ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଶୀତ ଦିନେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଯାଇଥାଏ | ଆଉ ଦେଖା ଯାଇଥାଏ କି ଗୋଡ ହାତ ଫାଟିବା ସହିତ ଗୋଇଠି ଫାଟିବା ଭଳି ସମସ୍ୟା ମାନ ସବୁବେଳେ ଦେଖା ଯାଇଥାଏ | ତେବେ ଏହି ଗୋଇଠି ଫୋଟା ଭଳି ସମସ୍ୟା ଛୋଟ ପିଲା ଙ୍କ ଠୁ ନେଇକି ବଡ଼ ପର୍ଯ୍ୟନ୍ତ ସମସ୍ତ ଙ୍କ ପାଖରେ ଦେଖା ଯାଇଥାଏ | ତେବେ ଏହି ଭଳି ଯଦି କିଛି ସମସ୍ୟା ଦେଖା ଯାଉଥିଲେ ଆପଣ ମାନେ ଜମା ରୁ ବି ବ୍ୟସ୍ତ ହୁଅନ୍ତୁ ନାହିଁ | ଏକ ସହଜ ଘରେଇ ଉପଚାର କୁ ବ୍ୟବହାର କରିକି ଗୋଇଠି ଫୋଟା ଭଳି ସମସ୍ୟା ରୁ ମୁକ୍ତି ପାଇଁ ପାରିବା | ତାହେଲେ ଆସନ୍ତୁ ଏକ ସହଜ ଘରେଇ ଉପଚାର କେମିତି ପ୍ରସ୍ତୁତ କରିବା ସେ ବିଷୟରେ ଜାଣିବା |
ଶୀତ ଦିନରେ ଆମେ ଜାଣିଥାଉ କି ଆମ ଦେହ ରେ ଜଳୀୟ ଅଂଶ କମିଯାଇଥାଏ ଯାହା ଫଳରେ ଦେହ ହାତ ଓ ଗୋଇଠି ଫାଟିବା ଭଳି ସମସ୍ୟା ଦେଖା ଯାଇଥାଏ | ଆଉ ଯାହା ଫଳରେ ଆମେ ଅନେକ ପ୍ରକାରର କଷ୍ଟ ମଧ୍ୟ ପାଉଥାଉ ଚାଲିବା ରେ | ତାହେଲେ ଆସନ୍ତୁ କଣ ସେ ଘରେଇ ଉପଚାର ରହିଛି ଗୋଇଠି ଫୋଟା ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଥିବା ଉପଚାର ବିଷୟରେ |
ଆବଶ୍ୟକୀୟ ଉପକରଣ :-ପେଟ୍ରୋଲିୟମ ଜେଲି, କର୍ପୁର, ନଡ଼ିଆ ତେଲ, ସୋରିଷ ତେଲ
ପ୍ରସ୍ତୁତି ପ୍ରଣାଳୀ :-ଶୀତ ଦିନେ ଫୋଟ ଗୋଇଠି ଭଳି ସମସ୍ୟା ରୁ ଆପଣ ମାନେ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେଵେ ଏହି ଘରେଇ ଉପଚାର କୁ ବନେଇବା ପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକ ପଡିବ ତାହା ହେଉଛି କିଛି ପେଟ୍ରୋଲିୟମ ଜେଲି ତେବେ ଆପଣ ଯେକୌଣସି କମ୍ପାନୀ ର ପେଟ୍ରୋଲିୟମ ଜେଲି ନେଇ ପାରିବା ତାହା ପରେ ସେଥିରେ ଆମେ କିଛି କର୍ପୁର ପକାଇବା ଓ ତାହା ପରେ ଗୋଟିଏ ନଡ଼ିଆ ତେଲ ଓ ଗୋଟିଏ ଚାମଚ ସୋରିଷ ତେଲ ପକାଇବା | ଆଉ ତାହା ପରେ ସେ ସବୁ କୁ ଭଲ ଭାବରେ ମିକ୍ସ କରିନେବା ଆଉ ସବୁ କୁ ମିସେଇକି ଗୋଟିଏ ଭଲ କି ପେଷ୍ଟ ପ୍ରସ୍ତୁତ କରିବା |
ବ୍ୟବହାର :-ତେବେ ଆମେ ମାନେ ଏହି ପେଷ୍ଟ କୁ ବ୍ୟବହାର କରିବା ପାଇଁ ହେଲେ ଆପଣ ଙ୍କୁ ପ୍ରଥମେ ଆପଣଙ୍କର ଗୋଡକୁ ଭଲ ଭାବରେ ଧୋଇ ଦେବା କୁ ପଡିବ | ତେବେ ଆପଣ ମାନେ ଆହୁରି ଲାଭ ପାଇବା ପାଇଁ ହେଲେ ଗୋଡକୁ ଉଷୁମ ପାଣି ରେ କିଛି ସମୟ ଭିଜେଇକି ରଖିଦେବା ଆଉ ତାହା କୁ ଭଲ ଭାବରେ ଧୋଇକି ପୋଛି ଦେବା | ତାହା ପରେ ସେହି ଫୋଟା ସ୍ଥାନରେ ସେହି ପେଷ୍ଟ କୁ ଲଗେଇବା ଓ ତାହା କୁ ଭଲ ଭାବରେ ମାଲିସ କରିଦେବା |ଆଉ ରାତି ସାରା ରଖିବା ପରେ ଏହା ର ରେଜଲ୍ଟ ଆମେ ଜାଣି ପାରିବା ବୋଲି କୁହାଯାଇଛି |
ତେବେ ଏହା ଥିଲା ଫୋଟ ଗୋଇଠି ରୁ ମୁକ୍ତି ପାଇବା ର ସହଜ ଘରେଇ ଉପଚାର |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।