କେବଳ ୩ ଦିନରେ ଅର୍ଶ (Piles) କୁ ମୂଳରୁ ଶେଷ କରନ୍ତୁ | Piles Treatment at Home

ବନ୍ଧୁମାନେ ଆମ ଶରୀର ରେ ଅନେକ ସମୟରେ ଭିନ୍ନ ଭିନ୍ନ ଶାରୀରିକ ସମସ୍ୟା ବା ରୋଗ ବ୍ୟାଧି ଦେଖିବାକୁ ମିଳିଥାଏ ।ଆଉ କିଛି ରୋଗ ରହିଛି ଯାହାକୁ ମୂଳରୁ ଭଲ କରିବା ବହୁତ କଷ୍ଟ, ଯେମିତି ଅର୍ଶ ।ତେବେ ଯେତେବେଳେ କେହି ବ୍ୟକ୍ତି ଙ୍କୁ ଅର୍ଶ ହେଇଥାଏ ସେତେବେଳେ ସେମାନେ ଯେତେ ଔଷଧ ବା ଉପଚାର କଲେ ବି ଏହା ମୂଳରୁ ଭଲ ହେଇ ନଥାଏ ।ଆଉ ଏଥିରେ ବହୁତ କଷ୍ଟ ସହିବାକୁ ପଡିଥାଏ, ତେବେ ଆପଣ ଏହି ଅର୍ଶ ସମସ୍ୟା ରୁ ସମ୍ପୂର୍ଣ୍ଣ ମୁକ୍ତି ପାଇ ପାରିବେ ମାତ୍ର ଦୁଇଟି ଉପାୟରେ ।ତେବେ ସେହି ଦୁଇଟି ଉପାୟ କଣ କଣ ତାହା ଆଜି ଆପଣଙ୍କୁ ଜାଣିବାକୁ ପଡିବ ।

ଯେତେବେଳେ କେହି ବ୍ୟକ୍ତିଙ୍କର ମଲକଣ୍ଟକ ସମସ୍ୟା ଥାଏ ଯେଉଁଥି ପାଇଁ ତାଙ୍କୁ ମଳତ୍ୟାଗ କରିବା ବେଳେ କଷ୍ଟ ହୁଏ।ଆଉ ଯେତେବେଳେ ଝାଡ଼ା ରେ ରକ୍ତ ପଡ଼ିବା ସହିତ ଭୀଷଣ ଯନ୍ତ୍ରଣା ହୁଏ ସେତେବେଳେ ଏହାକୁ ଅର୍ଶ ବୋଲି କୁହାଯାଏ ।ତେବେ ଏହି ଅର୍ଶକୁ ଭଲ କରିବା ବହୁତ କଷ୍ଟ କିନ୍ତୁ ଆଜି ଆମେ ଆପଣଂକୁ 2ଟି ଘରୋଇ ଉପାୟ ବିଷୟରେ କହିବୁ ।ଏହି ଉପାୟ ମାନିଲେ ଆପଣଙ୍କ ର ପୁରୁଣା ରୁ ପୁରୁଣା ଅର୍ଶ ମାତ୍ର ତିନି ଦିନରେ ଭଲ ହେଇଯିବ ।ତେବେ ଆସନ୍ତୁ ସେହି ଘରୋଇ ରିମେଡି ଦୁଇଟି କଣ ଜାଣିବା ।

ପ୍ରଥମ ରିମେଡି:-

ଆବଶ୍ୟକ ସାମଗ୍ରୀ:-କ୍ଷୀର, ଲେମ୍ବୁ

ରିମେଡି ର ପ୍ରସ୍ତୁତି ଓ ବ୍ୟବହାର:-

ବନ୍ଧୁମାନେ ଅର୍ଶ କୁ ଭଲ କରିବା ପାଇଁ କ୍ଷୀର ଓ ଲେମ୍ବୁ ଖୁବ ଉପକାରୀ, ତେବେ ଏହାକୁ ଆପଣ କେମିତି ବ୍ୟବହାର କରିବେ ଜାଣିରଖନ୍ତୁ ।ତେବେ ସାଧାରଣତଃ କ୍ଷୀର ରେ ଲେମ୍ବୁ ଚିପୁଡିଲେ କ୍ଷୀର ଛିଡ଼ି ଯାଏ ।ହେଲେ ଏହି ଉପାୟରେ ଆପଣଂକୁ ଗୋଟିଏ କପ ଉଷୁମ କ୍ଷୀର ନେବାକୁ ପଡିବ ।ତାପରେ ଗୋଟିଏ ଫାଳେ ଲେମ୍ବୁ ରସ କୁ ଗୋଟିଏ ପାତ୍ର ରେ ଚିପୁଡି ନେବେ ଆଉ ସଂଗେ ସଂଗେ ସେହି ପାତ୍ର ରେ କ୍ଷୀର କୁ ଢାଳି ପିଇ ନେବେ ।ଏମିତି କଲେ କ୍ଷୀର ଛିଡିବ ନାହିଁ ଆଉ ଏହା ଆପଣଙ୍କ ଅର୍ଶ ଭଲ କରିବା ପାଇଁ ବହୁତ ଉପକାରୀ ।ତେବେ ଏମିତି ଆପଣ 3 ଦିନ ଯାଏ କରନ୍ତୁ ଦେଖିବେ ଆପଣଙ୍କ ର ଅର୍ଶ ଭଲ ହେବାରେ ଲାଗିବ ।

ଦ୍ଵିତୀୟ ରିମେଡି:-

ଆବଶ୍ୟକ ସାମଗ୍ରୀ:-କଦଳୀ, କର୍ପୂର

ରିମେଡି ର ପ୍ରସ୍ତୁତି ଓ ବ୍ୟବହାର:-

ଏହି ରିମେଡି ଖୁବ ପୁରୁଣା ଅଟେ ଅର୍ଶ ଭଲ କରିବା ପାଇଁ, ଆଉ ଏଥିରେ ପୁରୁଣା ରୁ ପୁରୁଣା ଅର୍ଶ ଭଲ ହେଇଥାଏ ।ତେବେ ଏଥିରେ ଆପଣଂକୁ ଦୁଇଟି ଖାଇବା କର୍ପୂର ଓ ଗୋଟିଏ କଦଳୀ ନେବାକୁ ପଡ଼ିବ ।ପ୍ରଥମେ କଦଳୀ କୁ ଲମ୍ବା କରି ଅଳ୍ପ କାଟି ନେବେ ତାପରେ ଦୁଇଟି କର୍ପୂର କୁ ସେହି କଦଳୀ ମଝିରେ ପୁରେଇ ଦେବେ ।ସକାଳୁ ନିଜ ନିତ୍ୟକର୍ମ ସାରି ଏମିତି କଦଳୀ କୁ ଗୋଟା ଗିଳି ଦେବେ, ଆଉ ଏମିତି 3 ଦିନ କଲେ ଅର୍ଶ ଭଲ ହେବାରେ ଲାଗିବ । ଯେଉଁ ମାନଙ୍କ ର ଅର୍ଶ ପୁରୁଣା ହେଇଥିବ ସେମାନେ 7 ଦିନ ଏହି ଉପାୟ କୁ କରିବା ଉଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment