Dr Sangeetha – ହୃଦ୍‌ଘାତ (Heart Attack) ରୋଗକୁ କିପରି ରୋକିବେ ଜାଣନ୍ତୁ ସଠିକ ଉପାୟ ?

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ହୃତପିଣ୍ଡ ହେଉଛି ଆମ ଶରୀରର ମୁଖ୍ୟ ଅଙ୍ଗ | ଏହା ସମ୍ପୂର୍ଣ୍ଣ ଶରୀରରେ ରକ୍ତ ସଞ୍ଚାଳନ କରିବା ହୃତପିଣ୍ଡର ମୁଖ୍ୟ କାର୍ଯ୍ୟ କରିଥାଏ | ଯଦି କୌଣସି କାରଣରୁ ହୃତପିଣ୍ଡରେ ସମସ୍ୟା ଦେଖାଯାଏ ଏବଂ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ, ତେବେ ହାର୍ଟ ଆଟାକ ହେବାର ଆଶଙ୍କା ଦେଖାଯାଏ | ହେଲେ ହାର୍ଟ ଆଟାକ ଠିକ ସମୟରେ ଜାଣି ପାରିଲେ ସିନା ଏହାର ଚିକିତ୍ସା କରିବେ | ନଚେତ ହାର୍ଟ ଆଟାକ୍ ଯୋଗୁଁ ଜୀବନ ଯିବାର ମଧ୍ୟ ଆଶଙ୍କା ରହିଛି | ତେବେ ଆମ ଭାରତର ଏହି ହାର୍ଟଆଟାକ ଜନିତ ସମସ୍ୟା ଗୁଡିକ ଅଧିକ ଦେଖା ଯାଇଥାଏ | ତାହେଲେ ଆସନ୍ତୁ ସେ ବିଷୟରେ ଜାଣିବା |

କାହିଁକି ହୁଏ ହାର୍ଟ ଆଟାକ :-

ତେବେ ବର୍ତ୍ତମାନର ଜୀବନଶୈଳ ଖାଦ୍ୟପେୟ, ମୋଟାପଣ ଏବଂ ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ଆଜିକାଲି କମ ବୟସର ଲୋକଙ୍କୁ ହୃଦ୍‌ଘାତ ହେଉଛି ତେଣୁ ଆମକୁ ଏକ ସୁସ୍ଥ ଜୀବନଶୈଳୀ ଆପଣେଇବା ନିହାତି ଜରୁରୀ | ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏବେ ହୃଦ ଘାତର ଲକ୍ଷଣ ବିଷୟରେ ଜାଣିବା |

ହୃଦଘାତ ର ଲକ୍ଷଣ :-

ଏହି ରୋଗ ହେଲେ ଆପଣଙ୍କୁ ପ୍ରଥମେ ଥକାପଣ ଦେଖାଯିବ,ଆପଣଙ୍କର ହଠାତ ଓଜନ ବୃଦ୍ଧି ହେବାରେ ଲାଗିବ,ଭୋକ ନ ଲାଗିବା, କ୍ରମାଗତା ଭାବେ କାଶ ଲାଗିରହିବା, ପେଟ ଫୁଲିଯିବା,ଗୋଡ଼ ଏବଂ ପାଦ ଫୁଲିଯିବା, ରାତିରେ ବାରମ୍ବାର ପରିସ୍ରା ଲାଗିବା ଆଦି ଏହାର ମୁଖ୍ୟ କାରଣ |
ହୃଦଘାତ ର ଚିକିତ୍ସା :-ତେବେ ହୃଦଘାତ ଲକ୍ଷଣ ଏବଂ ଏହାର ତୀବ୍ରତା ଅନୁସାରେ ଏହାର ଚିକିତ୍ସା କରାଯାଏ | ତେବେ ଆବଶ୍ୟକ ହେଲେ ଏହାର ଅସ୍ତ୍ର ପ୍ରଚାର ମଧ୍ୟ କରାଯାଏ | ତେଣୁ ସମୟ ଥାଉ ଥାଉ ଆପଣଙ୍କ ଜୀବନଶୈଳ ଉପରେ ଧ୍ୟାନ ଦିୟନ୍ତୁ | ଏହି ସମୟରେ ଆପଣଙ୍କ ଓଜନ କୁ ଠିକ ରଖନ୍ତୁ | ଅଧିକ ପରିଶ୍ରମ କରନ୍ତୁ ନାହିଁ ସେଥିପାଇଁ ଆପଣ ସକାଳେ 15 ରୁ 20 ମିନଟ ମର୍ଣ୍ଣିଙ୍ଗ ୱାର୍କ କରନ୍ତୁ, ଯୋଗ କରନ୍ତୁ ଏବଂ ଡାକ୍ତର ଉଚିତ ପରାମର୍ଶ ନିୟନ୍ତୁ | ଏବେ ଆସନ୍ତୁ ଜାଣିବା ହୃଦ ଘାତ କୁ ରୋକିବା କିପରି ସେ ବିଷୟରେ ଜାଣିବା |

ହୃଦଘାତ କୁ କିପରି ରୋକିବା :-

ଦର୍ଶକ ବନ୍ଧୁ ଏକ ସୁସ୍ଥ ଜୀବନଶୈଳୀ ହୃଦଘାତ କୁ ରୋକିପାରିବ | ଏହା ସହିତ ଆପଣ ଯଦି ନିୟମିତ ବ୍ୟୟାମ କରିବେ ଓଜନ କୁ ସନ୍ତୁଳିତ ରଖିବା ଦ୍ୱାରା ମଧ୍ୟ ଆପଣ ହୃଦଘାତ ହେବାକୁ ରୋକିପାରିବ | ତେଣୁ ଏଥି ପାଇଁ ଆପଣ ଆପଣଙ୍କର ଖାଦ୍ୟପେୟ ଉପରେ ଟିକେ ଅଧିକ ଧ୍ୟାନ ଦିୟନ୍ତୁ | ଆପଣ ଖାଉଥିବା ଖାଦ୍ୟରେ ଲୁଣ ପରିମାଣ କମକରନ୍ତୁ | ମଦ୍ୟପନ ଓ ଧୂମପାନ ଠାରୁ ଦୁରେଇ ରୁହନ୍ତୁ | ଶାରୀରିକ ପରିଶ୍ରମ କରନ୍ତୁ | ଓଜନକୁ ସନ୍ତୁଳିତ ରଖନ୍ତୁ | ଏହା ସହିତ ଯଦି ଆପଣଙ୍କର ଉଚ୍ଚ ରକ୍ତ ଚାପ, ମଧୁମେୟ ଭଳି ରୋଗ ଥିବ ତାହାଲେ ଏହାକୁ ପ୍ରଥମେ ନିୟନ୍ତ୍ରଣ କରନ୍ତୁ | ଦିନକୁ 8 ଘଣ୍ଟା ଶୁଅନ୍ତ,ଏହା ବ୍ୟତୀତ ଚର୍ବିଯୁକ୍ତ ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ | ତାହାଲେ ଦର୍ଶକ ବନ୍ଧୁ ଏହି ସବୁ କରିବା ଦ୍ୱାରା ଆପଣ ହୃଦ ଘାତ କୁ ରୋକିପାରିବେ |

ତେବେ ଏହା ଥିଲା ହୃଦଘାତ କୁ ରୋକିବେ କିପରି, ହୃତଘାତ ର ଲକ୍ଷଣ ଓ ଏହା ର ଚିକିତ୍ସା କଣ ରହିଛି ସେ ବିଷୟରେ ସମ୍ପୂର୍ଣ୍ଣ ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment