ପେଟର ଚର୍ବିକୁ ( Belly fat ) କମ କରନ୍ତୁ ସ୍ଲିମ ଓ ଟ୍ରିମ ରୁହନ୍ତୁ – Health Tips

ବନ୍ଧୁଗଣ ବର୍ତମାନ ଅଧିକାଂଶ ଲୋକମାନଙ୍କ ଠାରେ ମେଦ ବହୁଳତା ଅଧିକ ଦେଖା ଗଲାଣି କାରଣ ଆଗରୁ ଅନେକ ବ୍ୟକ୍ତି ଅଧିକ ପରିଶ୍ରମ କରି ରୋଜଗାର କରୁଥିଲେ |କିନ୍ତୁ ବର୍ତମାନ ଯୋଗ ଆଗେଇଲାଣି ତ ଲୋକଙ୍କ ପରିଶ୍ରମ ମଧ୍ୟ୍ୟ କମିଗଲାଣି ତେଣୁ ଲୋକେ କମ ପରିଶ୍ରମ କାରଣରୁ ମେଦ ବହୁଳତା ବଢ଼ିବାରେ ଲାଗିଛି |ସାଧାରଣତ ଲୋକଙ୍କର ଶରୀର ତୁଳନାରେ ପେଟ ଅଧିକ ବଢିଗଲେ ତାହା ଆଦୌ ଭଲ ଲାଗେ ନାହିଁ, କି ସୁନ୍ଦର ମଧ୍ୟ ଦିଶେ ନାହିଁ |ମୁଁ ଆଜି ଆପଣକୁ ପେଟ ବଢିବାର କାରଣ ଏବଂ ଆପଣ କିପରି ସ୍ଲିମ ହେବେ ସେ ବିଷୟରେ କିଛି ଟିପ୍ସ କହିବି |ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ କଥା |

ଆପଣଙ୍କ ଶରୀରରେ ଯଉଁ ବାତ, ପିତ ଓ କଫ ରହିଛି ସେଗୁଡିକ ଅନବାଲାନ୍ସ ହେଲେ ଶରୀର ରୋଗ ବଢିବା ସହିତ ପେଟର ଚର୍ବି ମଧ୍ୟ ବଡ଼ିବାରେ ଲାଗେ |ଖାଇବାର ସଙ୍ଗେ ସଙ୍ଗେ ପାଣି ପିଇବା, ଖାଇସାରିବା ପରେ ଚିନି ଖାଇବା ଯୋଗୁଁ ଏହି ଗୁଡିକ ଅନବାଲାନ୍ସ ହୋଇଯାଏ |ଏହା ସହିତ ଆପଣ ଯଦି ଅଧିକ ପରିମାଣରେ ମଦ ପିଉଛନ୍ତି କିମ୍ବା ନନଭେଜ ଅଧିକ ଖାଉଛନ୍ତି ତେବେ ଆପଣଙ୍କ ପେଟର ଚର୍ବି ବଢିଥାଏ |

ଏହି ସମସ୍ୟାର ସମାଧାନ ପାଇଁ ପ୍ରଥମେ ଆପଣ ନିଜର ଜୀବନ ଶୈଳୀକୁ ବଦଳାନ୍ତୁ, ପ୍ରଥମେତ ଆପଣ ମଦ ଏବଂ ନନଭେଜ ଖାଇବା କମ କରନ୍ତୁ |ଆପଣ ଖାଇବାର ସଙ୍ଗେ ସଙ୍ଗେ ପାଣି ପିଅନ୍ତୁ ନାହିଁ ଖାଇବାର ଘଣ୍ଟେ ପରେ କିମ୍ବା ଖାଇବାର ଘଣ୍ଟେ ଆଗରୁ ପାଣି ପିଅନ୍ତୁ |ଆପଣ ପାଣି ପିଇବା ସମୟରେ ଘୁଟ ଘୁଟ କରି ପାଣି ପିଅନ୍ତୁ ତାହା ଦ୍ଵାରା ଅପଣଂକର ଏହି ସମସ୍ୟା ଦୂର ହୋଇଯିବ |

ମୁଁ ଆପଣକୁ ତିନୋଟି ଟିପ୍ସ କହିବି ଯାହାକୁ ମାନିଲେ ଆପଣଙ୍କ ପେଟର ଚର୍ବି ସମ୍ପୂର୍ଣ କମିଯିବ,-

ପ୍ରଥମେ ତ ଆପଣ ଏକ ଚାମୋଚ ମେଥି ନିଅନ୍ତୁ, ତାହାକୁ ରାତିରେ ଏକ ଗ୍ଲାସ ପାଣିରେ ପକାଇ ଦିଅନ୍ତୁ |ପରଦିନ ସକାଳ ଏହି ମେଥିକୁ ଛାଣି ଏହି ମେଥିକୁ ମିନିମମ କୋଡିଏ ମିନିଟ ପ୍ରଯ୍ୟନ୍ତ ଚୁବାଇ ଚୁବାଇ ଆରାମରେ ଖାଆନ୍ତୁ |

ଦ୍ୱିତୀୟତ ଆପଣ ପ୍ରତ୍ୟେକ ଦିନ ସକାଳ ଗୋଟିଏ ସେଓ ନିହାତି ଖାଆନ୍ତୁ,ଏହା ସହିତ ଚାରୋଟି ଅମ୍ଲା ମଧ୍ୟ୍ୟ ଖାଆନ୍ତୁ |ଏହି ସେଓ ଚୁପା ଆପଣ ଛଡ଼ାନ୍ତୁ ନାହିଁ ଏହାର ଚୁପା ସହ ଆପଣ ଖାଆନ୍ତୁ ଦେଖିବେ ଏହାର ବହୁତ ଫାଇଦା ଆପଣକୁ ମିଳିବ |

ତୃତୀୟତ ଆପଣ ଦିନରେ ଯେତେ ଥର ଖାଉଛନ୍ତି ପ୍ରତ୍ୟେକ ଖାଇବା ପରେ ଅଧା ଚାମୋଚ ଗୁଡ଼ ଖାଆନ୍ତୁ, ଏହି ଗୁଡ଼ ଖାଇବା ଦ୍ଵାରା ଏହା ଖାଦ୍ୟକୁ ଶୀଘ୍ର ହଜମ କରିଥାଏ | ମୁଁ ଆପଣକୁ ଯଉଁ ସବୁ ଟିପ୍ସ ବିଷୟରେ କହିଲି ତାହା ଯଦି ଆପଣ ମାନନ୍ତି ତାହା ସହିତ ଆପଣ ନିଜର ଜୀବନ ଶୈଳୀକୁ ବଦଳାନ୍ତି ତେବେ ଆପଣଙ୍କ ପେଟରେ ଚର୍ବି ବଢିବାର ସମସ୍ୟା ଧୀରେ ଧୀରେ କମିଯିବ ଏବଂ ଆପଣ ପୁର ସ୍ଲିମ ମଧ୍ୟ୍ୟ ହୋଇଯିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment