ବସ୍ତୁ ଅନୁସାରେ ଜାଣନ୍ତୁ ଆପଣଙ୍କ ଘରର କେଉଁ ଜାଗାରେ ଆଇନକୁ ଟାଙ୍ଗିବେ ଓ ଜାଣନ୍ତୁ ଏହାର ସଠିକ ନିୟମ-Vastu ଶାସ୍ତ୍ର

ବାସ୍ତୁ ଶାସ୍ତ୍ର ଅନୁସାରେ ଅନେକ ପ୍ରକାରର ନିୟମ ଆମ ଶାସ୍ତ୍ର ରେ ରହିଛି ଯାହାକୁ ଆମେ ମାନିକି ଚଳିଥାଉ | ଏହା ଛଡା ଏହି ନିୟମ ଗୁଡିକ ଆମର ଜୀବନରେ ଅନେକ ପ୍ରକାରର ପ୍ରଭାବ ପକାଇଥାଏ ବୋଲି ମଧ୍ୟ କୁହାଯାଇଥାଏ | ଆଉ ସେହି ବାସ୍ତୁ ଶାସ୍ତ୍ର ର ନିୟମ ଗୁଡିକୁ ଆମେ ମାନି ବିଭିନ୍ନ ପ୍ରକାରର କାର୍ଯ୍ୟ ମାନ କରିଥାଉ ଓ ସେହି ଅନୁସାରେ ଆମକୁ ବିଭିନ୍ନ ଶୁଭ ଆଉ ଅଶୁଭ ଫଳ ମଧ୍ୟ ମିଳିଥାଏ ବୋଲି କୁହାଯାଏ | ତେବେ ଆଜି ମୁଁ ଯାହା ବିଷୟରେ କହିବାକୁ ଯାଉଛି ତାହା ହେଉଛି ଆଇନା ବିଷୟରେ କିଛି କଥା | ତାହେଲେ ଆଇନା କୁ ଘରର କେଉଁ ଦିଗ ରେ ଲଗାଇବା ଯୋଗୁ ଆମର ମଙ୍ଗଳ ଆଉ ଉନ୍ନତି ହୋଇଥାଏ ଆଉ କେଉଁ ଦିଗରେ ଲଗାଇଲେ ତାହା ଆମର କ୍ଷତି କରିଥାଏ ଆସନ୍ତୁ ସେ ବିଷୟରେ ଜାଣିବା |

ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଯାହା କୁହାଯାଉଛି କି ଆଇନା କୁ ଉଚିତ ସ୍ଥାନରେ ଲଗାଇବା ର ଆବଶ୍ୟକତା ରହିଛି | ତାହା ନ ହେଲେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ଆମକୁ ବୋଲି କୁହାଯାଉଛି | ଆଇନା ପ୍ରତେକ ବକ ଘରେ ତୋ ନିଶ୍ଚୟ ଥିବ, ଆଉ ସେହି ଆଇନା କୁ ଆମେ ମାନେ ମୁହଁ ଦେଖିବା ସହିତ ବିଭିନ୍ନ ଦେବା ଦେଵୀ ଙ୍କ ପୂଜା ରେ ମଧ୍ୟ ବ୍ୟବହାର କରାଯାଇଥାଏ | ଆଇନା ପ୍ରତେକ ଙ୍କ ଘରେ ଥିଲେ ମଧ୍ୟ ଆଇନା ର ଉଚିତ ସ୍ଥାନ ରହିବା ନିହାତି ଆବଶ୍ୟକ ହୋଇଥାଏ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଆଇନା ବିଷୟରର ଅଧିକ କିଛି ଜାଣିବା କେଉଁଠି ଆଇନା କୁ ଲଗାଇଲେ ଘରେ ଶୁଭ ହୋଇଥାଏ ଆଉ କେଉଁଠି ଲଗାଇଲେ ଅଶୁଭ ହୋଇଥାଏ |

ଆଇନା କୁ କେଉଁଠି ରଖିବା ଉଚିତ ଆମ ଘରେ :-
ବିଶେଷ କରି ଘରେ ବ୍ୟବହାର କରୁଥିବା ଆଇନା କୁ ଆମେ ମାନେ ଉତ୍ତର ପୂର୍ଵ ଦିଗ | ତାହା ସହିତ ପୂର୍ବ ଦିଗ ନହେଲେ ଉତ୍ତର ଦିଗରେ ଲଗାଇବା ଉଚିତ ବୋଲି କୁହାଯାଇଥାଏ | କାରଣ ଉତ୍ତର ଆଉ ପୂର୍ବ ଦିଗ ରେ କୁବେର ବାସ କରିଥାନ୍ତି | ଆଉ ଯାହା ଆମ ପାଇଁ ଶୁଭ ହୋଇଥାଏ | ଧନ ସମ୍ପତ୍ତି ସହିତ ଐସର୍ଯ୍ୟ ମଧ୍ୟ ମିଳିଥାଏ ବୋଲି କୁହାଯାଉଛି |

ଆଇନା ଘରେ କେଉଁଠି ରଖିବା ଅଶୁଭ ହୋଇଥାଏ :-
ଆଇନା କୁ କେବେବି ଆପଣ ମାନେ ଦକ୍ଷିଣ ଆଉ ପଶ୍ଚିମ ଦିଗ ରେ ରଖିବା ଅନୁଚିତ ହୋଇଥାଏ | ଆଉ ଏଭଳି ଦିଗ ମାନଙ୍କରେ ରଖିଲେ ଆଇନା ଅଶୁଭ ହୋଇଥାଏ ବୋଲି କୁହାଯାଉଛି | ଆଉ ଯେଉଁଠି କୁହାଯାଉଛି କି ଦକ୍ଷିଣ ଆଉ ପଶ୍ଚିମ ଦିଗରେ ଯମ ଆଉ ଶନି ଦେବ ବାସ କରୁଥିବାରୁ ତାହା ଆମର ଅଶୁଭ ହୋଇଥାଏ ବୋଲି କୁହାଯାଉଛି |

ତେବେ ଏହା ଥିଲା ଆଇନା କୁ ଆପଣଙ୍କର ଘପରେ କେଉଁ ସ୍ଥାନରେ ରଖିବା ଆବଶ୍ୟକ ହୋଇଥାଏ |

Leave a Comment