Swastik Tv News Odisha

Femily Tips – ଏହି ବୟସରେ ମହିଳା ମା’ ହେଲେ ବୁଦ୍ଧିମାନ ହୋଇଥାଏ ଛୁଆ, ଜାଣନ୍ତୁ ବୟସ ଓ କାରଣ…ପ୍ରତ୍ୟେକ ମାଆ” ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ପ୍ରତ୍ୟେକ ନାରୀ ଜୀବନ ସାର୍ଥକ ହେଇଥାଏ ଯେତେବେଳେ ସେ ମାତୃତ୍ୟ ଲାଭ କରିଥାଏ |ଦୁନିଆରେ ମାଆ ଠୁ ବଡ କେହି ନାହିଁ, ସେଇଥି ପାଇଁ ତ କୁହାଯାଏ ଯେ “ଜନନୀ ଜନ୍ମଭୂମିଶ୍ଚ ସ୍ଵର୍ଗାଦପି ଗରୀୟସୀ “| ଝିଅ ମାନେ ବିବାହ ପରେ ମନରେ ପିଲା ପାଇଁ ଉତ୍କଣ୍ଠା ଜାଗ୍ରତ ହେଇଥାଏ |ଆମ ଦେଶର ଆଇନ ଅନୁଯାଇ ଝିଅ ମାନଙ୍କୁ 18 ବର୍ଷ ପରେ ବିବାହ ପାଇଁ ଉପଯୁକ୍ତ ବୋଲି ଆମେ ମାନି ଥାଉ ଏବଂ ବିବାହ ପରେ ସାଧାରଣତଃ 21-23 ବର୍ଷ ଭିତରେ ସେମାନେ ମାଆ ହେଇ ଥାନ୍ତି |

ପିଲାର ଜନ୍ମଗ୍ରହଣ ପରେ ମାଆ ମନରେ ଅନେକ କୌତୁହଳ ଜାତ ହେଇଥାଏ ତା ପିଲା ପାଇଁ ଯେପରିକି, ମୋ ପିଲା ଟି କେମିତି ଦେଖିବାକୁ ସୁନ୍ଦର ହେବ, ଶକ୍ତିଶାଳୀ ଓ ନିରୋଗ ହେବ | ଆମେ ଆଜି ଆପଣଙ୍କୁ ଜଣେଇବୁ କି କୋଉଁ ବୟସରେ ଏକ ମହିଳା ପିଲାକୁ ଜନ୍ମ ଦେଲେ ପିଲାଟି ସୁସ୍ଥ, ସବଳ ଓ ବୁଦ୍ଧିମାନ ହେବ |

ମାନସ୍ତତ୍ଵବିତ ମାନଙ୍କ ମତରେ ଏକ ମହିଳା ତାଙ୍କର ଯେତେବେଳେ ମାନସିକତାରେ ପରିପକ୍ଵତା ଆସିଲେ ପିଲାକୁ ଜନ୍ମ ଦେଲେ ପିଲା ମାନେ ବିଚକ୍ଷଣ ହୋଇଥାନ୍ତି |ତେଣୁ 30 ବର୍ଷ ବୟସରେ ପିଲା ଜନ୍ମଲାଭ କଲେ ସୁସ୍ଥ ଓ ସୁନ୍ଦର ହୋଇଥାନ୍ତି କାରଣ ସେତେବେଳେ ମହିଳା ମାନେ ମାନସିକ ଅବସ୍ଥା ରେ ପ୍ରସ୍ତୁତ ଥାନ୍ତି ଏକ ପିଲାକୁ ଜନ୍ମ ଦେବା ପାଇଁ | ତା ଦ୍ୱାରା ଗର୍ବସ୍ଥ ଶିଶୁ ଉପରେ ସୁପ୍ରଭାବ ପଡିଥାଏ ଏବଂ ଏକ ସୁସନ୍ତାନ ଜାତ ହେଇଥାଏ |

ଏବେ ଆମ ସମାଜରେ ଅଧିକାଂଶ ଦେଖା ଯାଉଛି ଯେ କୈଶାର ଅବସ୍ଥା ଅଥବା ଅଳ୍ପ ବୟସରେ ଝିଅ ମାନେ ବିବାହ କରୁଛନ୍ତି ଯାହା ଦ୍ୱାରା କି ସେମାନେ ଦୁର୍ବଳ ଓ ରୁଗଣ ସନ୍ତାନ ଜନ୍ମ ହେଉଛନ୍ତି | ଏହି ପିଲା ମାନଙ୍କ ଠାରେ ଭବିଷ୍ୟତରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଯାଇଥାଏ | ତେଣୁ ଯଦି ଆପଣ ମାନେ ଉତ୍ତମ ଓ ସୁସନ୍ତାନ ଚାହୁଁଛନ୍ତି ତେବେ 27 ବା ତା ଠୁ ଅଧିକ ବୟସରେ ବିବାହ କରନ୍ତୁ ଯାହା ଦ୍ୱାରା ଆପଣଙ୍କ ପିଲା ରୋଗମୁକ୍ତ ହୋଇ ଜନ୍ମ ହେବ | ଅଳ୍ପ ବୟସରୁ ବିବାହ କରି ନିଜର ଭବିଷ୍ୟତ ପିଢ଼ିକୁ ନଷ୍ଟ କରନ୍ତୁ ନାହିଁ | ନିଜେ ଏ ବିଷୟରେ ସଜାଗ ରୁହନ୍ତୁ ଓ ଆଖପାଖ ସମସ୍ତଙ୍କୁ ସଜାଗ ରଖନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.