Swastik Tv News Odisha

Exclusive : ମୋ ଝିଅ ପୁରୀ ଯାଉଛି ତାକୁ ମାସ୍କ, ସାନିଟାଇଜର ଦିଅ : କାନ୍ଦି କାନ୍ଦି ପାଗେଳୀ ରାଜେଶ୍ୱରୀଙ୍କ ଶାଶୁ…ଏହି ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ…

0

ଆପଣ ତ ଜାଣିଛନ୍ତି ବର୍ତ୍ତମାନ ସମୟରେ ଓଡ଼ିଆ ଧାରାବାହିକ ଜଗତ ରେ ଜଣେ ଲୋକ ପ୍ରିୟତା କଳାକାର ଙ୍କର ମୃତ୍ୟୁ ହୋଇ ଯାଇଛି ଯାହାକି ସୋସିଆଲ ମିଡ଼ିଆ ରେ ଖୁବ ମାତ୍ରା ରେ ଚହଳ ସୃଷ୍ଟି କରିଛି | କ୍ୟାନ୍ସର ରୋଗ ରେ ପୀଡିତ ଥିବାରୁ ତାଙ୍କୁ ମେଡିକାଲ ରେ ଚିକିତ୍ସା କରାଯାଉ ଥିଲା କିନ୍ତୁ ଶେଷ ରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇ ଥିଲେ | ଟେଲି ଧାରାବାହିକ ଖଳନାୟକ ଭୂମିକା ରେ ସେ ଅଭିନୟ କରି ସେ ଘରେ ଘରେ ପରିଚିତ ଥିଲେ | ଏକାଧିକ ଓଡ଼ିଆ ଧାରାବାହିକ ରେ ସେ ଅଭିନୟ କରି ପ୍ରସିଦ୍ଧ ସାଉଁଟି ଥିଲେ, ଧାରାବାହିକ ଉଆଁସୀ କନ୍ୟା ରେ ସେ ଅଳକା ଚରିତ୍ର ରେ ରାଜେଶ୍ୱରୀ ଅଭିନୟ କରି ଥିଲେ |

ତେବେ ଏକ ଭିଡ଼ିଓ ମାଧ୍ୟମ ରେ ଦେଖିବାକୁ ମିଳିଛି କି ଯେତେ ବେଳେ ରାଜେଶ୍ୱରୀ ଙ୍କର ମୃତ ଶରୀର ଶେଷକୃତ୍ୟ ହେବା ପାଇଁ ଯାଉ ଥିଲା ସେତେବେଳେ ରାଜେଶ୍ୱରୀ ଙ୍କ ଶାଶୁ ଙ୍କର ଛାତି ଫଟାଇ କାନ୍ଦ କାନ୍ଦୁ ଥିବାର ଦେଖିବାକୁ ମିଳି ଥିଲା | ରାଜେଶ୍ୱରୀ ଙ୍କର ଶାଶୁ ମା ତାଙ୍କ ବୋହୂ ଙ୍କୁ ଖୁବ ଭଲ ପାଉ ଥିଲେ ଏବଂ ତାଙ୍କୁ ବୋହୂ ରୂପ ରେ ନୁହେଁ ବରଂ ନିଜ ଝିଅ ରୂପ ରେ ଦେଖୁ ଥିଲେ ଆଉ ସେତିକି ଭଲ ପାଇବା ମଧ୍ୟ ଦେଉ ଥିଲେ | ଏକଥା ଆମେ କହୁନୁ ବରଂ ଗୋଟେ ମା ର କୋହ ଭରା କାନ୍ଦ କହୁଛି | ରାଜେଶ୍ୱରୀ ଙ୍କର ଶାଶୁ ମା ତାଙ୍କ ଦେହାନ୍ତ ରେ ଏତେ ମ୍ରିୟମାଣ ହୋଇ ପଡିଛନ୍ତି ଯେ ସେ ନିଜକୁ ସମ୍ଭାଳି ମଧ୍ୟ ପାରୁ ନାହାଁନ୍ତି, ଏମିତି କି କାନ୍ଦି କାନ୍ଦି ବେହୋସ ମଧ୍ୟ ହୋଇ ପଡ଼ୁଛନ୍ତି |

କାନ୍ଦି କାନ୍ଦି କହୁଛନ୍ତି କି ମୋ ଝିଅ ପୁରୀ ଯାଉଛି ତାକୁ ମାସ୍କ ପିନ୍ଧାଇ ଦିଅ ସାନିଟାଇଜର ଦିଅ ମୋ ଝିଅ ଲୋ ଏଭଳି କିଛି କହି ଶାଶୁ ମା ରଡି ଛାଡ଼ି କାନ୍ଦୁଛନ୍ତି | ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସି ଯିବ କାରଣ ଏମିତି ବହୁତ କମ ଶାଶୁ ଅଛନ୍ତି ଯେଉଁ ମାନଙ୍କୁ ଏଭଳି ଏକ ବୋହୂ ମିଳିବ | ରାଜେଶ୍ୱରୀ ନିଜ ବ୍ୟକ୍ତିଗତ ଜୀବନରେ ଏକ ବହୁତ ଭଲ ମଣିଷ ଟିଏ ଥିଲେ ଏବଂ ନିଜର ସବୁ କର୍ତ୍ତବ୍ୟ କୁ ସେ ଠିକ ଭାବରେ ପାଳନ କରୁ ଥିଲେ |

ନିଜ ସ୍ୱାମୀ ଙ୍କୁ ସେ ପାଗଳ ପରି ଭଲ ପାଉ ଥିଲେ ଏବଂ ନିଜ ଶାଶୁ ଘର ଲୋକ ଙ୍କୁ ବି ଖୁବ ଆଦର ଦେଉ ଥିଲେ | ଆଜି ତାଙ୍କର ବିୟୋଗ ରେ ପୁରା ଓଲିଓଡ଼ ଇଣ୍ଡଷ୍ଟ୍ରି ଏବଂ ସାରା ଓଡ଼ିଶା ଆଜି ଦୁଃଖ ରେ ଭାଙ୍ଗି ପଡିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.