ ଙ୍କୁ ନେଇ ଏମିତି ଆଙ୍କରିଂ କରୁଛନ୍ତି କି ଯାହା ଶୁଣିଲେ ହସି ହସି ଗଡ଼ିଯିବେ ।

ଆପଣ ମାନେ ଦେଖିଥିବେ ଯାତ୍ରା ହେଉ କି କୌଣସି ଷ୍ଟେଜ ସୋ ସବୁଥିରେ ଜଣେ ଆଙ୍କର ରହିଥାନ୍ତି ଯିଏ ପ୍ରତିଯୋଗି ମାନଙ୍କୁ ଷ୍ଟେଜ ଡାକିଥାନ୍ତି ଆଉ ମଝିରେ ମଝିରେ ନିଜର କଥା ମାଧ୍ୟମରେ ଲୋକଙ୍କୁ ଏଣ୍ଟଟେନ କରିଥାନ୍ତି ।ତେବେ ବର୍ତ୍ତମାନ ରୋଜି ଓ କୁରେଶ ଙ୍କ ଆଙ୍କରିଂ ଖୁବ ମାହଲ ଜମେଇବାରେ ଲାଗିଛି ।ତାଙ୍କ ଆଙ୍କରିଂରେ ବର୍ତ୍ତମାନ ର ଝିଅ ପୁଅ ଙ୍କୁ ନେଇ ଏମିତି ଢଗ ଗୁଡିକ କୁହାଯାଉଛି ଯେ ସେହି ଢଗ ଶୁଣି ଦର୍ଶକ ପୁରା ହଜି ଯାଉଛନ୍ତି ।ଉଭୟ ଆଙ୍କର ଭିତରୁ ଝିଅ ଆଙ୍କର ଝିଅ ସପକ୍ଷରେ କହୁଥିବା ବେଳେ ପୁଅ ଆଙ୍କର ପୁଅଙ୍କ ସପକ୍ଷରେ କହିବାକୁ ଲାଗିଛନ୍ତି ।

ତେବେ କୋଣାର୍କ ଯାତ୍ରା ଙ୍କ ଆଙ୍କର ରୋଜି ଓ କୁରେଶ ଙ୍କ ଆଙ୍କରିଂ ବର୍ତ୍ତମାନ ସମସ୍ତଙ୍କୁ ଖୁବ ପସନ୍ଦ ଆସୁଛି ।ଆଉ ନିକଟରେ ତାଙ୍କର କିଛି ଆଙ୍କରିଂର ଭିଡ଼ିଓ ଭାଇରଲ ହେବାରେ ଲାଗିଛି, ଯେଉଁଥିରେ ରୋଜି ଝିଅଙ୍କ ସପକ୍ଷରେ ଓ ପୁଅଙ୍କ ବିରୋଧରେ ଗୋଟିଏ ଢଗ କହୁଥିବା ବେଳେ କୁରେଶ ଝିଅଙ୍କ ବିରୋଧରେ ଓ ପୁଅଙ୍କ ସପକ୍ଷରେ ଢଗ କହିଛନ୍ତି ।ଯେମିତି କିଛି ଢଗ ଥିଲା କି,”ଆମ ଇଞ୍ଜିନ ଥରେ ଷ୍ଟାର୍ଟ ହେଲେ ହେଇଯିବ ତମେ ହାଲିଆ,ତୋମ ଦେହରୁ ଖାଲି ବୋହିବ ଝାଳ କରିଦେବୁ ଆମେ ହାଲିଆ” ।”ତମେ ଯଦି ଗାଈ ହେଲ ଆମେ ହେଲୁ ଷଣ୍ଢ,ବୁଲାଟିଆ ଷଣ୍ଢ ବୁଲୁଛନ୍ତି ଭାଇ ପରିଚୟ ନାହିଁ ତାହାର,ଆମ ରୋଜି ମାଡମ ଙ୍କର ବେଶଭୁସା ଦେଖି ଲୋକେ ପଚାରୁ ଛନ୍ତି ଏ ଗାଈ କାହାର” ।

ଏମିତି ବହୁତ କଥା ବର୍ତ୍ତମାନ ସମୟରେ ଝିଅ ପୁଅ ଓ ସ୍ୱାମୀ ସ୍ତ୍ରୀ ଭିତରେ ଯେଉଁ ଘଟଣା ଘଟୁଛି ତାହାକୁ ନେଇ ଉଭୟ ଆଙ୍କର ପ୍ରତ୍ୟକ୍ଷ ଭାବରେ ଲୋକଙ୍କ ଆଗରେ ରଖିବାକୁ ଚେଷ୍ଟା କରିଥିଲେ ।ଆଉ ଦର୍ଶକ କି ଏମିତି କମେଡି ଭରା ଆଙ୍କରିଂ ଖୁବ ମଜା ନେଉଥିଲେ ।ତେବେ ଆପଣ ଭି ଏହି ଭିଡ଼ିଓ ଦେଖିଲେ ବି ଏହି ଆଙ୍କରିଂ ର ମଜା ଉଠେଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment