ବନ୍ଧୁଗଣ ବର୍ତମାନ ଅଧିକାଂଶ ବ୍ୟକ୍ତିମାନଙ୍କ ପାଖରେ ସ୍କିନ ଜନିତ ସମସ୍ୟା ଅଧିକ ଦେଖା ଦେଉଛି |ବର୍ତମାନ ପ୍ରାୟ ଲୋକଙ୍କ ଠାରେ ଯାଦୁ, କାଛୁ ଓ କୁଣ୍ଡିଆ ଭଳି ସମସ୍ୟା ଦେଖା ଦେଉଛି |ଏହାକୁ ଫ୍ଲୋଙ୍ଗାଲ ଇନଫେକ୍ସନ ବୋଲି କୁହାଯାଏ, ଏହା ଶୀଘ୍ର ହୋଇଯାଏ ମାତ୍ର ଶୀଘ୍ର ଭଲ ହୁଏନାହିଁ |ଏହି ଫ୍ଲୋଙ୍ଗାଲ ଇନଫେକ୍ସନ ଆମ ଶରୀର ପ୍ରାଇଭେଟ ପାର୍ଟରେ ଅଧିକ ହୋଇଥାଏ |ଏହି ଫ୍ଲୋଙ୍ଗାଲ ଇନଫେକ୍ସନ ହେଲେ ଆମ ଶରୀର ଅଧିକ କୁଣ୍ଡେଇ ହୋଇ ଲାଲ ପଡ଼ି ରାସେସ ବାହାରି ଯାଏ |ଆପଣ ଏଥିରେ ବିଭିନ୍ନ ପ୍ରକାର କ୍ରିମ ବ୍ୟବହାର କଲେ ମଧ୍ୟ୍ୟ ତାହା କମିନାଥାଏ |ମୁଁ ଆଜି ଆପଣକୁ ଏହି ସମସ୍ୟାର ସମାଧାନ ପାଇଁ ଏକ ଘରୋଇ ଉପଚାର ବିଷୟରେ କହିବି ଯାହା ଆପଣଙ୍କ ଏହି ସ୍କିନ ଇନଫେକ୍ସନକୁ ମୂଳରୁ ଭଲ କରିଥାଏ |ଏହା ଘରୋଇ ଉପଚାର ଏକ ଚମତ୍କାରି ଘରୋଇ ଉପଚାର ଅଟେ |ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ |
ଆବଶ୍ୟକ ସାମଗ୍ରୀ :-
ନଡ଼ିଆ ତେଲ, ବରିକ ଏସିଡ ପାଉଡର ଓ ପୂଜା କର୍ପୁର |
ପ୍ରସ୍ତୁତି :-
ଆପଣ ଏହି ସ୍କିନ ଇନଫେକ୍ସନରେ ଡାଇରେକ୍ଟ ନଡ଼ିଆ ତେଲର ବ୍ୟବହାର କରିପାରିବେ |କିନ୍ତୁ ହୋମ ରିମିଡି ପ୍ରସ୍ତୁତି ପାଇଁ ଆପଣ ପ୍ରଥମେ ଏକ ପାତ୍ରରେ ଚାରି ଚାମୋଚ ନଡ଼ିଆ ତେଲ ନିଅନ୍ତୁ,ତାପରେ ଆପଣ ଅଧା ଚାମୋଚ ବରିକ ଏସିଡ ପାଉଡର ନିଅନ୍ତୁ |ଶେଷରେ ଆପଣ ଦୁଇଟି ପୂଜା କର୍ପୁର ଗୁଣ୍ଡ କରି ଏଥିରେ ମିଶାନ୍ତୁ, ବର୍ତମାନ ଆପଣ ଏହି ତିନୋଟି ସାମଗ୍ରୀକୁ ଭଲରେ ମିଶାନ୍ତୁ |ଏହି ସମସ୍ତ ସାମଗ୍ରୀକୁ ଆପଣ ଏପରି ଫେଣ୍ଟାନ୍ତୁ ଯେପରି ଏଥିରେ ଥିବା ସମସ୍ତ ଗୁଣ୍ଡ ଭଲରେ ମିଶି ଏକ ଲୋଶନ ପ୍ରସ୍ତୁତ ହୋଇଯିବ |
ବ୍ୟବହାର :-
ଆପଣଙ୍କ ଯଉଁ ଯାଗାରେ ଏହି ସ୍କିନ ଇନଫେକ୍ସନ ହୋଇଛି ସେହି ସ୍ଥାନରେ ଏହି ଲୋଶନ ଲଗାନ୍ତୁ |ଏହି ଲୋଶାନକୁ ଆପଣ ଭୁଲରେ ବି ହାତ ନେଇ ଲଗାନ୍ତୁ ନାହିଁ, ଏହାକୁ କିଛି ତୁଳନେଇ ତୁଳାକୁ ଏହି ଲୋଶନରେ ଭିଜାଇ ଇନଫେକ୍ସନ ହୋଇଥିବା ସ୍ଥାନରେ ଭଲ ଭାବରେ ଲଗାନ୍ତୁ |ରାତି ସାରା ଏହି ଲୋଶନକୁ ବଡ଼ିରେ ଲାଗି ରହିବା ପାଇଁ ଦିଅନ୍ତୁ ଏବଂ ସକାଳ ଏହାକୁ ନର୍ମାଲ ପାଣିରେ ଭଲରେ ଧୋଇ ଦିଅନ୍ତୁ |
ଯଦି ଆପଣଙ୍କର ଏହି ଇନଫେକ୍ସନ ଅଧିକ ହୋଇଥାଏ ତେବେ ଆପଣ ଏହି ଲୋଶନ ଦିନରେ ଦୁଇଥର ବ୍ୟବହାର କରନ୍ତୁ |ଏହାକୁ ଆପଣ କିଛି ଦିନ ବ୍ୟବହାର କଲେ ଏହାର ଉପକାରିତା ଜଣା ପଡ଼ିଯିବ |ଏହି ରିମିଡି ଆପଣ ଲଗାତାର ବ୍ୟବହାର କଲେ ଧୀରେ ଧୀରେ ଏହି ଫ୍ଲୋଙ୍ଗାଲ ଇନଫେକ୍ସନ ସମ୍ପୂର୍ଣ ଭଲ ହୋଇଯିବ |ଏହି ରିମିଡ଼ି ବହୁ ପୁରାତନ କାଳରୁ ବ୍ୟବହାର ହୋଇ ଆସୁଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।