ଗୀତ ଗାଇ ଡ୍ରାଇଭରଙ୍କ ଦୁଃଖ କଥା କହିଲେ ଜଣେ ଡ୍ରାଇଭର… 96 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେନି…

ବନ୍ଧୁଗଣ ସଂଗୀତ ଏକ ସାଧନା ହୋଇଥାଏ ଆଉ ଏହା ଏହିପରି ଏକ ଭାବନା ଯାହା ସମସ୍ତ ଙ୍କୁ ଭଲ ଲାଗିଥାଏ ।ଜଣେ ବ୍ୟକ୍ତି ସଂଗୀତ ମାଧ୍ୟମରେ ନିଜ ମନର ଭାବନା କୁ ଭାଷା ମାଧ୍ୟମରେ ଏକ ସୁନ୍ଦର ସ୍ୱର ଦେଇ ପ୍ରକାଶ କରିଥାଏ ।ଆଉ ଅନ୍ୟ ପକ୍ଷରେ ସେହି ଗୀତ କୁ ଶୁଣୁଥିବା ବ୍ୟକ୍ତି ଜଣଙ୍କ ନିଜ ଜୀବନ କୁ ତା ସହ ଯୋଡ଼ି ଦେଇ ତାହାକୁ ଅନୁଭବ କରେ।ତେବେ କିନ୍ତୁ ବର୍ତ୍ତମାନ ର ଏହି ସୋସିଆଲ ମିଡ଼ିଆ ଦୁନିଆଁ ରେ ସମସ୍ତେ ନିଜ ନିଜର ପରିସ୍ଥିତି କୁ ନେଇ ଏକ ଗୀତ ଗାଇବା ର ଟ୍ରେଣ୍ଡସ ଚାଲିଛି। ତେବେ ବର୍ତ୍ତମାନ ଏହିପରି ଜଣେ ଗାୟକ ଓ ଗୀତ ଭାଇରାଲ ହେଉଛି ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ତେବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖା ଯାଇଛି ଯେ, ଜଣେ ଡ୍ରାଇଭର ନିଜ ଦୁଃଖ କୁ ନେଇ ଏକ ଗୀତ ସଂରଚନା କରିଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ନେଇ। ଆଉ ଗତକାଲି ହୋଇଥିବା ଚକା ଛାଡ଼ ଆନ୍ଦୋଳନ ରେ ସେ ଏହି ଗୀତ ଟିକୁ ଗାଇଥିଲେ ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ତେବେ ଆସନ୍ତୁ ଜାଣିବା ଏହି ଡ୍ରାଇଭର ଭାଇ ଙ୍କ ଦୁଖଃ ଗୀତ ଟି ବିଷୟ ରେ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଗତକାଲି ଚାରୁଆଡ଼େ ଡ୍ରାଇଭର ମାନେ ଏକତ୍ରିତ ହୋଇ ଚକା ବନ୍ଦ ଡାକରା ଦେଇଥିଲେ ଏବଂ ସେହିଦିନ ସେମାନେ ଭୁବନେଶ୍ୱର ଉପରେ ଆନ୍ଦୋଳନ ମଧ୍ୟ କରିଥିଲେ। ଆଉ ରାଜଧାନୀ ଉପରେ ଗୋଟିଏ ବି ଗାଡି ଚାଲି ନଥିଲା। ତେବେ ଏହାକୁ ନେଇ ଜଣେ ଡ୍ରାଇଭର ଭାଇ ଗୀତ ଗାଇଥିଲେ କି, “କହେ ଆଜି ଡ୍ରାଇଭର ହାତ କୁ ଯୋଡି ରାଜ ରାସ୍ତାରେ ବସିବୁ ଷ୍ଟିୟରିଂ ଛାଡି…ଆମ ଦୁଃଖ ବୁଝିବେ ପ୍ରଭୁ ଜଗନ୍ନାଥ…”। ତେବେ ପୁରା ଗୀତ ଟି ସେ ସମସ୍ତ ଡ୍ରାଇଭର ଭାଇ ମାନଙ୍କ ଉପରେ ରଚିତ କରିଛନ୍ତି।

ଏହି ଗୀତ ଟିର ସବୁ ପଦ ରେ ଡ୍ରାଇଭର ମାନଙ୍କ ର ଦୁଃଖ ତଥା ତାଙ୍କର ବର୍ତ୍ତମାନ କଣ ଆବଶ୍ୟକତା ରହିଛି ତାହାକୁ ନେଇ ସଂରଚନା କରାଯାଇଛି। ଆଉ ସେହି ଡ୍ରାଇଭର ଭାଇ ଜଣଙ୍କ ବେଶ ସ୍ୱର ଦେଇ ଏହି ଗୀତ ଟିକୁ ଗାଇଛନ୍ତି। ଆଉ ଏହାର ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରାଯାଇଛି ଯାହାକୁ ସମସ୍ତେ ଖୁବ ପ୍ରଶଂସା କରିଛନ୍ତି। ତେବେ ଡ୍ରାଇଭର ଭାଈ ଙ୍କ ର ଏହି ଭିଡ଼ିଓ ଟି ବର୍ତ୍ତମାନ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି ।ଆପଣ ମାନେ ମଧ୍ୟ ଏହି ଡ୍ରାଇଭର ଭାଇ ଙ୍କ ଗୀତ ଟିକୁ ଶୁଣନ୍ତୁ ଏବଂ ନିଜର ମତ ରଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment