ଗ୍ୟାସ୍, ଏସ୍ଡ଼ିଟି, ବାରମ୍ବାର ପାଡିବା, ପେଟ ଫୁଲିବା ଏବଂ କୋଷ୍ଠକାଠିନ୍ୟ ୫ ମିନିଟରେ ଠିକ ହୋଇଯିବ [ Constipation ]

ତେବେ ବନ୍ଧୁଗଣ ଆମେ ଜାଣିଛୁ କି ଆମର ଶରୀରରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଗୁଡିକ ସବୁବେଳେ ଦେଖା ଯାଇଥାଏ | ତେବେ ଆମେ ଜାଣିଛୁ କି ଆମ ଶରୀରରେ ଯଦି କଷ୍ଟ ଅନୁଭବ ହୋଇଥାଏ ତାହେଲେ ଆମକୁ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖିବାକୁ ମିଳିଥାଏ |
ଗ୍ୟାସ, ଏସିଡିଟି, କଷ୍ଟ କଠିନ୍ୟ, ପେଟ ଫୁଲିବା ଭଳି ସମସ୍ୟା ଆଜି କାଲି ଲୋକଙ୍କ ପାଖରେ ବିଶେଷ ଭାବରେ ସବୁବେଳେ ଦେଖିବାକୁ ମିଳିଥାଏ | ତେବେ ସେହି ଭଳି ସମସ୍ୟା ରୁ ଆମେ ମାନେ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାରର ଉପାୟ ମାନ ମଧ୍ୟ ଆପଣାଇ ଥାଉ ଆଉ ଡାକ୍ତର ଙ୍କର ପରାମର୍ଶ ମଧ୍ୟ ଲୋଡ଼ିଥାଉ | ତାହେଲେ ଆଜି ମୁଁ ଆପଣ ମାନଙ୍କୁ କହିବାକୁ ଯାଉଛି ଏକ ସହଜ ଘରେଇ ଉପଚାର ବିଷୟରେ ଯାହାକୁ ଆମେ ଅତି ସହଜରେ ଘରେ ପ୍ରସ୍ତୁତ କରି ପାରିବା | ଆଉ ଯେଉଁ ଉପଚାର କୁ ଆମେ ମାନେ ବ୍ୟବହାର କରିକି ବିଭିନ୍ନ ପ୍ରକାରର ସମସ୍ୟା ରୁ ସମ୍ପୂର୍ଣ୍ଣ ଭାବରେ କମ ସମୟରେ ମୁକ୍ତି ପାଇପାରିବା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଘରେଇ ଉପଚାର ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-

ଜିରା, ଡାଲଚିନି, ଲେମ୍ବୁ, କଳା ଲୁଣ

ପ୍ରସ୍ତୁତି ପ୍ରଣାଳୀ :-

ତେବେ ଦର୍ଶକ ବନ୍ଧୁ ଏହି ଘରେଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ ଗୋଟିଏ କଢେଇରେ ଗୋଟିଏ ଗ୍ଲାସ ପାଣି ନେବା | ଆଉ ତାହା ପରେ ସେହି ପାଣି କୁ ଗରମ କରିବା | ତାହା ପରେ ଆମେ ଗୋଟିଏ ଚାମଚ ଜିରା ନେଇ ପକାଇବା ସେହି କଢେଇରେ ଆଉ ତାହା ପରେ ଗୋଟିଏ ଡାଲଚିନି ଖଣ୍ଡ କୁ ମଧ୍ୟ ପକାଇବା | ଆଉ ତାହାକୁ ଲୋ ଫ୍ରେମ ରେ 5 ମିନିଟ ପର୍ଯ୍ୟନ୍ତ ଫୁଟାଇବା | ଆଉ ତାହା ଭଲ ଭାବରେ ଫୁଟି ସାରିବା ପରେ ପ୍ରସ୍ତୁତ ହୋଇଥିବା ସେହି ପାଣି କୁ ଭଲ ଭାବରେ ଛାଣି ଦେବା |

ଆଉ ତାହା ପରେ ସେହି ପାଣି ରେ ଫାଳେ ଲେମ୍ବୁ ରସ ଦେବା | କାରଣ ଲେମ୍ବୁ ମଧ୍ୟ କିଛି ପରିମାଣରେ ଗ୍ୟାସ ସମସ୍ୟା କୁ ଦୂର କରିବାରେ ସାହାଯ୍ୟ କରିଥାଏ | ଆଉ ତାହା ପରେ ଗୋଟିଏ ଚାମଚ କଳା ଲୁଣ ମଧ୍ୟ ସେଥିରେ ମିକ୍ସ କରେଇବା |ଆଉ ତାହା କୁ ଆମେ ଭଲ ଭାବରେ ମିଶାଇ ଦେବା | ଏବେ ଆମ ଘରେଇ ଉପଚାର ଟି ପ୍ରସ୍ତୁତ ହୋଇଗଲା |

ବ୍ୟବହାର :-

ଏହି ଘରେଇ ଉପଚାର କୁ ଆମେ ମାନେ ସକାଳେ ଓ ସଂଧ୍ୟରେ ଦୁଇଥର ବ୍ୟବହାର କରି ପାରିବା ଓ ଏହିଭଳି ଗୋଟିଏ ମାସ ବ୍ୟବହାର କରିଲେ ତାହାର ଉପକାରିତା ଆପଣ ମାନେ ନିଜେ ଜାଣିପାରିବେ |

ତେବେ ଏହା ଥିଲା ସେହି ଘରେଇ ଉପଚାର ଯାହା କୁ ବ୍ୟବହାର କରିକି ଗ୍ୟାସ, ଏସିଡିଟି, କଷ୍ଟ କଠିନ୍ୟ, ପେଟ ଫୁଲିବା ଭଳି ସମସ୍ୟା ରୁ ମୁକ୍ତି ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment