ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣକୁ ଏମିତି ଏକ ଘଟଣା ବିଷୟରେ କହିବି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ଖୁସି ହୋଇଯିବେ |ଭଗବାନ ଏହି ଦୁନିଆରେ ପ୍ରତ୍ୟେକ ମଣିଷକୁ ଭଲ ବିବେକ ଦେଇ ଜନ୍ମ ଦେଇଥିଲେ ମଧ୍ୟ ସବୁ ମଣିଷ ମାନଙ୍କ ଠାରେ ମାନବିକତା ରହିନଥାଏ |ଜଣେ ଜଣେ ମଣିଷ ଯାହାର ସବୁକିଛି ବୁଝିବାର କ୍ଷମତା ରହିବା ସହିତ ଭଲ ମନ୍ଦ ବିଚାର କରିବାର ମଧ୍ୟ ବୁଦ୍ଧି ରହିଛି, ତେଣୁ କଉଁ କାମ ତାର ଠିକ ଭୁଲ ସେ ଜାଣିପାରେ |ମୁଁ ଆଜି ଆପଣକୁ ଜଣେ ମୁସଲିମ ଝିଅର ଏକ ସୁନ୍ଦର କାମ ବିଷୟରେ କହିବି, ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ସମ୍ପୂର୍ଣ କଥା |
ବର୍ତମାନ ରାସ୍ତା ଘାଟରେ ଗାଡି ମଟର ସଂଖ୍ୟା ଏତେ ମାତ୍ରାରେ ବଢ଼ିଲାଣି ଯେ ରାସ୍ତାରେ ଅନେକ ପଶୁ ପକ୍ଷୀ ସହିତ ମଣିଷ ମାନେ ମଧ୍ୟ ଅନେକ କ୍ଷେତ୍ରରେ ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି |ତେଣୁ ବର୍ତମାନ ଯେଉଁ ବଡ଼ ବଡ଼ ଗାଡି ଚାଲୁଛି ତାହା ସହିତ ଆଜିର ବୁଲା କୁକୁର ମାନଙ୍କ ସଂଖ୍ୟା ମଧ୍ୟ ଯେପରି ଦ୍ରୁତ ଗତିରେ ବଢ଼ିଲାଣି ସେମାନେ ସବୁବେଳେ ଖାଦ୍ୟ ସନ୍ଧାନରେ ରାସ୍ତାରେ ବୁଲିବା ସଭାବିକ |
ଭଗବାନ ମଣିଷ ମନକୁ ଯେପରି ମଣିଷ ମନକୁ ସମସ୍ତ କଥା ବିଚାର କରିବାର ଶକ୍ତି ଦେଇଛନ୍ତି କିନ୍ତୁ ପଶୁ ପକ୍ଷୀମାନଙ୍କୁ ସେପରି ଦେଇ ନାହାନ୍ତି |କିନ୍ତୁ ପଶୁ ମାନଙ୍କ ପ୍ରତି ମଣିଷ ମାନଙ୍କ ସାହାଯ୍ୟ ମନୋଭାବ ରହିବା ଉଚିତ |ଆଜିର ଯେଉଁ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବା ପାଇଁ ମିଳିଛି ଯେ ଜଣେ ବୁଲା କୁକୁର ରାସ୍ତାରେ ବୁଲୁଥିବା ସମୟରେ ଏକ ବଡ଼ ଗାଡି ଧକ୍କାରେ ତାର ମୃତ୍ୟୁ ହୋଇଛି |ସେହି କୁକୁରଟି ମୃତ ଅବସ୍ଥାରେ ମଧ୍ୟ ସେହି ରାସ୍ତାରେ ପଡିଛି ମାତ୍ର ଅନେକ ବ୍ୟକ୍ତି ସେହି ରାସ୍ତାରେ ଯାଉଛନ୍ତି ମାତ୍ର ତାକୁ କେହି ଉଠାଉ ନାହାନ୍ତି |
ସେହି ରାସ୍ତାରେ ଜଣେ ମୁସଲିମ ଝିଅ ନିଜର ମାନବିକତା ଦେଖାଇ ସେହି ମୁତ କୁକୁର ପାଖକୁ ଯାଇ ରାସ୍ତାରେ ଉଭୟ ପଟରେ ଆସୁଥିବା ଗାଡି ମଟରକୁ ଲକ୍ଷ୍ୟ କରି କୁକୁରକୁ ନିଜର ହାତରେ ଉଠାଇ ଆଣି ରାସ୍ତା କଡରେ ପକାଇଲା | ମୁସଲିମ ହେଲେ ମଧ୍ୟ ସେମାନଙ୍କ ଭାବନାରେ ସେମାନେ ଯଦି କାହାର ଭଲ ଚିନ୍ତା କରନ୍ତି କିମ୍ବା ଏହି ଦୁନିଆରେ କିଛି ଭଲ କାମ କରନ୍ତି ତେବେ ଆଲ୍ଲା ମଧ୍ୟ ସେମାନଙ୍କର ମଙ୍ଗଳ କରିବେ |ମୁସଲିନ ଝିଅଟିର ଏପରି ସୁନ୍ଦର କାର୍ଯ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।