Swastik Tv News Odisha

Hair Tips – ଚା ପତିରେ ମିଶାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ, କେଶ ବଢିବା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

0

ନାରୀ କେଶ କେବଳ ସୁନ୍ଦରତା ବଢାଇ ନଥାଏ ବରଂ କେଶରୁ ତାଙ୍କ ଭାଗ୍ୟ ନିର୍ଦ୍ଧିାରିତ ହୋଇଥାଏ । କୁହାଯାଏ ଯେଉଁ ମହିଳା ମାନଙ୍କର କେଶ ଲମ୍ୱା , ଘନ , ସୁନ୍ଦର ହୋଇଥାଏ ସେମାନଙ୍କୁ ଭାଗ୍ୟଶାଳୀ ବୋଲି ମନା ଯାଇଥାଏ । ଏଥି ସହିତ ଯେଉଁ ମହିଳା ମାନଙ୍କର କୁଞ୍ଚି କୁଞ୍ଚିଆ କେଶ ରହିଥାଏ , ସେମାନଙ୍କୁ ମଧ୍ୟ ଭାଗ୍ୟଶାଳୀ ମନା ଯାଏ । କିନ୍ତୁ ବର୍ତ୍ତମାନ ସମୟରେ କେଶ ଜନିତ ସମସ୍ୟା ଅଧିକ ଦେଖିବାକୁ ମିଳୁଛି । ପ୍ରତ୍ୟେକ ମହିଳା ସୁନ୍ଦର , ଘନ , ଲମ୍ୱା ଓ ମଜବୁତ୍ କେଶ ରଖିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି , କିନ୍ତୁ ଅନେକ କାରଣ ଯୋଗୁଁ କେଶ ଝଡିବା ଆରମ୍ଭ ହୋଇଥାଏ । ତେବେ ଆଜି ଆମେ ଏମିତି ଏକ ଘରୋଇ ଉପାୟ ବିଷୟରେ ଜଣେଇବୁ , ଯାହା ଆପଣଙ୍କ କେଶର ସମସ୍ତ ସମସ୍ୟାକୁ ଦୂର କରିବ । ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ବିଷୟରେ ।

ଉପଚାର ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି :-

1. ଚା ପତି
2. ସେମ୍ପୁ
3. ଲେମ୍ୱୁ

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଆପଣ ଏକ ପାତ୍ର ଏକ ଗ୍ଲାସ ପାଣିର ପ୍ରୟୋଗ କରନ୍ତୁ ଏବଂ ସେଥିରେ ଏକ ଚାମଚ ଚା ପତି ଦିଅନ୍ତୁ । ଚା ପତି ଆମ ହେୟାର ପାଇଁ ବହୁତ ଲାଭକାରୀ ହୋଇଥାଏ , କେଶ ଝଡିବା ଏବଂ ମୂଶରୁ ମଜବୁତ ମଧ୍ୟ କରିଥାଏ । ସେହି ପାତ୍ରକୁ ଗ୍ୟାସ ଉପରେ ବସାଇ ଅଳ୍ପ ଆଞ୍ଚରେ 10 ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ପାଣିର ରଙ୍ଗ ପରିବର୍ତ୍ତନ ହେବା ପରେ ତାହାକୁ ଓହ୍ଲାଇ ଆଣନ୍ତୁ , ପାଣି ଥଣ୍ଡା ହେବା ପରେ ଅନ୍ୟ ଏକ ପାତ୍ରକୁ ଏକ ଛାଣା ସାହାର୍ଯ୍ୟରେ ଛାଣି ନିଅନ୍ତୁ ।

ଏହାପରେ ସେହି ଚା ପତିର ପାଣିରେ ଆପଣ ମାନେ ଯେଉଁ ସେମ୍ପୁ ୟୁଜ କରୁଛନ୍ତି ତାହାକୁ ସେଥିରେ ମିଶାଇ ଦିଅନ୍ତୁ । ଏହାପରେ ଶେଷ ସାମଗ୍ରୀ ଲେମ୍ୱୁର ପ୍ରୟୋଗ କରନ୍ତୁ , ଏକଫାଳ ଲେମ୍ୱୁର ରସ କୁ ମିଶାଇ ଦିଅନ୍ତୁ । ଏହାପରେ ଏହି ସମସ୍ତ ସାମଗ୍ରୀକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ , ବର୍ତ୍ତମାନ ଉପଚାର ଟି ପ୍ରସ୍ତୁତ ହୋଇ ସାରିଛି ।

ବ୍ୟବହାର ପ୍ରଣାଳୀ :-

ପ୍ରସ୍ତୁତ କରି ରଖାଯାଇଥିବା ଏହି ପାଣିକୁ ଆପଣ ମାନେ କେଶର ମୂଳରେ ଲଗାନ୍ତୁ , ଏବଂ ଆଙ୍ଗୁଳି ସାହାର୍ଯ୍ୟରେ ଧୀରେ ଧୀରେ ମସାଜ କରନ୍ତୁ । ଏହି ପାଣିକୁ ସମ୍ପୂର୍ଣ୍ଣ ଚୁଟି ରେ ଲଗାଇ ସାରିବା ପରେ 7 ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହାପରେ ନରମାଲ ୱାଟର ରେ ଧୋଇ ନିଅନ୍ତୁ । ଏହାକୁ ସପ୍ତାହରେ 2 ଥର ବ୍ୟବହାର କରନ୍ତୁ , ଦେଖିବେ ଆପଣଙ୍କ କେଶ ମୂଳ ରୁ ମଜବୁତ୍ ହେବା ସହିତ ଲମ୍ୱା ଓ ଘନ କରିବାରେ ସାହାର୍ଯ୍ୟ କରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.