ଆଜିକାଲି ମେଦବହୁଳତା ଏବଂ ମୋଟାପଣ ବହୁତ ମାତ୍ରାରେ ବଢିବାରେ ଲାଗିଛି , ଏଥିପାଇଁ ଅନେକ ବ୍ୟକ୍ତି ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ଖାଦ୍ୟପେୟ ରେ ଅନିୟମିତତା ଓ ଏକ୍ସାସାଇଜର ଅଭାବ । ଏମିତି 4 ଟି ୟୋଗା ରଗିଛି ଯାହାକୁ ଆପଣ ମାନେ ଘରେ ରହି କରିପାରିବେ , ଏବଂ ଆପଣଙ୍କ ପେଟର ଚର୍ବିକୁ କମାଇ ପାରିବେ । ତେବେ ଆସନ୍ତୁ ଜାଣିବା ସେହି ସେହି 4 ଟି ସୁୁପର ଏକ୍ସାସାଇଜ ବିଷୟରେ ।
1 . କ୍ରଞ୍ଚେସ୍ :-
ପ୍ରଥମେ ଆପଣ ମାନେ ଫ୍ଲାଟ ହୋଇ ଶୋଇ ପ଼ଡନ୍ତୁ , ପରେ ଧୀରେ ଧୀରେ ଗୋଡ ଦୁଇଟିକୁ ଭାଙ୍ଗି ନିଅନ୍ତୁ । ଏହାପରେ ହାତକୁ ପଛକୁ ଦେବା ତାପରେ ଫୁଲ ବଡି ଓ ହାତ ସହିତ ବଡିକୁ ଧୀରେ ଧୀରେ ଉଠାନ୍ତୁ । ଏହି ବ୍ୟାୟାମ କୁ 15 ରୁ 20 ଥର କରନ୍ତୁ ଏବଂ 30 ସେକେଣ୍ଡ ରେଷ୍ଟ ନେବା ଅତ୍ୟନ୍ତ ଜରୁରୀ ଅଟେ ।
2. ଲେଗ୍ ରାଇଜ :-
ପ୍ରଥମେ ଫ୍ଲାଟ ହେଇ ଶୋଇ ପ଼ଡନ୍ତୁ ଏବଂ ହାତଟିକୁ ଆମର ଦୁଇ ଜଙ୍ଘ ସାଇଡ ରେ ରଖନ୍ତୁ ଏବଂ ଗୋଡ ଦୁଇଟିକୁ ଧୀରେ ଧୀରେ ଉପରକୁ ଉଠାନ୍ତୁ । ଏହି ଏକ୍ସାସାଇଜ୍ କରିବା ସମୟରେ ପାଦ ତଳେ ଲଗାନ୍ତୁ ନାହିଁ । ଏହି ଏକ୍ସାସାଇଜ କୁ ମଧ୍ୟ 15 ରୁ 20 ଥର କରନ୍ତୁ ଏବଂ 3ଟି ସେଟ୍ ରେ କରନ୍ତୁ । ଗୋଟିଏ ସେଟ୍ ରେ 30 ସେକେଣ୍ଡର ରେଷ୍ଟ ନିଅନ୍ତୁ , ଏହାପରେ ପୁଣି ଆରମ୍ଭ କରନ୍ତୁ ।
3. ସାଇଡ୍ ଟଏ ଟଚ୍ :-
ପ୍ରଥମେ ଫ୍ଲାଟ ହୋଇ ଶୋଇପଡିବା , ତାପରେ ଗୋଡ ଦୁଇଟିକୁ ଧୀରେ ଧୀରେ ଭାଙ୍ଗିଦେବା । ଆମର ଦୁଇ ହାତ ସାହାର୍ଯ୍ୟରେ ପାଦକୁ ଛୁଇଁବା , ଏହିପରି ଭାବରେ 15 ରୁ 20 ଥର କରନ୍ତୁ ।
4. ପ୍ଲାଙ୍କ :-
ପ୍ରଥମେ ଆପଣ କୋଷ ପଜିସନରେ ଆସିଯାଆନ୍ତୁ , ଏହାପରେ ହାତ ଦୁଇଟିକୁ ଭାଙ୍ଗି ଦିଅନ୍ତୁ । ପାଦର ଆଙ୍ଗୁଳି କୁ ପଛରେ ଲଗେଇ ଏକ ମିନିଟ ପର୍ଯ୍ୟନ୍ତ ଫୁଲ ବଡିକୁ ଉଠେଇ ରଖିବା । ଏହି ଏକ୍ସାସାଇଜକୁ ମଧ୍ୟ ଆପଣ ମାନେ 3 ଟି ସେଟ୍ କରନ୍ତୁ । ଏକ ମିନିଟ କରି ସାରିବାପରେ 30 ସେକେଣ୍ଡ ରେଷ୍ଟ ନିଅନ୍ତୁ ।
ପ୍ରଥମ ଏକ୍ସାସାଇଜ ଟି କରିବା ଦ୍ୱାରା ଆମର ଅପର ବେଲି ଫ୍ୟାଟ କମିଥାଏ । ଦ୍ୱିତୀୟ ଏକ୍ସାସାଇଜ୍ ରେ ଆମର ଲୟାର ବେଲିଫେଟ୍ କମିଥାଏ , ତୃତୀୟ ଏକ୍ସାସାଇଜ୍ ରେ ଆମ ବଡିର ସାଇଡ୍ ର ମାଂଶପେଶୀ କମିଥାଏ । ଶେଷରେ କରାଯାଇଥିବା ପ୍ଲାଙ୍କ ଏକ୍ସାସାଇଜ କରିବା ଦ୍ୱାରା ଆମ ବଡିର ହୋଲ ବେଲି ଫ୍ୟାଟ କମିଥାଏ । ଏହି ଏକ୍ସାସାଇଜ ଗୁଡିକ ସପ୍ତାହରେ 3 ରୁ 4 ଦିନ ନିହାତି କରନ୍ତୁ , ଏହା ଆମର ବେଲି ଫ୍ୟାଟକୁ କମାଇବାରେ ସାହାର୍ଯ୍ୟ କରିଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।