Health Tips – ପେଟ ଗ୍ୟାସ ଓ ଏସିଡ଼ିଟି ( Gastric Acidity ) ସମସ୍ୟାର ଘରୋଇ ଉପଚାର

ଆମେ ମାନେ ଜାଣିଛି ଆଜି କାଲି ସମସ୍ତଙ୍କ ପାଖରେ ଏସିଡିଟି ଵା ଗ୍ୟାସ ଭଳି ସମସ୍ୟା ମାନ ଦେଖା ଯାଇଥାଏ | କୁହାଯାଏ କି ସ୍ୱାସ୍ଥ୍ୟ ହେଉଛି ଆମର ଅମୂଲ୍ୟ ସମ୍ପଦ | ତେଣୁ ଏହି ସ୍ୱାସ୍ଥ୍ୟ ର ଯତ୍ନ ନେବା ଆମର ଦାୟିତ୍ୱ ହୋଇଥାଏ, ଆଉ ଏହି ଭଳି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଭିତରେ ଆଜିକାଲି ଅଧିକାଂଶ ଲୋକ ଙ୍କ ପାଖରେ ଦେଖା ଯାଉଛି ଏସିଡିଟି ଭଳି ସମସ୍ୟା ଯାହା ଫଳରେ ମୁଣ୍ଡ ବୁଲେଇବା, ବାନ୍ତି ଲାଗିଵା, ପେଟ ବଥା ହେବା, ଛାତି ଜଳାପୋଡ଼ା ହେବା ଭଳି କିଛି ଲକ୍ଷଣ ମାନ ଦେଖା ଯାଇଥାଏ | ଆଉ ଯେଉଁଥିପାଇଁ ଆମେ ମାନେ ବହୁତ କଷ୍ଟ ମଧ୍ୟ ପାଇଥାଉ | ତେବେ ଏହି ଭଳି ଗ୍ୟାସ ଵା ଏସିଡିଟି ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ କଣ ରହିଛି ଘରେଇ ଉପଚାର ଆସନ୍ତୁ ସେ ବିଷୟରେ ଜାଣିବା |

ଘରେଇ ଉପଚାର ର ପ୍ରସ୍ତୁତି ଓ ବ୍ୟବହାର :-

1- ତେବେ ଗ୍ୟାସ ଓ ଏସିଡିଟି ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ହେଲେ ଆମ ମାନଙ୍କୁ ପ୍ରଥମେ ଥଣ୍ଡା କ୍ଷୀର ର ସହିତ ଘିଅ କୁ ମିସାଇକି ପିଇବା ଦ୍ୱାରା ଏସିଡିଟି ଭଳି ସମସ୍ୟା ସବୁଦିନ ପାଇଁ ଦୂର ହୋଇ ଯାଇଥାଏ |

2-ଏହା ଛଡା ଏସିଡିଟି ରୁ ମୁକ୍ତି ପାଇବାର ଦ୍ଵିତୀୟ ଉପାୟ ଟି ହେଉଛି ଆମେ ମାନେ ଜିରା କୁ ଭାଜିକି ତାହାକୁ ଗୁଣ୍ଡ କରି ନେବା ଆଉ ତାହା ପରେ ସେହି ଜିରା ଗୁଣ୍ଡ ଗୋଟିଏ ଚାମଚ, ହଳଦୀ ଗୁଣ୍ଡ ହାଫ ଚାମଚ, ଅଳ୍ପ କଳା ଲୁଣ ଓ ତାହା ପରେ ସେଥିରେ ଆମେ ମାନେ ଲେମ୍ବୁ ର ରସ କୁ ବାହାର କରିକି ଫୁଟାଇ ଗରମ କରିକି ପକାଇବା ଓ ସେ ସବୁକୁ ମିସାଇକି ଏକ ପେଷ୍ଟ ପ୍ରସ୍ତୁତ କରିବା ଓ ସେବନ କରିବା | ଆଉ ଯାହା କୁ ଆମେ ଦିନରେ, ରାତିରେ ଏସିଡିଟି ହେଉଥିବା ଯେ କୌଣସି ସମୟରେ ବ୍ୟବହାର କରି ପାରିବା |

3-କୁହାଯାଉଛି କି ଘୋଳ ଦହି ମଧ୍ୟ ଆମର ଗ୍ୟାସ ଜନିତ ସମସ୍ୟା କୁ ଭଲ କରିବା ପାଇଁ ସାହାଯ୍ୟ କରିଥାଏ | ତାହା ସହିତ ଗୋଟିଏ ଗ୍ଲାସ କ୍ଷୀର ରେ ଆପଣ ମାନେ ଗୋଲ ମରିଚ ପାଉଡ଼ର, ଜିରା ପାଉଡର,କଳା ଲୁଣ ଆଉ ଗୁଡ଼ ମିସେଇକି ସେବନ କରନ୍ତୁ ଯାହା ଫଳରେ ଏସିଡିଟି ଵା ଗ୍ୟାସ ଭଳି ସମସ୍ୟା ହୋଇ ନ ଥାଏ |

4-ଚତୁର୍ଥ ଉପାୟ ପାଇଁକି ଆପଣ ପ୍ରଥମେ ତୁଳସୀ ପତ୍ର ନେଇକି ତାହାକୁ ପେଷ୍ଟ କରି ଦିଅନ୍ତୁ, ଆଉ ତାହା ପରେ ଚୋପା କୁ ନ ଛଡାଇ ସେହି କାକୁଡି କୁ ଗ୍ରାଇଣ୍ଡିଙ୍ଗ କରିକି ଜୁସ ବନେଇବେ |ଆଉ ତାହା ପରେ ସେହି କାକୁଡି ଜୁସ ରେ ତୁଳସୀ ପତ୍ର ର ପେଷ୍ଟ ଇ ଜୁଆଣି ର ଗୁଣ୍ଡ କୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରିକି ସେବନ କରିଲେ ଏଥିରୁ ମୁକ୍ତି ପାଇପାରିବା |

5-ଏହା ସହିତ ଖାଇବା ପରେ ଗୋଟିଏ ଲବଙ୍ଗ ଵା ଅଳେଇଚ, ଗୁଡ଼, ପାନ ମହୁରି ଵା ଜୁଆଣି ଓ ଅମ୍ଲା ର ସେବନ ଫଳରେ ଗ୍ୟାସ ଓ ଏସିଡିଟି ଭଳି ସମସ୍ୟା ରୁ ଆମେ ମାନେ ମୁକ୍ତି ପାଇପାରିବା |

ତେବେ ଏହା ଥିଲା ଏସିଡିଟି ଓ ଗ୍ୟାସ ରୁ ମୁକ୍ତି ପାଇବାର ସହଜ ଘରେଇ ଉପଚାର |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment