ଓଲିଉଡ ଫିଲ୍ମ୍ ଜଗତର ଜଣେ ଆଗଧାଡିର ଲୋକପ୍ରିୟ କଳାକାର ଅଭିନେତା ରାଇମୋହନ ପରିଡା ଙ୍କ ମୃତ୍ୟୁ ଘଟିଛି। ଯିଏକି ଓଡ଼ିଶାର ଘରେ ଘରେ ତାଙ୍କର ଅଭିନୟ ପାଇଁ ପରିଚିତ ଥିଲେ ଏବଂ ସମସ୍ତଂକର ଜଣେ ପ୍ରିୟର କଳାକାର ଥିଲେ। କେବଳ ଫିଲ୍ମ୍ ଜଗତରେ ନୁହଁ ବରଂ ଯାତ୍ରା ଜଗତରେ ମଧ୍ୟ ସେ ତାଙ୍କର ଆକର୍ଷଣୟ ଅଭିନୟ ପାଇଁ ହାସଲ କରିଥିଲେ ଅନେକ ଲୋକପ୍ରିୟତା ଏବଂ ସାଉଁଟି ଥିଲେ ବହୁତ୍ ସାରା ଭଲପାଇବା। ତେବେ କହିବାକୁ ଗଲେ ଓଲିଉଡ୍ ଓ ଯଲିଉଡ୍ରେ ଜଣେ ଚର୍ଚ୍ଚିତ ଚେହେରା ଥିଲେ ଅଭିନେତା ରାଇମୋହନ ପରିଡ଼ା। ତାଙ୍କ ନାଁରେ ଚାଲୁଥିଲା ଫିଲ୍ମ ଓ ଯାତ୍ରା ଇଣ୍ଡଷ୍ଟ୍ରି।
ତାଙ୍କ ମୁହଁରୁ ଗୋଟିଏ ଡାଇଲଗ ଶୁଣିବା ପାଇଁ ଉତ୍ସାହର ସହ ଚାହିଁ ରହୁଥିଲେ ଦର୍ଶକ। ସବୁବେଳେ କଳାପ୍ରେମୀ ଚାହିଁ ଥାଆନ୍ତି କେତେବେଳେ ତାଙ୍କ ମୁହଁରୁ ଡାଏଲଗ୍ ଶୁଣିବା ପାଇଁ ମିଳିବ। ଆଉ ଏହାକୁ ଶୁଣି ସେମାନେ ବହୁତ୍ ଖୁସି ବି ହେଉ ଥିଲେ।ହେଲେ ଆଜିଠାରୁ ଆଉ ସେ ସୁଯୋଗ ମିଳିବ ନାହିଁ। କାରଣ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ଏହି ବର୍ଷୀୟାନ ଅଭିନେତା ରାଇମୋହନ ପରିଡା। ଓଲିଉଡର ଏହି ବରିଷ୍ଠ ଅଭିନେତାଙ୍କ ଝୁଲନ୍ତା ମୃତଦେହ ତାଙ୍କ ଭୁବନେଶ୍ୱର ରେ ମଞ୍ଚେଶ୍ୱରସ୍ଥିତ ପ୍ରାଚୀ ବିହାର ଘରୁ ଆଜି ଉଦ୍ଧାର କରା ଯାଇଛି।ସେ ଆତ୍ମହତ୍ୟା କରିଥିବା ନେଇ କୁହା ଯାଉଥିବା ବେଳେ ସେ ଆତ୍ମହତ୍ୟା କଣ ପାଇଁ କଲେ ଏବଂ କାହିଁକି କଲେ ତାହା କିଛି ଜଣାପଡ଼ି ନାହିଁ।
ଏବେ ତାଙ୍କର ଅନେକ ଭିଡିଓ ଦେଖିବାକୁ ମିଳୁଛି ସୋସିଆଲ ମିଡିଆରେ। ଗଣମାଧ୍ୟମ ପ୍ରତିନିଧି ମାନେ ତାଙ୍କ ଘର ଆଗରେ ଘର ଭିତରେ ପଶି ସେଠାକାର ସ୍ଥିତି କିପରି ରହିଛି ଏବଂ ସେଠାରେ କିପରି ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ତାହା ଦେଖାଉ ଛନ୍ତି। ଆଉ ଏହାରି ଭିତରେ ରାଇମୋହନ ଙ୍କ ଏକ ଭିଡିଓ କୁ ୟୁ ଟ୍ୟୁବ୍ ରେ ଅପଲୋଡ଼ କରିଛନ୍ତି ରୂପା ଏବଂ ପିଣ୍ଟୁ। ସେମାନେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ ରେ ସେମାନଙ୍କ ସହ ରାଇମୋହନ ପରିଡା ଅଭିନୟ କରିଥିବା ଏକ ଭିଡିଓର ସୁଟିଂ ସମୟର ଦୃଶ୍ୟକୁ ଅପଲୋଡ଼ କରିଛନ୍ତି। ଯାହା ସେମାନଙ୍କ ପାଇଁ ଏକ ଅଭୁଲା ସ୍ମୃତି ଅଟେ।
ଏଠାରେ ରାଇମୋହନ ଙ୍କ ସୁଟିଂ ସମୟର ଅଭିନୟର ଦୃଶ୍ୟକୁ ଆପଣ ଦେଖି ପାରିବେ। କିଭଳି ଭାବରେ ସେ ସେଠାରେ କଳାକାର ମାନଙ୍କ ସହ ନମ୍ରତା ର ସହ ବ୍ୟବହାର କରୁଛନ୍ତି ଏବଂ କଥାବାର୍ତ୍ତା କରୁଛନ୍ତି ତାହା ଦେଖିଲେ ଆପଣ ବି ଖୁସି ହେବା ସହିତ ତାଙ୍କର ସ୍ମୃତିକୁ ମନେ ପକାଇ କାନ୍ଦି ପାକାଇବେ। ପିଣ୍ଟୁ ଏବଂ ରୂପା ଙ୍କ ସହିତ ବି ସେ ବହୁତ୍ ଖୁସିର ସହିତ କଥା ହେଉଛନ୍ତି। ସେମାନେ ରାଇମୋହନ ଙ୍କୁ ମୁଣ୍ଡିଆ ମାରିବା ସମୟରେ ରାଇମୋହନ ତାଙ୍କୁ ଆଶିର୍ବାଦ ମଧ୍ୟ ଦେଉଛନ୍ତି ଆଉ କହୁଛନ୍ତି ତୁମେମାନେ ଦିନେ ବହୁତ୍ ଆଗକୁ ଯିବ, ତୁମେମାନେ ହେଉଛ ଓଡ଼ିଆ ଇଣ୍ଡଷ୍ଟ୍ରିର ଆଗାମୀ ଭବିଷ୍ୟତ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।