ଗୋଟି ଅସହାୟ ମାଆ ଆଖିର ଲୁହ ପୋଛିଲେ ଓଡ଼ିଶାର NO 1 vlogger ପିଣ୍ଟୁ… ଭିଡ଼ିଓ ଦେଖିଲ ଆପଣ ବି ପ୍ରଶଂସା କରିବେ…

ଗରିବ ମା ର ପୁଅ ସାଜିଲେ ପିଣ୍ଟୁ ଭାଇ, ଦୀର୍ଘ ଦିନ ଧରି ରୋଗ ରେ ସୋଇଥିବା ପୁଅ ର ପୁରା ଚିକିତ୍ସା ର ଦାୟତ୍ୱ ନେଇ ଜଣେ ଭଲ ମଣିଷ ତଥା ମାନବିକତା ର ଅନ୍ୟ ଏକ ପରିଚୟ ସୃଷ୍ଟି କରିଛନ୍ତି ଆମ ପିଣ୍ଟୁ ଭାଇ। ତେବେ ବନ୍ଧୁଗଣ ଆପଣ ମାନେ ସବୁବେଳେ ପିଣ୍ଟୁ ଭାଇ ଙ୍କୁ ରିଲ ଦୁନିଆଁ ରେ ଆଲବମ କରି ଲୋକ ଙ୍କୁ ହସାଉ ଥିବାର ଦେଖିବା କୁ ପାଇଛନ୍ତି। ମାତ୍ର ସେ କେବଳ ରିଲ ଦୁନିଆଁ ର ହିରୋ ନୁହଁନ୍ତି ବରଂ ସେ ଜଣେ ପ୍ରକୃତ ବୀର ଅଟନ୍ତି ଯିଏକି ଦୁଖୀ ମା ର କାନ୍ଦ ଶୁଣିବା ମାତ୍ରେ ତାଙ୍କୁ ସାହାଯ୍ୟ କରିବା ପାଇଁ ଧାଇଁ ଆସିଛନ୍ତି ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସୂଚନା ବିଷୟ ରେ।

ତେବେ ସୂଚନା ଅନୁସାରେ, ପିଣ୍ଟୁ ଭାଇ ତାଙ୍କ କାମ ରେ ନିଜ ବନ୍ଧୁ ଙ୍କ ସହ ଗୋଟିଏ ସ୍ଥାନ କୁ ବାହାରିଥିଲେ। ମାତ୍ର ଏହି ସମୟ ରେ ବନ୍ତ ରୁ ଜଣେ ମହିଳା ଙ୍କ ର ଫୋନ ତାଙ୍କ ପାଖକୁ ଆସିଲା ଆଉ ମହିଳା ଜଣଙ୍କ କାନ୍ଦି କାନ୍ଦି ପିଣ୍ଟୁ ଭାଇ କୁ କହିଥିଲେ କି ମୋ ପୁଅ ର ଚିକିତ୍ସା ପାଇଁ ମୋତେ ସାହାଯ୍ୟ କରନ୍ତୁ ମୁଁ ଗରିବ ମା ଟିଏ। ଆଉ ଏତିକି ଶୁଣିବା ମାତ୍ରେ ପିଣ୍ଟୁ ଭାଇ ତାଙ୍କର କାମ ଛାଡି ଦେଇ ଆସି ପହଁଚି ଥିଲେ ବନ୍ତ ର ସେହି ମହିଳା ଙ୍କ ଘରେ।

ତେବେ ଯାହା ଜଣାପଡି ଥିଲା କି , ସେହି ମହିଳା ଜଣଙ୍କ ହେଉଛନ୍ତି ଗରିବ ପରିବାର ର ଆଉ ତାଙ୍କର ୧୬ ବର୍ଷ ର ପୁଅ ଟିଏ ଆସ୍ଥାମା ରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ଏକ ବଡ଼ ରୋଗ ରେ ପୀଡିତ ରହିଛି। ଆଉ ସବୁବେଳେ ତାର ଛାତି ଧକ ଧକ କରିବା ସହ ଦେହ ଥରୁଛି। ତେବେ ଡାକ୍ତର କହିଛନ୍ତି କି ତାଙ୍କୁ ସବୁବେଳେ ଔଷଧ ଦେଇ ରଖିବା ପାଇଁ ଆଉ ତାର ୧୮ ବର୍ଷ ହେବା ପରେ ଅପରେସନ ହେଲେ ସେ ସମ୍ପୂର୍ଣ୍ଣ ଭଲ ହୋଇଯିବ ବୋଲି।

ତେବେ ପିଲା ଟିକୁ ଦେଖିବା ପରେ ପିଣ୍ଟୁ ଭାଇ ତାଙ୍କୁ କିଛି ଟଙ୍କା ଦେଇଥିଲେ ଆଉ କଥା ଦେଇଥିଲେ କି ସେହି ପିଲାର ମାସିକ ସବୁ ଔଷଧ ଖର୍ଚ୍ଚ ସେ ମାସକୁ ମାସ ଦେବେ ଆଉ ଅପରେସନ ରେ ଯାହା ଖର୍ଚ୍ଚ ହେବ ତାହା ମଧ୍ୟ ନିଜେ ଉଠେଇବେ। ତେବେ ଏହା ପରେ ସେ ମହିଳା ଙ୍କୁ କହିଥିଲେ କି ସେ ତାଙ୍କର ଆଉ ଜଣେ ପୁଅ ବୋଲି ଆଉ ତାଙ୍କ ଘରେ ବସି ଟିକେ କଥା ହୋଇ ସେ ସେଠାରୁ ଫେରିଥିଲେ ଏବଂ ଅନ୍ୟ ସମସ୍ତ ଙ୍କୁ ସେହି ପିଲା କୁ ସାହାଯ୍ୟ କରିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ। ତେବେ ତାଙ୍କର ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ଏବଂ ସମସ୍ତେ ତାଙ୍କର ଖୁବ ପ୍ରଶଂସା ମଧ୍ୟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment