ଯେତେବେଳେ ଆମେ ଜନ୍ମଗ୍ରହଣ କରିଥାଉ ଆମ ଶରୀରରେ 75 ଭାଗ ଜଳ ରହିଥାଏ । ଏହା ସହ ବୟସ ବଢିବା ସହ ପାଣିର ପରିମାଣ ମଧ୍ୟ ଆମ ଶରୀରରେ କମି ଯାଇଥାଏ । ଯୁବାବସ୍ଥାରେ ପୁରୁଷଙ୍କ ଶରୀରରେ 60 ପ୍ରତିଶତ ରହିଥାଏ । ସେହିପରି ମହିଳାଙ୍କ ଶରୀରରେ 55 ପ୍ରତିଶତ ପାଣି ରହିଥାଏ ବୋଲି ଜଣା ପଡିଛି । କିଛି ପାଣି କିଡିନୀ , ଲିଭର , ପେଟ , ମୂତ୍ରାଶୟ ଏବଂ ହାଡରେ ଗଚ୍ଛିତ ହୋଇ ରହିଥାଏ । ହାର୍ଟ ଏବଂ ମୁଣ୍ଡରେ 75% ପାଣି ରହିଥାଏ , ଏଭଳି ଭାବେ ଦେଖିବାକୁ ଗଲେ ଆମ ଶରୀରରେ ସବୁ ଅଙ୍ଗ ସଠିକ୍ ଭାବରେ କାମ କରିବାକୁ ହେଲେ ପାଣି ନିତ୍ୟାନ୍ତ ଆବଶ୍ୟକ । ତେବେ ଆଜି ଆମେ ଜାଣିବା ପାଣି ପିଇବାର ସଠିକ୍ ଉପାୟ ବିଷୟରେ ।
ଜଣେ ବ୍ୟକ୍ତିଙ୍କ ଶରୀରର ଆକାର , ଓଜନ , ଶାରୀରିକ କାର୍ଯ୍ୟ ଏବଂ ପାଣିପାଗ ଉପରେ ନିର୍ଭର କରିଥାଏ । ପ୍ରତ୍ୟେକ ଦିନ ଜଣଙ୍କ ଶରୀରରୁ ପରିସ୍ରା , ମଳତ୍ୟାଗ ଓ ଝାଳ ଦ୍ୱାରା ପାଣି ଲଗାତାର କମ ହୋଇଥାଏ । କଥା କହିବା ସମୟରେ ଏବଂ ନିଶ୍ୱାସ ନେବାରେ ବି ଶରୀରରେ ଥିବା ପାଣିର ମାତ୍ରା କିଛିଟା ମାତ୍ରାରେ କମ୍ ହୋଇଥାଏ । ଆମ ଶରୀରରୁ ଦୈନିକ 2ରୁ 3 ଲିଟର ପାଣି କମିଥାଏ । ଜଣେ ପୁରୁଷଙ୍କ କ୍ଷେତ୍ରରେ ଦୈନିକ ଅଢେଇ ଲିଟର ରୁ ସାଢେ ତିନି ଲିଟର ପାଣି ପିଇବା ଉଚିତ୍ । ମହିଳାଙ୍କ କ୍ଷେତ୍ରରେ 2ରୁ 3 ଲିଟର ପାଣି ପିଇବା ଶରୀର ପାଇଁ ହିତକର ବୋଲି ବିଶେଷଜ୍ଞଙ୍କ ମତ ।
ଯଦି ଆପଣ ପ୍ରତ୍ୟେକ ଦିନ ସକାଳୁ ଏବଂ ସନ୍ଧ୍ୟାରେ ବ୍ୟାୟାମ କରୁଛନ୍ତି ତେବେ ପାଣି ଅଧିକ ପିଇବା ଦରକାର । ଖାସ୍ କରି ଗରମ ଦିନରେ ପାଣି ପିଇବାର ମାତ୍ରା ବଢେଇବା ଆବଶ୍ୟକ , ପାଣି ଅଧିକ ପିଇବା ଭଲ ହେଲେ ଶରୀର ପାଇଁ ଯେତିକି ଆବଶ୍ୟକ ତାହା ଠାରୁ ଅଧିକ ପାଣି ପଇବା ଦ୍ୱାରା କିଡିନ୍ ଉପରେ ଖରାପ ପ୍ରଭାବ ପକାଇଥାଏ । ଏବେ ଆପଣ ଦିନସାରା ସଠିକ୍ ଭାବରେ ପାଣି ପିଉଛନ୍ତି କି ନାହିଁ ତାହା ଆପଣଙ୍କ ପରିସ୍ରା ରଙ୍ଗରୁ ଜାଣିପାରିବେ । ଯଦି ପରିସ୍ରା ରଙ୍ଗ ପୂରା ହଳଦିଆ ଦେଖାଯାଉଛି ତେବେ ଏହା ଆପଣଙ୍କ ଶରୀରର ଡିହାଇଡ୍ରେଟେଡ ଏବଂ ପରିସ୍ରାର ରଙ୍ଗ ପାଣି ଭଳି ସଫା ରହିଥାଏ ତ ଏହା ଦର୍ଶାଇଥାଏ ଆପଣଙ୍କ ଶରୀର ହାଇଡ୍ରେଟେଡ୍ ଅଛି ।
ବେଡ୍ ରୁ ଉଠିବା ମାତ୍ରେ ପ୍ରଥମେ 1/ 2 ଗ୍ଲାସ ପାଣି ଯେମିତି ହେଲେ ପିଅନ୍ତୁ , ଯେଉଁଥିରେ କି 500 ମିଲିଲିଟର ପାଣି ଥିବ । ଖାଲିପେଟରେ ପାଣି ପିଇବା ଦ୍ୱାରା ପେଟରେ ପାଚନ ତନ୍ତ୍ର କ୍ରିୟାଶୀଳ ହୋଇଥାଏ । ପାଟିରେ ଜମା ହୋଇଥିବା ଲାଳ ପାଣି ଦ୍ୱାରା ପେଟକୁ ଯାଇ ସଫା ରଖିଥାଏ । ସକାଳୁ ଖାଲି ପେଟରେ 2 ଗ୍ଲାସ ପାଣି ଜଳଖିଆ ଖାଇବାର କିଛି ସମୟ ପରେ 1 ଗ୍ଲାସ ଏବଂ ଦିନରେ ଖାଇବାର 40 ମିନିଟ୍ ପୂର୍ବରୁ 1 ଗ୍ଲାସ ଓ ଖାଦ୍ୟଖାଇବାର 40 ମିନିଟ ପରେ 1 ଗ୍ଲାସ ପାଣି ପିଅନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।