ବନ୍ଧୁମାନେ ଆମ ଜୀବନରେ ଅନେକ ନୀତି ନିୟମ ମାନି ଚଳିବାକୁ ପଡିଥାଏ ଆଉ ଏହି ନ୍ୟମ ଗୁଡିକ ପାଇଁ ଆମ ଜୀବନ ସୁଚାରୁ ରୂପରେ ପରିଚାଳିତ ହେଇଥାଏ ।ତେବେ ବହୁତ ସମୟରେ ଆମେ ଏମିତି କିଛି ଭୁଲ କାମ କରିଥାଉ ଆଉ ତାହାର ପରିଣାମ ବିଷୟରେ ଆମକୁ ଟିକିଏ ବି ଜଣା ନଥାଏ ।ହେଲେ ଆପଣଂକୁ ଏହି ନିୟମ ଗୁଡିକ ବିଷୟରେ ନିହାତି ଜାଣିବା ଦରକାର ନହେଲେ ଭବିଷ୍ୟତ ଜୀବନରେ ବହୁତ ଅସୁବିଧା ଆସିଥାଏ ।ତେବେ ଆସନ୍ତୁ ଆଜି ସେମିତି କିଛି ନିୟମ ବିଷୟରେ ଜାଣିବା ।
-ମନେ ରଖିବେ ଆପଣ ଯେତେବେଳେ ଶିବ ଙ୍କୁ ବେଳ ପତ୍ର ଅର୍ପଣ କରୁଛନ୍ତି ସେହି ବେଲପତ୍ର ଟି ତିନି ପତ୍ର ଯୁକ୍ତ ହେବା ଦରକାର ।
-ଦେବୀ ପୂଜା ବେଳେ ଆପଣ ନାଲି ମନ୍ଦାର ଅର୍ପଣ କରିବେ ହେଲେ ଶିବ ଲିଙ୍ଗ ଉପରେ ସବୁବେଳେ ଧଳା ଫୁଲ ଦେବେ ।
-ମନେ ରଖିବେ ଆପଣ ପ୍ରତି ଶନିବାର ଦିନ କାନରେ ଟିକିଏ ଶୋରିଷ ତେଲ ପକାଇବା ଉଛତ ,ଏମିତି କଲେ ଜୀବନରେ କେବେ କଁ ଖରାପ ହେବ ନାହିଁ ।
-ତେବେ ମନେ ରଖିବେ ଆପଣ ନିଜ ଘରେ ଠାକୁର ପୂଜା କରୁଥିବେ ତେବେ ଯେତେବେଳେ ବି ଠାକୁର ପୂଜା କରିବେ ସେତେବେଳେ ଠାକୁରଙ୍କ ମୁହଁ ପୂର୍ବ ଦିଗ କୁ ରହିବ ଆଉ ପୂଜା କରୁଥିବା ବ୍ୟକ୍ତିର ମୁହଁ ଯେମିତି ପଶ୍ଚିମ ଦିଗ କୁ ରହିବ ।
-ବନ୍ଧୁମାନେ ମନେ ରଖିବେ ଯଦି କେବେ ଆପଣଙ୍କ ଘର ଉପରେ ଧଳା ପେଚା ଦିଶେ ତାହେଲେ ତାହା ଶୁଭ ଆଉ ଘରେ ଧଳା ପେଚା ରହିଲେ ତାହେଲେ ଧନ ଲାଭ ହେଇଥାଏ ।
-ପ୍ରତ୍ୟେକ ବ୍ୟକ୍ତି ମନେ ରଖିବେ ଆପଣ ସକାଳୁ ଉଠିଲେ ପ୍ରଥମେ ମୁହଁ ଧୋଇବେ ତାପରେ ଯାଇ ଆଇନା ଦେଖିବେ ।ମୁହଁ ନଧୋଇ ଆଇନା ଦେଖିଲେ ବହୁତ ଖରାପ ହେଇଥାଏ ।
-ଯଦି ଘରେ କାହାର ଶରୀର ଭୀଷଣ ଅସୁସ୍ଥ ଥାଏ ତେବେ ଅଟାରେ କଳା ଖୋଷା ଓ ଗୁଡ଼ ମିଶାଇ ରୁଟି କରି ସେହି ବ୍ୟକ୍ତି ର ଚାରିପଟେ ବୁଲେଇ ମହିଷକୁ ଖାଇବାକୁ ଦିଅନ୍ତୁ ।
-ରାତିରେ କେବେ ଭାତ, ଦହୀ ଓ ଛତୁଆ ଖାଇବା ଉଚିତ ନୁହେଁ ଏହା କଲେ ଘରେ ଧନର ଅଭାବ ଦେଖାଯାଏ ।
-ଯେଉଁ ଘରେ ଶଙ୍ଖ ନୀତିଦିନ ବାଜୁଥାଏ ତେବେ ସେହି ଘରକୁ ଅଗ୍ନି ଭୟ,ଵଜର ଭୟ ଆଦି ନଥାଏ ।
-ରବିବାର ଦିନ କେବେ ଦୁବ ତୋଳିବେ ନାହିଁ ଆଉ ରବିବାର ଓ ବୁଧବାର ଦିନ ବର ଗଛ ମୂଳରେ ପାଣି ଢ଼ାଳିବେ ନାହିଁ ।
-ମନେ ରଖିବେ ପ୍ରତ୍ୟେକ ଦିନ ଆପଣ 8 ଗ୍ଲାସ ପାଣି ପିଅନ୍ତୁ ଆଉ ପାଣି ସବୁବେଳେ ବଶିକି ପିଇବେ ।ଗାଧେଇବା ସମୟରେ ବା ପାଣିରେ କୌଣସି ପ୍ରକାର ମଳ କି ମୂତ୍ର କରନ୍ତୁ ନାହିଁ ଏମିତି କଲେ ଆପଣଙ୍କ ର ଭଲ ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।