ବର୍ତ୍ତମାନ ଆପଣ ଦେଖିବାକୁ ପାଉଥିବେ କି ଆମ ସମାଜ ରେ ଅଧିକ ରୁ ଅଧିକ ବିଷଧର ସାପ ଦେଖିବାକୁ ମିଳୁଛନ୍ତି। ଆଉ ଅନେକ ସମୟରେ ବିଷଧର ସାପ କାମୁଡିବା ଦ୍ୱାରା ବହୁତ ଲୋକଙ୍କ ର ମୃତ୍ୟୁ ମଧ୍ୟ ହୋଇଥାଏ। ଏହା ସ୍ୱାଭାବିକ ଅଟେ କାରଣ ଲୋକ ମାନେ ବିକାଶ ନାମରେ ଧୀରେ ଧୀରେ ସମସ୍ତ ଜଙ୍ଗଲ କୁ କାଟି ସଫା କରି ଦେଉଛନ୍ତି। ଯାହା ଫଳରେ ଜଙ୍ଗଲ ର ରହିବା ସାପ ଗୁଡିକ ବାସହରା ହୋଇ ଗାଁ ତଥା ଜନବସତି ସ୍ଥାନକୁ ପଳେଇ ଆସୁଛନ୍ତି ।
ତେବେ ଆପଣ ଜାଣିଛନ୍ତି କି ଆମ ମଣିଷ ଜାତି କିପରି ଭାବରେ ସାପ କୁ ଭୟ କରିଥାଏ, କାରଣ ବିଷଧର ସାପ ଥରେ ଯାହାକୁ କାମୁଡ଼ି ଥାଏ ତାକୁ ବଞ୍ଚାଇବା ବହୁତ କଷ୍ଟ ହୋଇଥାଏ। ତେବେ କେବଳ ମଣିଷ ଟି ଯେ ସାପ କୁ ଡ଼ରିଥାଏ ଓ ଭୟ କରିଥାଏ ତାହା ନୁହେଁ ବରଂ ସାପ ଟିର ମଧ୍ୟ ମଣିଷ ଜାତି ଙ୍କୁ ଭୟ କରିଥାଏ । କିନ୍ତୁ ବର୍ତ୍ତମାନ ର ଲୋକମାନେ ସଚେତନ ହୋଇଗଲେଣି ଆଉ ବିଷଧର ସାପ କୁ ଦେଖିଲେ ସେମାନେ ତାକୁ ନମାରି ଜଙ୍ଗଲ ବିଭାଗ ତଥା ସାପ ଧରାଳି ଙ୍କୁ ସୂଚନା ଦେଉଛନ୍ତି, ଆଉ ସେମାନେ ଆସି ସୁରକ୍ଷିତ ଭାବରେ ଉଦ୍ଧାର କରି ଜଙ୍ଗଲ କୁ ନେଇ ଯାଉଛନ୍ତି।
ତେବେ ଏହିଭଳି ଏକ ଭିଡ଼ିଓ ବିଷୟ ରେ ଜଣେଇବୁ ଯାହା ଦେଖିଲେ ଆପଣ ଚକିତ ହୋଇଯିବେ। ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ ଦେଖିବା କୁ ମିଳିଛି କି ଜଣେ ବ୍ୟକ୍ତି ଙ୍କ ଘର ଭିତରେ ଗୋଟେ କି ଦୁଇଟା ନୁହେଁ ତିନି ତିନିଟା ବିଷଧର ନାଗ ସାପ ଦୀର୍ଘଦିନ ଧରି ରହି ଆସୁଥିଲେ। ତେବେ ସେହି ପରିବାର ଲୋକେ ଯେତେବେଳେ ଏହା ଜାଣିବାକୁ ପାଇଲେ ସେତେବେଳେ ସେମାନେ ବହୁତ ଭୟଭୀତ ହୋଇଯାଇ ଥିଲେ ଏବଂ ପରେ ସାପ ଧରାଳି ମୁରଲୀଵାଲା ହସଲେ ଙ୍କୁ ଜଣେଇଥିଲେ।
ତେବେ ସୂଚନା ପାଇବା ପରେ ମୁରଲୀଵାଲା ହସଲେ ସେହି ସ୍ଥାନରେ ଆସି ପହଁଚି ଥିଲେ ଏବଂ ସାପ କୁ ଉଦ୍ଧାର କରିବା କାମ ଆରମ୍ଭ କରିଥିଲେ। ତେବେ ପ୍ରଥମେ ସେ ଘରେ ଥିବା ଚାଉଳ ଡ୍ରମ ପାଖରୁ ଗୋଟିଏ ବିଶାଳ ନାଗ କୁ ଉଦ୍ଧାର କରିଥିଲେ ଏବଂ ତାହାକୁ ଜାର ରେ ଭର୍ତ୍ତି କରି ରଖିଦେଲେ। ତା ପରେ ପୁଣି ସେହି ଘରର ଅନ୍ୟ ପାର୍ଶ୍ଵରେ ଦୁଇ ଟି ସାପ ଥିବା ସୂଚନା ପାଇଥିଲେ। ତେବେ ସେଠାରେ ଥିବା ଇଟା ତଳେ ସାପ ଦୁଇଟି ରହୁଥିଲେ। ତେବେ ଏହି ଦୁଇ ଯୋଡି ସାପ ଙ୍କୁ ଧରିବା ତଥା ନିଜ କାବୁ ରେ ଆଣିବା ଏତେ ସହଜ ନଥିଲା ମାତ୍ର ସେ ତାହାକୁ କରି ଦେଖାଇ ଥିଲେ ଏବଂ ୩ ଟି ସାପ କୁ ଉଦ୍ଧାର କରି ସାଙ୍ଗରେ ନେଇଯାଇଥିଲେ ଜଙ୍ଗଲ ରେ ଛାଡିବା ପାଇଁ। ତେବେ ଆପଣ ମାନେ ମଧ୍ୟ ସାପ ଦେଖିଲେ ତାକୁ ନମାରି ସାପ ଧରାଳି ଙ୍କୁ ସୂଚନା ଦେବା ଉଚିତ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।