Swastik Tv News Odisha

Health Benefits – ସଜନା ଶାଗ ( Moringa ) ଖାଉଛନ୍ତିକି ଭୟଙ୍କର କଥା ଜାଣନ୍ତୁ, ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ପ୍ରତ୍ୟେକ ଉଦ୍ଭିଦରେ କିଛି ନା କିଛି ଭିଟାମିନ ରହିଥାଏ , ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ ମଧ୍ୟ ହୋଇଥାଏ । ଶରୀରରେ ଅନେକ ପ୍ରକାର ରୋଗର ଦୂରିକରଣ ମଧ୍ୟ କରିଥାଏ , କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ସୁଜନା ଶାଗର ବିଶେଷ ଉପକାରୀତା ବିଷୟରେ ଜଣେଇବୁ । କୁହାଯାଏ ଏକ ଲେମ୍ୱୁ ତୁଳନାରେ ଏଥିରେ 5 ଗୁଣା ଅଧିକ ଭିଟାମିନ ସି ମିଳିଥାଏ । ଏହାର ପତ୍ରରେ କ୍ୟାଲସିୟମ ଏବଂ ଭିଟାମିନ ସି ସହିତ ପ୍ରୋଟିନ , ଆଇରନ , ମ୍ୟାଗ୍ନେସିୟମ ଆଦି ଭିଟାମିନ ଭରପୁର ମାତ୍ରାରେ ରହିଥାଏ । ତେବେ ଆସନ୍ତୁ ଜାଣିବା ସଜନା ପତ୍ର କେଉଁ ପ୍ରକାର ଆମ ପାଇଁ ଲାଭଦାୟକ ଅଟେ ।

1. କୋଷ୍ଠକାଠିନ୍ୟକୁ ଦୂର କରେ :-

ସୁଜନା ପତ୍ର ସେବନ କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ଦୂର କରିଥାଏ , ଏଥିରେ ଫାଇବର ଅଧିକ ମାତ୍ରାରେ ରହିଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ସୁଜନା ଶାଗ ଔଷଧ ଭଳି କାର୍ଯ୍ୟ କରିଥାଏ ।

2. ଆଣ୍ଠୁଗଣ୍ଠି ବିନ୍ଧା ଦୂର କରେ :-

ଏଥିରେ ଉଚ୍ଚକ୍ୟାଲସିୟମ ମାତ୍ରା ଅଧିକ ଥିବାରୁ ଏହା ହାଡକି ମଧ୍ୟ ମଜବୁତ କରିଥାଏ । ଏହା ଆଣ୍ଠୁ ଗଣ୍ଠି ବିନ୍ଧା ପାଇଁ ବହୁତ ଲାଭ ଦାୟକ ହୋଇଥାଏ , ଏହା ଶୀରରର ରୋଗପ୍ରତିରୋଧକ କ୍ଷମତାକୁ ବଢାଇଥାଏ । ଆଖି ଏବଂ ମସ୍ତିଷ୍କକୁ ପୋଷଣ ଯୋଗାଇ ଥାଏ ।

3. ରକ୍ତଚାପ ବା ବ୍ଲଡପ୍ରେସରକୁ ଦୂର କରେ :-

ସୁଜନା ଶାଗ ଆପଣଙ୍କ ରକ୍ତଚାପ ବା ବ୍ଲଡପ୍ରେସରକୁ ନିୟନ୍ତ୍ରତ କରିବାରେ ଯଥେଷ୍ଟ ସହାୟକ ହୋଇଥାଏ । ଗର୍ଭବତୀ ମହିଳା ଓ ସ୍ତନପାନ କରାଉଥିବା ମହିଳାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ କରାଇ ଥାଏ ।

4. ହଇଜା , ଝାଡାବାନ୍ତି , ଜଣ୍ଡିସ ରୋଗ ଦୂର କରେ :-

ହଇଜା , ଝାଡାବାନ୍ତି ଓ ଜଣ୍ଡିସ ଭଳି ରୋଗୀ ମାନଙ୍କ ପାଇଁ ସଜନା ପତ୍ରର ରସ ପିଇବା ବହୁତ ଲାଭକାରୀ ହୋଇଥାଏ । ବହୁତ ଅଧିକ ଥଣ୍ଡା ହୋଇ ଯାଇଥିଲେ ଏହାର ପତ୍ର ଏବଂ ଫଳକୁ ପାଣିରେ ଫୁଟାଇ ଏହାର ବାମ୍ଫ ନେବା ଦ୍ୱାରା ଆପଣଙ୍କର ବନ୍ଦ ହୋଇ।ଯାଇଥିବା ନାକ ଖୋଲି ଥାଏ । ଏହା ସହିତ ଶରୀରର ବଥା ମଧ୍ୟ ଦୂର ହୋଇଥାଏ ।

5. ରକ୍ତର ଅଭାବ ଦୂର କରେ :-

ସଜନା ଶାଗର ନିୟମିତ ରୂପେ ଖାଇବା ଦ୍ୱାରା ଏମୁନିଆ ବା ରକ୍ତର ଅଭାବ ଦୂର ହୋଇଥାଏ । ଏହା ପିଲାଙ୍କ ମଧ୍ୟରେ କୁପୋଷଣକୁ ଦୂର କରିଥାଏ ଏବଂ ଭଲ ପୋଷକ ତତ୍ତ୍ୱ ଦେଇଥାଏ ।

ଏଥିପାଇଁ ଆପଣ ସଜନା ଶାଗର ତରକାରୀ ଏବଂ ସାମ୍ୱରରେ ପକାଇ ଏହାକୁ ଖାଇ ପାରିବେ । ହଇଜା ପାଇଁ ଏହାକୁ ପାଣିରେ ଫୁଟାଇ ପିଇପାରିବେ । ଆପଣ ମାନେ ଚାହିଁଲେ ଏହାର ପାଉଡର ପ୍ରସ୍ତୁତ କରି ମଧ୍ୟ ଖାଇ ପାରିବେ । ଏହି ଗୁଣ୍ଡକୁ ଆପଣ ଭୋଜନ ସହିତ ଗୋଟିଏ ଦାନାରେ ତିନିଥର ସେବନ କରିବା ଦ୍ୱାରା ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ । ଶରୀରରୁ କୁପୋଷଣ ମଧ୍ୟ ଦୂର ହୋଇଥାଏ । ଏହାକୁ ତରକାରୀ ଅଥବା ଖାଦ୍ୟରେ ମିଶାଇ ଖାଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.