ହଁ ଦର୍ଶକ ବନ୍ଧୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ମଣିଷ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖିବାକୁ ମିଳିଥାଏ ସବୁବେଳେ ଆଉ ସେହି ସବୁ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ ଆପଣାଇ ଥାଉ |ତେବେ ବେଳେ ବେଳେ କୁହାଯାଇଥାଏ କି କୌଣସି ରୋଗ ପାଇଁ ଅଧିକ ପରିମାଣରେ ସବୁବେଳେ ଯଦି ଆମେ ମେଡିସିନ ର ସେବନ କରିବା ତାହେଲେ ଏହା ଆମର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ | ତେବେ ଆସନ୍ତୁ ଆଜି ଆମେ ଘରୋଇ ଉପଚାର ବିଷୟରେ ଜାଣିବା ଯାହା ଆମକୁ କଫ, କାଶ ସହିତ ଫୁସଫୁସ ଓ ଗଳା ଭଳି କୌଣସି ସମସ୍ୟା ରୁ ମୁକ୍ତି କରି ଦେବ |
ଆବଶ୍ୟକୀୟ ଉପକରଣ :-
ତେଜ ପତ୍ର, ଅଦା, ଡାଲଚିନି, ଲବଙ୍ଗ, ଲେମ୍ବୁ, ମହୁ, ସନ୍ଧ୍ୟବ ଲୁଣ
ପ୍ରସ୍ତୁତି ପ୍ରଣାଳୀ :-
ଏହି ଘରୋଇ ଉପଚାର ଟିକୁ ପ୍ରସ୍ତୁତି କରିବା ପାଇଁ ହେଲେ ଆପଣ ଙ୍କୁ ପ୍ରଥମେ ଆବଶ୍ୟକ ପଡିବ ଆଉ ତାହା ହେଉଛି ତେଜ ପତ୍ର | ତେବେ ତେଜ ପତ୍ର ଆପଣ ମାନେ 6-7 ଟି ନେବେ ଆଉ ତାହାକୁ ବେଶ ଭଲ ଭାବରେ ଧୋଇ ଦେବେ | ତାହା ପରେ ତେଜ ପତ୍ର କୁ ଛୋଟ ଛୋଟ କରି ଛିଣ୍ଡାଇ ଦେବେ ଆଉ ତାହା ପରେ ଆପଣ ଙ୍କୁ ଆବଶ୍ୟକ ପଡିବ ତାହା ହେଉଛି 4 ଇଞ୍ଚ ର ଅଦା |
ଅଦା କୁ ଆପଣ ମାନେ ନେଇକି ଚୋପା କୁ ଛଡାଇ ଦେବେ ଆଉ ତାହା କୁ ଛୋଟ ଛୋଟ କରିକି କାଟିନେବେ |ଏବେ ଆପଣ ମାନେ କଢେଇରେ ଗୋଟିଏ ଗ୍ଲାସ ପାଣି ଦେବେ ଆଉ ସେଥିରେ ପ୍ରଥମେ ତେଜ ପତ୍ର ଆଉ ତାହା ପରେ ଅଦା ପକାଇବେ ଓ ତାହା କୁ ଫୁଟାଇବେ |ତାହା ପରେ ତୃତୀୟ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି ଡାଲଚିନି ଖଣ୍ଡ ଆଉ ତାହା ପରେ 3-4 ଟି ଲବଙ୍ଗ ମଧ୍ୟ ପକାଇବେ | ଆଉ ତାହାକୁ 15 ମିନିଟ ପର୍ଯ୍ୟନ୍ତ ଫୁଟାଇବେ ଯେମିତି ଗୋଟିଏ ଗ୍ଲାସ ପାଣି ଫୁଟିଯାଇ ଅଧା ହୋଇଯିବ | ଏବେ ଆପଣ ମାନେ ସେହି ପାଣି କୁ ଛାଣି ନେବେ |
ବ୍ୟବହାର :-
ପ୍ରସ୍ତୁତ କରିଥିବା ସେହି ପାଣି କୁ ଆପଣ ମମେ ଛାଣିବା ପରେ ସେଥିରେ ଲେମ୍ବୁ 5-6 ବୁନ୍ଦା ଓ ଥଣ୍ଡା ହେବା ପରେ ମହୁ ମଧ୍ୟ ମିଶାଇ ସେବନ କରି ପାରିବେ |ଆଉ ଡାଇବେଟିସ ଥିଲେ ଆପଣ ମାନେ ସନ୍ଧେବ୍ୟ ଲୁଣ ର ବ୍ୟବହାର ମଧ୍ୟ କରିପାରିବେ | ଯାହା କୁ ଆପଣ ମାନେ ସକାଳେ ଖାଲି ପେଟ ରେ 5 ଚାମଚ ବଡ଼ ଲୋକ ମାନେ ସେବନ କରିବେ |
ତେବେ ଏହା ଥିଲା କଫ, କାଶ ସହିତ ଫୁସଫୁସ ଓ ଗଳା ଭଳି ସମସ୍ତ ସମସ୍ୟା କୁ ଦୂର କରିବାର ଘରୋଇ ଉପଚାର |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।