Swastik Tv News Odisha

Hair Tips – ଚୁଟିରେ ଥରେ ମାତ୍ର ଲଗେଇ ଦିଅନ୍ତୁ ଏହି ତେଲ , ଚୁଟି ଝଡିବା ପୂରା ବନ୍ଦ ହୋଇଯିବ ଚୁଟି ଏତେ ଲମ୍ୱା ହେବ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ…

0

ଆଜିର ଜେନେରେସନ ରେ ସମସ୍ତଙ୍କ ଠାରେ କେଶ ଝଡିବା ସମସ୍ୟା ଏକ ପ୍ରକାର ରୋଗ ପାଲଟି ଗଲାଣି । ଏମିତି ବି କିଛି ବ୍ୟକ୍ତି ମାନେ ରହିଛନ୍ତି ଯେଉଁମାନେ କେଶ ରେ ଅଏଲ ଲଗେିଇବାକୁ ପସନ୍ଦ କରନ୍ତି ନାହିଁ । କାରଣ ସେମାନଙ୍କ କେଶର ସୌନ୍ଦର୍ଯ୍ୟତା କମିଯିବା ଯୋଗୁଁ ତେଲ ଲଗେଇବା ପାଇଁ ପସନ୍ଦ କରନ୍ତି ନାହିଁ । ସେହି ମାନଙ୍କ ପାଇଁ ଆଜି ଏକ ସହଜ ଘରୋଇ ଉପଚାର ନେଇ ଆସିଛୁ , ଯାହା ଆପଣଙ୍କ କେଶ ଝଡିବା ଭଳି ଅନେକ ସମସ୍ୟା କୁ ଦୂର କରିଥାଏ । ତେବେ ଆସନ୍ତୁ ଜାଣିନେବା ଏହି ରେମିଡି ପାଇଁ କେଉଁ ସବୁ ସାମଗ୍ରୀର ଆବଶ୍ୟକତା ରହିଛି ।

ଆବଶ୍ୟକ ସାମଗ୍ରୀ :-

1. ଭୁସଙ୍ଗ ପତ୍ର
2. ଚା ପତି
3. ମେଥି
4. ନଡିଆ ତେଲ

ପ୍ରସ୍ତୁତି ପ୍ରାଣାଳୀ :-

ପ୍ରଥମେ ଆପଣ ମାନେ ଏକ ପ୍ୟାନ ନିଅନ୍ତୁ ଏବଂ ସେଥିରେ ଏକ ଗ୍ଲାସ ପାଣି ଦିଅନ୍ତୁ । ଏହାପରେ ସେହି ପାଣିରେ ଏତ ମୁଠା ଭୁସୁଙ୍ଗା ପତ୍ର ଦିଅନ୍ତୁ , ଭୁସୁଙ୍ଗା ପତ୍ର ଆମ ହେୟାର କୁ କଳା , ଘନ , ଲମ୍ୱା କରିବାରେ ସାହାର୍ଯ୍ୟ କରିଥାଏ । ଏଥିରେ ପ୍ରୋଟିନର ମାତ୍ରା ବହୁତ ଅଧିକ ରହିଥାଏ , ଯାହା ଚୁଟିକୁ ଷ୍ଟ୍ରଙ୍ଗ କରି ବଢିବାରେ ସାହାର୍ଯ୍ୟ କରିଥାଏ । ଦ୍ୱିତୀୟ ସାମଗ୍ରୀ ରେ ଏତ ଚାମଚ ଚା ପତି ଏଡ୍ କରନ୍ତୁ , ଚା ଗୁଣ୍ଡର ପାଣି ଚୁଟିର ନେଚୁରାଲ କଲର ଦେଇଥାଏ । ଏହାର ବ୍ୟବହାର ଦ୍ୱାରା ଚୁଟିର ଗ୍ରୋଥ ବହୁତ ଭଲ ହୋଇଥାଏ । ଏହାପରେ ତୃତୀୟ ସାମଗ୍ରୀ ମେଥି ଦାନା ଏକ ଚାମଚ ସେଥିରେ ଏଡ୍ କରନ୍ତୁ । ମେଥି ଆମ ଚୁଟିକୁ ଲଙ୍ଗ , ଷ୍ଟ୍ରଙ୍ଗ ଏବଂ ବ୍ଲାକ , ସ୍ଲିକି ସାଇନି କରିଥାଏ ।

ମେଥି ପାଣିକୁ ଆମ ଚୁଟିରେ ଆପ୍ଲାଏ କରିବା ଦ୍ୱାରା ଆମ ଚୁଟିକୁ ପ୍ରୋଟିନ ମିଳିଥାଏ । ବର୍ତ୍ତମାନ ସମସ୍ତ ସାମଗ୍ରୀ ଦେଇ ସାରିବା ପରେ ଏହାକୁ 5 ମିନିଟ ପର୍ଯ୍ୟନ୍ତ ଙଲ ଭାବରେ ଫୁଟାଇ ନିଅନ୍ତୁ । 5 ମିନିଟ ପରେ ଏହାର ରଙ୍ଗ ପରିବର୍ତ୍ତନ ହୋଇଯିବା ପରେ ତଳକୁ ଓହ୍ଲାଇ ଆଣନ୍ତୁ ଏବଂ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଥଣ୍ଡା ହେବା ପରେ ସେହି ପାଣିକୁ ଅନ୍ୟ ଏକ ପାତ୍ରକୁ ଛାଣି ନିଅନ୍ତୁ , ଏହା ପରେ ଶେଷ ସାମଗ୍ରୀ ଏକ ଚାମଚ ନଡିଆ ତେଲ ଏଡ୍ କରନ୍ତୁ ଏବଂ ଭଲ ଭାବରେ ମିକ୍ସ କରି ନିଅନ୍ତୁ ।

ବ୍ୟବହାର ପ୍ରଣାଳୀ :-

କୌଣସି ସ୍ପ୍ରେ ବୋଟଲ ସାହାର୍ଯ୍ୟରେ ଆପଣ ମାନେ ଆପଣଙ୍କ ହେୟାର ରେ ଆପ୍ଲାଏ କରି ପାରିବେ , ଏହାପରେ ଧୀରେ ଧୀରେ ମସାଜ ମଧ୍ୟ କରି ନିଅନ୍ତୁ । ଯେତେବେଳେ ଆପଣ ମାନେ ସେମ୍ପ କରୁଛନ୍ତି , ତାର 1 ଘଣ୍ଟା ପୂର୍ବରୁ ଏହି ପାଣିକୁ ଆପଣଙ୍କ ହେୟାର ରେ ଆପ୍ଲାଏ କରିନେବେ । 1 ଘଣ୍ଟା ରଖିବା ପରେ ସେମ୍ପରେ ୱାସ କରିନେବେ । ଆପଣ ମାନେ ଏହି ରେମିଡିକୁ ସପ୍ତାହରେ 2 ଥର ୟୁଜ କରନ୍ତୁ , ଦେଖିବେ ଏହା ଆପଣଙ୍କର ହେୟାର ଗ୍ରୋଥ କରିବା ସହ ଘନ ଏବଂ କଳା କରିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.