ମଝି ଯାତ୍ରାରେ ଷ୍ଟେଜ ଉପରକୁ ଚାଲି ଆସିଲେ ସବୁ କଳାକାର, ତାପରେ ଯାହା ଘଟିଲା ଦେଖିଲେ ବିଶ୍ୱାସ ହେବ ନାହିଁ ।ତେବେ ବନ୍ଧୁମାନେ ବହୁତ ସମୟରେ ସୋସିଆଲ ମେଡିଆରେ ଯାତ୍ରା କୁ ନେଇ ଅନେକ ଭିଡ଼ିଓ ଦେଖିବାକୁ ମିଳିଥାଏ ।କେତେବେଳେ କୋଉ ସିନ ଖୁବ ପପୁଲାର ହେଇ ଯାଉଛି ତ କେତେବେଳେ କୋଉ ଫାଇଟ ସିନ କୁ ନେଇ ଖୁବ ଚର୍ଚ୍ଚା ହେଉଛି ।ତେବେ ଏମିତି ଯାତ୍ରା ଭିଡ଼ିଓ ଆପଣ ବହୁତ ଦେଖିଥିବେ କିନ୍ତୁ ଆଜିର ଭିଡ଼ିଓରେ କିଛି ନୂଆ ଦେଖିବାକୁ ମିଳିଛି ।ଯାତ୍ରା ଚାଲିଥିଲା ସମୟରେ ହଠାତ କିଛି ଏମିତି ଘଟୁଛି ସବୁ କଳାକାର ମଞ୍ଚ ଉପରକୁ ଆସି ଯାଉଛନ୍ତି ।
ଯାତ୍ରା ଯାହା ଦର୍ଶକ ମାନଙ୍କର ମନରଞ୍ଜନ ର ନିଆରା ଉତ୍ସ, କିନ୍ତୁ ଏଥିରେ ଅଭିନୟ କରୁଥିବା କଳାକାର ଙ୍କ ପାଇଁ ଏହା ତାଙ୍କ ବୃତି ବା ପେଷା ।ତେବେ ଏହି ବୃତିକୁ ସେହିମାନେ ବି ବୁଝନ୍ତି ଯେଉଁମାନେ କଳାର ମହତ୍ୱ ଙ୍କ ବୁଝିଥାନ୍ତି ।ବହୁତ ଲୋକ ଅଛନ୍ତି ଯେଉଁମାନେ ଖୁବ ଯାତ୍ରା ପ୍ରେମୀ ଆଉ ସେହି ମାନଙ୍କ ପାଇଁ ଯାତ୍ରା କଳାକାର ମାନେ କଠିନ ପରିଶ୍ରମ କରିଥାନ୍ତି ।ହେଲେ ଏହି କଳାକାର ମାନକୁ ଖୁବ କମ କୋଉଠି ସମ୍ମାନ କରାଯାଏ,ତେବେ ନିକଟରେ ଏକ ଯାତ୍ରା ମଞ୍ଚରେ ଖୁବ ସୁନ୍ଦର ଯାତ୍ରା ଚାଲିଥିବା ବେଳେ ହଠାତ ସବୁ ବନ୍ଦ ହେଇଯାଉଛି ।ଆଉ ଷ୍ଟେଜ ଉପରକୁ ସବୁ କଳାକାର ଆସୁଛନ୍ତି ତାପରେ ତାଙ୍କ ଯେମିତି ସମ୍ମାନିତ କରାଯାଉଛି ଦେଖିଲେ ଆଶ୍ଚର୍ଯ୍ୟ ହେବେ ।
ଅଭିନୟ କରିବା ସମସ୍ତଙ୍କ ପାଖରେ ସମ୍ଭବ ନୁହେଁ ଆଉ ଅଭିନୟ କରି ଭଲ ଖରାପ କେତେ ମତ ଶୁଣିବା କୋଉ ସାଧାରଣ ଲୋକଙ୍କ ପାଖରେ ସମ୍ଭବ ନୁହେଁ ।ଆଉ ବହୁତ ସମୟରେ ଏହି କଳା କୁ ସମ୍ମାନ କରିବା ଦୂରର କଥା ଅସମ୍ମାନ ବି କରାଯାଏ ।ତେବେ ନିକଟରେ ସାଇଁସ ଗ୍ରାମ ପଞ୍ଚାୟତ ରେ ଏକ ଯାତ୍ରା ହେଉଥିବା ସମୟରେ ହଠାତ ଷ୍ଟେଜ ଉପରେ ଆଙ୍କର ଯାତ୍ରାକୁ ବନ୍ଦ କରୁଛନ୍ତି ।ତାପରେ ସେ ଯାତ୍ରା ଙ୍କ ସମସ୍ତ ମେମ୍ବର ମାନଙ୍କୁ ଷ୍ଟେଜ ଉପରକୁ ଆସିବାକୁ କହୁଛନ୍ତି, ଆଉ ଠିକ ସେମାନେ ଜଣେ ଜଣେ ହେଇ ସମସ୍ତ କଳାକାର ଷ୍ଟେଜ କୁ ଆସୁଛନ୍ତି ।ଏହାପରେ ଗାଁର ସରପଞ୍ଚ ଷ୍ଟେଜ କୁ ଆସି ସବୁ କଳାକାର ଙ୍କୁ ଫୁଲ ମାଲ ସହିତ ଉତ୍ତରୀ ଦେଇ ସମ୍ମାନିତ କରୁଛନ୍ତି ।
ତେବେ ଏହିପରି ଏକ ସମ୍ମାନ ଯାତ୍ରା କଳାକାର ଙ୍କୁ ମିଳିଥିବାର ଆପଣ ହୁଏତ ଖୁବ କମ ଦେଖିଥିବେ କିନ୍ତୁ ସତରେ ଖୁବ ସୁନ୍ଦର ଏହି ମୁହୂର୍ତ୍ତ ଅଟେ ଜଣେ ଯାତ୍ରା କଳାକାର ପାଇଁ ।ସମ୍ମାନିତ ହେବା ପରେ ସମସ୍ତ ଯାତ୍ରା କଳକାର ସମସ୍ତଙ୍କୁ ଖୁବ ଧନ୍ୟବାଦ ଦେବା ସହିତ ଏହି ସମ୍ମାନ କୋଟିଏ ଟଙ୍କା ଠାରୁ ମୂଲ୍ୟବାନ ବି କହିଥିଲେ ।ତେବେ ବାସ୍ତବରେ ଜଣେ କଳାକାର ପାଇଁ ଟଙ୍କା ଠାରୁ ବଡ଼ ତାଙ୍କୁ ଟିକିଏ ସମ୍ମାନ ଦେଇ ଦେବା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।