Femily Tips – ଗୋଟିଏ Hair Mask ଚୁଟି ଝଡ଼ିବା ବନ୍ଦ ଗ୍ୟାରେଣ୍ଟି, ଆଜି ହିଁ କରନ୍ତୁ ଏହି ଉପାୟ

ପୁରୁଷ ହୁଅନ୍ତୁ କି ନାରୀ ଚୁଟି ସମସ୍ତ ଙ୍କ ସୁନ୍ଦରତା କୁ ସବୁବେଳେ ବଡାଇବାରେ ସାହାଯ୍ୟ କରିଥାଏ ।ତେବେ ବର୍ତ୍ତମାନ ଆପଣ ଦେଖି ପାରୁଥିବେ କେଶକୁ ନେଇ ଅନେକ ସମସ୍ୟା ଦେଖିବାକୁ ମିଳୁଛି ।ଅଳ୍ପ ସମୟ ଭିତରେ ଚୁଟି ଝଡ଼ିବା ଆରମ୍ଭ ହେଉଛି ତ କେତେବେଳେ ଚୁଟି ଲମ୍ବା ହେଉନାହିଁ ଏମିତି ଅନେକ ସମସ୍ୟା ସମସ୍ତଙ୍କ ପାଖରେ ରହିଛି ।ତେବେ ଏସବୁର ସମାଧାନ ପାଇଁ ଆମ ହାତ ପାଖରେ ଅନେକ ଜିନିଷ ରହିଛି କିନ୍ତୁ ଆମେ ସେସବୁର ବ୍ୟବହାର ଜାଣି ନାହୁଁ ତେଣୁ ସମସ୍ତେ ନିଜ କେଶର ଯତ୍ନ ନେବାକୁ ଯାଇ ଅନେକ କେମିକାଲ ର ବ୍ୟବହାର କରୁଛନ୍ତି ।ଆଉ ଏହାର ପରିଣାମ ବହୁତ କେମିକାଲ ବ୍ୟବହାର ଯୋଗୁ ଚୁଟି ଦିନକୁ ଦିନ ଖରାପ ହେବାରେ ଲାଗୁଚି ।

ତେବେ ଆଜି କିନ୍ତୁ ଏମିତି ଗୋଟିଏ ଉପାୟ ବିଷୟରେ ଆମେ ଜଣାଇବୁ ଯାହାକୁ ବ୍ୟବହାର କଲେ ଆପଣଙ୍କ ର ସମସ୍ତ ପ୍ରକାରର କେଶ ଜନିତ ସମସ୍ୟା ମୂଳରୁ ଶେଷ ହେଇଯବ ।ଆଉ ଆପଣଙ୍କ କେଶ ପୁରା ସଫ୍ଟ ଓ ସିଲିକି ହେଇଯିବ, ତେବେ ଏଥିପାଇଁ ଏକ hair mask ତିଆରି କରିବାକୁ ହେବ ।

ମାସ୍କ ପାଇଁ ଆବଶ୍ୟକ ସାମଗ୍ରୀ:-

-କଦଳି
-ଦହି
-ଭିଟାମିନ ଇ କ୍ୟାପିସୁଲ
-ନଡ଼ିଆ ତେଲ
-ଏଲୋଭେରା ଜେଲ

ମାସ୍କ ପ୍ରସ୍ତୁତି ପ୍ରଣାଳୀ:-

-ଏହି hair mask ତିଆରି କରିବା ପାଇଁ ଆପଣଂକୁ ପ୍ରଥମେ ଦୁଇଟି ପାଚିଲା ନେବାକୁ ପଡିବ ତେବେ ଆପଣ ନିଜ ଚୁଟି ଅନୁସାରେ କଦଳି ନେବେ ନେବେ ।ଏବେ ଗୋଟିଏ ମିକ୍ସଚର ଜାର ନିଅନ୍ତୁ ଆଉ ସେଥିରେ ୨ଟି କଦଳି, 4 ରୁ 5 ଚାମୁଚ ଦହି,ଅଳ୍ପ ନଡ଼ିଆ ତେଲ, ଏଲୋଭେରା ଜେଲ ଓ ଗୋଟିଏ ଭିଟାମିନ ଇ କ୍ୟାପିସୁଲ ପକାଇ ନିଅନ୍ତୁ ।ତେବେ ଆପଣ ଚାହିଁଲେ ଭିଟାମିନ ଇ କ୍ୟାପିସୁଲ ନ ବି ନେଇ ପାରନ୍ତି ।ଏବେ ଆପଣ ଏହି ସବୁ ସାମଗ୍ରୀ କୁ ଭଲ ଭାବରେ ଗ୍ରାଣ୍ଡିଂ କରି ନିଅନ୍ତୁ ଏହାପରେ ଆପଣଙ୍କ hair mask ତିଆରି ହେଇଯିବ ।

ମାସ୍କ ର ବ୍ୟବହାର:-
-ଏବେ ଆପଣ ସେହି hair mask କୁ ନେଇ ଚୁଟି ର ମୂଳରୁ ଭଲ ଭାବରେ ଲଗାଇ ନିଅନ୍ତୁ ।ଏମିତି ପୁରା ଚୁଟି ଓ ଚୁଟି ର ଅଗ କୁ ଭଲ କରି ଲଗାଇ ନିଅନ୍ତୁ, ଏହାପରେ ଚୁଟି କୁ ଗୁଡାଇ ଦେଇ ଏକ ଜରି ରେ କଭର କରିନିଅନ୍ତୁ ।ଏହାପରେ ସେମିତି 30 ମିନିଟ ରଖିବା ପରେ ମୁଣ୍ଡ କୁ ସେମ୍ପୁ ରେ ଧୋଇ ଦେବେ ତାପରେ ଆପଣ କଁଡିସିନର ବି ବ୍ୟବହାର କରିବେ ।ଏହାପରେ ଆପଣ ଦେଖିବେ ଆପଣ ଙ୍କ ଚୁଟି ବହୁତ ନରମ ଲାଗୁଥିବ ଓ ଏମିତି 2 ରୁ 3 ଥର ମାସ୍କ ବ୍ୟବହାର କରି ଚୁଟି ଝଡ଼ିବା ବି କମ ହେଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment