ଘରେ ଚପଲ ଓଲଟା ପଡିଲେ କେଉଁ ସଂକେତ ମିଳିଥାଏ ? ଜାଣନ୍ତୁ ଭୟଙ୍କର କଥା

ବନ୍ଧୁଗଣ ଆପଣ ପ୍ରତ୍ୟେକ ଦିନ ଅନେକ କାର୍ଯ୍ୟ କରୁଥିବେ ନିଶ୍ଚିତ, ହେଲେ ଆପଣ ଜାଣି ନାହାନ୍ତି ଯେ କେଉଁ କାର୍ଯ୍ୟ କରିବା ଦ୍ଵାରା ଆମକୁ ଶୁଭ ଫଳ ପ୍ରାପ୍ତ ହୋଇଥାଏ ଓ କଉଁ କାର୍ଯ୍ୟ ପାଇଁ ଆମକୁ ଅନେକ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିଥାଏ |ଏମିତି କିଛି ଆମ ସହିତ ପ୍ରତ୍ୟେକ ଦିନ ଘଟିଥାଏ ଯାହା ଆମକୁ ଅନେକ କଥା ଶିକ୍ଷା ଦେଇଥାଏ, ମୁଁ ଆଜି ଆପଣକୁ ଆପଣଙ୍କ ଦୈନନ୍ଦିନ ଜୀବନରେ କଉଁ ସଂକେତ ଆପଣଙ୍କ ପାଇଁ ଶୁଭ ଓ କଉଁ ସଂକେତ ଅଶୁଭ ସେ ବିଷୟରେ କହିବି |ତେବେ ଆସନ୍ତୁ ଜାଣିବା ଏହି ସଂକେତ ଗୁଡିକ ବିଷୟରେ ସମ୍ପୂର୍ଣ କଥା |

1-ଆପଣ ଠାକୁର ପୂଜା କରୁଥିବା ସମୟରେ ଆପଣଙ୍କ ଘରକୁ ଯଦି ଅତିଥି କିଛି ଦ୍ରବ୍ୟ ନେଇ ଆସନ୍ତି ତେବେ ଆପଣ ଠାକୁରଙ୍କ ଆଶୀର୍ବାଦ ପ୍ରାପ୍ତ କରିବେ ଏବଂ ଏହା ଘର ପାଇଁ ବହୁତ ଶୁଭ ହୋଇଥାଏ |

2-ଆପଣ ଠାକୁର ପୂଜା କରୁଥିବା ସମୟରେ ଯଦି ଗାଇ ଆସି ଆପଣଙ୍କ ଦୁଆର ସାମ୍ନାରେ ଛିଡା ହୋଇଥାଏ ତେବେ ଏହି ସଂକେତ ଘର ପାଇଁ ବହୁତ ମଙ୍ଗଳ ହୋଇଥାଏ |ଏହା ସହିତ ଆପଣ ଠାକୁରଙ୍କ ଅଶେଷ କୃପା ଲାଭ କରନ୍ତି |

3-ଠାକୁର ପୂଜା କରିବା ସମୟରେ ଘରକୁ ଯଦି କୌଣସି ବାବାଜୀ କିମ୍ବା ଭିକାରି ଆସନ୍ତି ତେବେ ଏହି ସମୟ ବହୁତ ଶୁଭ ସମୟ ହୋଇଥାଏ, ଆପଣ ଯଦି ଏହି ସମୟରେ କିଛି ଦାନ କରନ୍ତି ତେବେ ଆପଣଙ୍କ ମନସ୍କାମନା ପୂରଣ ହୋଇଥାଏ |

4-ପୂଜା ଘରେ ଆରତୀ ସମୟରେ ଯଦି ଦୀପର ସିଖା ଜୋର ଜଳି ଉଠେ ତେବେ ଏହି ସଂକେତ ବହୁତ ଶୁଭ ହେବା ସହିତ ଆପଣଙ୍କ ଦୁଃଖ ଦୂର ହେବାର ବହୁତ ସମ୍ଭାବନା ରହିଥାଏ |

5-ଯଦି ଠାକୁର ପୂଜା ପରେ ଅର୍ପଣ କରାଯାଇଥିବା ଫୁଲ ଠାକୁରଙ୍କ ମଥାରୁ ଆପଣଙ୍କ ଆଡକୁ ଖସିପଡ଼େ ତେବେ ତାହା ଶୁଭ ସଂକେତ ହେବା ସହିତ ଆପଣଙ୍କ ଦୁଃଖର ସମୟ ସରିଯିବାର ସମ୍ଭାବନା ରହିଥାଏ |ଏହା ସହିତ ଠାକୁରଙ୍କୁ ଅର୍ପଣ କରାଯାଇଥିବା ଧୂପର ଶିଖା ଯଦି ସ୍ୱସ୍ତିକ ଆକାର କିମ୍ବା ଓଁ ଆକାରରେ ହୋଇଥାଏ ତେବେ ଆପଣଙ୍କ ଦୁଃଖର ଦିନ ସରିଗଲା ବୋଲି ଆପଣ ବୁଝି ଯାଆନ୍ତୁ |

6-ଯଦି ଆପଣ ଅଚାନକ ଭାବରେ କିଛି ଧନ ପ୍ରାପ୍ତ କରନ୍ତି ତେବେ ଆପଣଙ୍କ ଉପରେ ମା ଲଷ୍ମୀଙ୍କ ଅପାର କୃପା ରହିଥାଏ ଏହା ସହିତ ସେହି ଦିନ ଠାରୁ ଆପଣଙ୍କ ଦୁଃଖର ସମୟ ସରିଗଲା ବୋଲି ଜାଣନ୍ତୁ |

7-ଆପଣଙ୍କ ଘର ଚାଳରେ ଯଦି ମାଙ୍କଡ଼ କିମ୍ବା ପକ୍ଷୀ କିଛି ଫଳ ଖାଇ ପକାନ୍ତି ତେବେ ଏହି ସଂକେତ ବହୁତ ଶୁଭ ହୋଇଥାଏ, ଏହା ଦ୍ଵାରା ଆପଣଙ୍କ ଘରର ସୁଖ ସମୃଦ୍ଧି ବୃଦ୍ଧି ହେବାର ମଧ୍ୟ ସମ୍ଭାବନା ରହିଥାଏ |

8-ଆପଣ କୌଣସି ଶୁଭ କାର୍ଯ୍ୟରେ ଘରୁ ବାହାରିବା ସମୟରେ ଗାଇ ପଖାରୁ ବାଛୁରୀ କ୍ଷୀର ପିଇବାର ଦେଖନ୍ତି ତେବେ ଏହି ସଂକେତ ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ, ଏହା ସହିତ ଆପଣଙ୍କ କାର୍ଯ୍ୟ ମଧ୍ୟ ବହୁତ ଭଲରେ ହୋଇଯାଏ |

9-ଯଦି ଘର ସାମ୍ନାରେ ଜୋତା କିମ୍ବା ଚପଲ ଉଲଟାଇ ପଡ଼ିବାର ଆପଣ ଦେଖନ୍ତି ତେବେ ସଙ୍ଗେ ସଙ୍ଗେ ଠିକ କରି ଦିଅନ୍ତୁ ଏହା ଅଶୁଭ ସଂକେତ ହୋଇଥାଏ | ଏପରି ଅନେକ ସମୟରେ ହେଉଥିଲେ ଘରେ ସର୍ବଦା ଅଶାନ୍ତି ଦେଖା ଯିବା ସହିତ କଳି ଝଗଡା ଲାଗି ରହିଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment