ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ କିଛି ଏମିତି କଳାକାର ରହିଛନ୍ତି ଯେଉଁ ମାନଙ୍କର ଲୋକପ୍ରିୟତା କହିଲେ ନସରେ। ଯେଉଁମାନେ ଦର୍ଶକ ମାନଙ୍କ ନିକଟରେ ସେମାନଙ୍କ ଆକର୍ଷଣୀୟ ଅଭିନୟ ପାଇଁ ବେଶ ପରିଚିତ ହୋଇ ପାରିଛନ୍ତି। ଅନ୍ଯ ଫିଲ୍ମ୍ ଇଣ୍ଡଷ୍ଟ୍ରି ଭଳି ଓଡ଼ିଶାର ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି। ସେମାନେ ତାଙ୍କର ନିଜସ୍ଵ ପ୍ରତିଭାର ଯାଦୁ ଦେଖାଇ ଲୋକପ୍ରିୟତାର ଶୀର୍ଷରେ ରହି ପାରିଛନ୍ତି। ସେମାନଂକ ଭିତରୁ ଜଣେ ସେହିପରି ପ୍ରିୟର ଅଭିନେତା ଥିଲେ ରାଇମୋହନ ପରିଡା। ଯିଏକି ଏବେ ଆଉ ଆମ ଗହଣରେ ନାହାଁନ୍ତି।
ଏହି ବର୍ଷୀୟାନ ଲୋକପ୍ରିୟ ଅଭିନେତା ଜଣଙ୍କର ନିକଟରେ ମୃତ୍ୟୁ ଘଟିଛି। ଯାହାଙ୍କ ମୃତ୍ୟୁ ରେ ଭାଙ୍ଗି ପଡିଛନ୍ତି ସବୁ ସିନେ ପ୍ରେମୀ।ସେ ଆରପାରିକୁ ଚାଲି ଯାଇଛନ୍ତି ଶୁଣି ସମସ୍ତେ ମର୍ମାହତ ହୋଇ ପଡିଛନ୍ତି।ଓଲିଉଡ ଅଭିନେତା ରାଇମୋହନ ଙ୍କ ଅକାଳ ବିୟୋଗ ରେ ସମ୍ପୂର୍ଣ୍ଣ ଭାବରେ ଦୋହଲି ଯାଇଛି ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି। ଯେଉଁଥିରେ ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ମାନେ ଭାଙ୍ଗି ପଡ଼ିଛନ୍ତି। ସତେ ଯେମିତି ଏକ ଶୋକର ଛାୟା ଖେଳି ଯାଇଛି ତାଙ୍କ ମୃତ୍ୟୁ ଖବର ଶୁଣି।ଆପଣ ମାନେ ଜାଣିଛନ୍ତି ଜଣେ ଜଣାଶୁଣା ଆଗ ଧାଡ଼ିର ଲୋକପ୍ରିୟ ଅଭିନେତା ଭାବରେ ରାଇମୋହନ ପରିଡା ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।
ଯିଏକି ନିଜର ଅଭିନୟର ପାରଦର୍ଶିତା ରେ ଦର୍ଶକଙ୍କୁ ଏକ ଭିନ୍ନ ଅନ୍ଦାଜ ର ମନୋରଂଜନ ର ସୁରାକ ଯୋଗାଇଥାନ୍ତି। ଭାରି ନିଆରା ଏବଂ ଜୀବନ୍ତ ଅଭିନୟ ତାଙ୍କ ନିକଟରେ ଦେଖିବାକୁ ମିଳେ।ଖଳନାୟକ ଚରିତ୍ରରେ ବେଶ୍ ନିଖୁଣ ଅଭିନୟ କରିବାରେ ପାରଙ୍ଗମ ଥିଲେ ରାଇମୋହନ। ତାଙ୍କର ଓଡ଼ିଆ ସିନେ ଜଗତ ପ୍ରତି ରହିଥିଲା ଅନେକ ଅବଦାନ। ତାଙ୍କର ନିଖୁଣ ଏଵଂ ଜୀବନ୍ତ ଅଭିନୟ ତାଙ୍କୁ ସ୍ଵତନ୍ତ୍ର ପରିଚିତି ଦେଇଥିଲା। ତାଙ୍କୁ କିଏ ବା ଭୁଲି ପାରିବ। ସବୁଦିନ ତାଙ୍କର ସ୍ମୃତି ଅମର ହୋଇ ରହିବ। ଏବ ତାଙ୍କର ସିରିଏଲ ରେ ଅଭିନୟର ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ବି କାନ୍ଦି ପକାଇବେ।
ଏହି ଭିଡିଓ ଟି ହେଉଛି ରାଇମୋହନ ଅଭିନୟ କରୁଥିବା ମଞ୍ଜରୀ ଟିଭିର ଏକ ଧାରାବାହିକ, ସିଂହଦ୍ଵାର ର ଏକ ଇମୋଶନାଲ୍ ସିନ ର ଦୃଶ୍ୟ। ଯେଉଁଠି ସେ ଅଭିନୟ କ୍ଷେତ୍ରରେ ପାଇଥିବା ତାଙ୍କର ରାଜ୍ଯ ସ୍ତରୀୟ ଶ୍ରେଷ୍ଠ କଳାକାର ର ସ୍ଵର୍ଣ୍ଣ ପଦକ ପୁରସ୍କାର କୁ ଖୋଜି ଦେବାକୁ ତାଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରୁଥିବା ସରସ୍ଵତୀ ଙ୍କୁ କହୁଛନ୍ତି ଏବଂ ଏହାକୁ ବିକିବା କଥା କହୁଛନ୍ତି। ତାପରେ ତାଙ୍କ ସ୍ତ୍ରୀ ମନା କରିବାରୁ ସେଠାରେ ଏକ ଭାବ ବିହ୍ୱଳ ସ୍ଥିତି ସୃଷ୍ଟି ହୋଇଛି ଏବଂ ଉଭୟ କାନ୍ଦିବାକୁ ଲାଗୁଛନ୍ତି।ତେବେ ଏହି ସୁନ୍ଦର୍ ମୁହୂର୍ତ୍ତର ଭିଡିଓ ଦେଖିଲେ ଆପଣବି ନିଶ୍ଚିତ ଖୁସି ହେବା ସହ ଭାବ ବିହ୍ୱଳ ହୋଇ ପଡିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।